Categories: ଖେଳ

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ ନେବା ଲାଗି ଇତିମଧ୍ୟରେ ଯେତେଜଣ ଆଥ୍‌ଲେଟ ଆସି ପହଞ୍ଚତ୍ଛନ୍ତି ସେମାନଙ୍କ ମଧ୍ୟରେ ଏହା ପ୍ରଥମ ଦୃଷ୍ଟାନ୍ତ। ଉଗାଣ୍ଡା ଦଳର ଅନ୍ୟ ୮ ସଦସ୍ୟଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ସେଣ୍ଟ୍ରାଲ ଜାପାନରେ ଅବସ୍ଥିତ ଆୟୋଜକ ସହର ଓସାକାକୁ ନିଆଯାଇଛି। ଏହି ସହର ଏବେ ବି କୋଭିଡ୍‌ ମୁକ୍ତ ନୁହେଁ। ଉଗାଣ୍ଡା ଆଥ୍‌ଲେଟମାନେ ଶନିବାର ଟୋକିଓର ନାରିଟା ବିମାନବନ୍ଦରରେ ଅବତରଣ କରିଥିଲେ। ସମସ୍ତେ କରୋନା ଭ୍ୟାକ୍ସିନ ନେଇ ସାରିଥିଲେ। ସେମାନଙ୍କର ନେଗେଟିଭ୍‌ ପିସିଆର ଟେଷ୍ଟ ହୋଇଥିଲା। ପଜିଟିଭ ଚିହ୍ନଟ ସଦସ୍ୟଙ୍କର ପରିଚୟ ଦିଆଯାଇନାହିଁ। ମହାମାରୀ ସମୟରେ ଅଲିମ୍ପିକ୍ସ ଆୟୋଜନ ଏକପ୍ରକାର ରିସ୍କ ବୋଲି ଅନେକ କହୁଛନ୍ତି। ଏହା ସତ୍ତ୍ୱେ ଗେମ୍ସର ସୁରକ୍ଷିତ ଆୟୋଜନ ନେଇ ଟୋକିଓ ଆୟୋଜକ ଏବଂ ଜାପାନ ସରକାର ବଦ୍ଧପରିକର। ଆୟୋଜକଗଣ କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ସମ୍ପର୍କରେ ସୋମବାର ନିଷ୍ପତ୍ତି ନେବେ। ବିଦେଶ ଦର୍ଶକଙ୍କୁ ବହୁ ପୂର୍ବରୁ ବାରଣ କରାଯାଇ ସାରିଛି। ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ଅଷ୍ଟ୍ରେଲିଆ ମହିଳା ସଫ୍ଟବଲ୍‌ ଟିମ୍‌ ପରେ ଦ୍ୱିତୀୟ ଦଳ ଭାବେ ଉଗାଣ୍ଡା ଟିମ୍‌ ପହଞ୍ଚତ୍ଛି।

Share