Posted inଜାତୀୟ

ମେ’ ୩୦ ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ,୨୬।୫: ଚାଇନା ଭିସା ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ମେ’ ୩୦ ଯାଏ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ଅବଧି ମଧ୍ୟରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିପାରିବ ନାହିଁ । ତେବେ କେତେବେଳେ ବି ଗିରଫ ହେବାର ଆଶଙ୍କା ଥିବାରୁ ଆଗାମୀ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ କାର୍ତ୍ତି ଚିଦାମ୍ବରମ। ଆଜି ରୋଜ ଏଭିନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲ କାର୍ତ୍ତିଙ୍କ ଦ୍ବାରା ଦାଖଲ ହୋଇଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ସହ ୩୦ ଯାଏ କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି।...

ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୧୮ ବଦଳରେ ୨୧ ବର୍ଷ କରିବାକୁ ଦାବି: ସୁପ୍ରିମ୍‌କୋର୍ଟରେ ଆବେଦନ

ନୂଆଦିଲ୍ଲୀ,୧୪।୮: ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୧୮ ବଦଳରେ ୨୧ କରିବାକୁ ଦାବି କରାଯାଇଛି। ଏନେଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଭାଜପା...

ଗାଜିଆବାଦରେ ସରକାରୀ ଡାକ୍ତର କରୋନାରେ ସଂକ୍ରମିତ

ଗାଜିଆବାଦ,୧୧।୪:ଦେଶରେ ମହାମାରୀ କରୋନା ଭାଇରସ୍‌ ବେଲଗାମ୍‌ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଏହା କବଳରୁ...

୩ ହଜାର ଜୁନିଅର ଡାକ୍ତର ଦେଲେ ଇସ୍ତଫା

ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ...

ଦୁଃଖଦ ଐତିହାସିକ ଘଟଣାର ରାଜନୀତିକରଣ କରୁଛନ୍ତି ପ୍ରଧାନମନ୍ତ୍ରୀ, କଂଗ୍ରେସର ସମାଲୋଚନା…

ନୂଆଦିଲ୍ଲୀ, ୧୪।୮ : କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରବିବାର କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ...

ଉତ୍ପଳ ପାରିକରଙ୍କୁ ଭାଜପାର ଅନୁରୋଧ

ପଣଜି,୨୪ ।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସ୍ୱର୍ଗତ ମନୋହର ପାରିକରଙ୍କର ପୁଅ ଉତ୍ପଳ ପାରିକରଙ୍କୁ ଏଥର ବିଧାନସଭା...

କରୋନା ସଙ୍କଟ ମଧ୍ୟରେ ଯୁବକଙ୍କ ନିଆରା ମାସ୍କ: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୪।୫: କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ମାସ୍କ ପରିଧାନକୁ ଗବେଷକମାନେ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ରାମବାଣ ବୋଲି କହୁଛନ୍ତି। ଆଉ ଏହି ନିୟମକୁ...

କୋଭିଡ୍‌ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ

ନୂଆଦିଲ୍ଲୀ,୧୩।୧୨: କୋଭିଡ୍‌-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ...

Advertisement
Archives

Model This Week