୧୬ତମ ଅର୍ଥ କମିଶନ: କର୍ଣ୍ଣାଟକକୁ ବଡ଼ ଫାଇଦା, ଓଡ଼ିଶା ସହିଲା କ୍ଷତି; ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ,୨।୨: ୧୬ତମ ଅର୍ଥ କମିଶନଙ୍କ ନୂତନ ସୂତ୍ର ଅନୁସାରେ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ରାଜ୍ୟମାନଙ୍କୁ ଟଙ୍କା ମିଳିବ। ଏହି ନୂଆ ବ୍ୟବସ୍ଥାରେ କର୍ଣ୍ଣାଟକ ସବୁଠାରୁ ଅଧିକ ଲାଭବାନ ହୋଇଥିବାବେଳେ ମଧ୍ୟପ୍ରଦେଶ ସବୁଠାରୁ ଅଧିକ କ୍ଷତି ସହିଛି।

ଓଡ଼ିଶା ସରକାର ଅଂଶଧନକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଥିଲେ ମଧ୍ୟ କେନ୍ଦ୍ର ଏହାକୁ ୪୧ ପ୍ରତିଶତରେ ସୀମିତ ରଖିଛି। ୧୫ତମ ଅର୍ଥ କମିଶନଙ୍କ ସମୟରେ ଓଡ଼ିଶାର ଭାଗ ୪.୫୨୮ ପ୍ରତିଶତ ଥିଲା, ଯାହା ଏବେ କମି ୪.୪୨ ପ୍ରତିଶତ ହୋଇଛି। ତେବେ ମୋଟ ଟିକସ ପରିମାଣ ବଢ଼ିଥିବାରୁ ୨୦୨୬-୨୭ ବର୍ଷରେ ଓଡ଼ିଶା ପାଖାପାଖି ୬୭,୪୬୦.୪୬ କୋଟି ଟଙ୍କା ପାଇବାର ଅନୁମାନ କରାଯାଉଛି। ଅର୍ଥନୈତିକ ଦକ୍ଷତା ଏବଂ ଜିଡିପି ଅବଦାନକୁ ଗୁରୁତ୍ୱ ଦେଇ କମିଶନ ଏହି ନୂତନ ସୂତ୍ର ପ୍ରସ୍ତୁତ କରିଛନ୍ତି।

ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୧୬ତମ ଅର୍ଥ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି। କମିଶନଙ୍କ ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ ଟିକସରୁ ରାଜ୍ୟମାନଙ୍କୁ ମିଳୁଥିବା ମୋଟ ଅଂଶଧନକୁ ପୂର୍ବପରି ୪୧ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। କିନ୍ତୁ ରାଜ୍ୟ-ରାଜ୍ୟ ମଧ୍ୟରେ ଏହି ପାଣ୍ଠି ବଣ୍ଟନର ସୂତ୍ର ବଦଳି ଯାଇଛି, ଯାହାଫଳରେ ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଲାଭବାନ ହୋଇଛନ୍ତି।

କର୍ଣ୍ଣାଟକର ଅଂଶଧନ ୩.୬୫ ପ୍ରତିଶତରୁ ବୃଦ୍ଧି ପାଇ ୪.୧୩ ପ୍ରତିଶତ (୨୦୨୬-୩୧ ପାଇଁ) ହୋଇଛି। ଏହାଫଳରେ ରାଜ୍ୟକୁ ଅତିରିକ୍ତ ୭,୩୮୭ କୋଟି ଟଙ୍କା ମିଳିବ। ରାଜ୍ୟର ମୋଟ ଆବଣ୍ଟନ ୬୩,୦୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେବେ ମଧ୍ୟପ୍ରଦେଶ ଏଥିରେ ସବୁଠାରୁ ବଡ଼ କ୍ଷତି ସହିଛି। ଏହାର ଅଂଶଧନ ୭.୮୫ ପ୍ରତିଶତରୁ ହ୍ରାସ ପାଇ ୭.୩୫ ପ୍ରତିଶତକୁ ଖସି ଆସିଛି, ଯାହାଫଳରେ ରାଜ୍ୟକୁ ପୂର୍ବ ଅପେକ୍ଷା ୭,୬୭୭ କୋଟି ଟଙ୍କା କମ୍ ମିଳିବ। ନୂତନ ସୂତ୍ରରେ ଜିଡିପି ଅବଦାନକୁ ୧୦ ପ୍ରତିଶତ ଗୁରୁତ୍ୱ ଦିଆଯାଇଥିବାରୁ ଅର୍ଥନୈତିକ କ୍ଷେତ୍ରରେ ଆଗୁଆ ଥିବା ରାଜ୍ୟଗୁଡ଼ିକ ଅଧିକ ପାଣ୍ଠି ପାଇଛନ୍ତି।

୧୬ତମ ଅର୍ଥ କମିଶନ ଅନୁଯାୟୀ ଲାଭବାନ ହୋଇଥିବା ରାଜ୍ୟ ଗୁଡ଼ିକ ହେଉଛନ୍ତି, କେରଳ (୬,୯୭୫ କୋଟି ଅଧିକ), ଗୁଜରାଟ (୪,୨୨୮ କୋଟି), ହରିୟାଣା (୪,୦୯୦ କୋଟି) ଏବଂ ମହାରାଷ୍ଟ୍ର (୧,୮୯୩ କୋଟି) ଅଧିକ ପାଣ୍ଠି ପାଇବେ।

ଓଡ଼ିଶା ବ୍ୟତୀତ ଆହୁରି କିଛି ରାଜ୍ୟ ଗୁଡ଼ିକର ଅଂଶଧନ ମଧ୍ୟ ହ୍ରାସ ପାଇଛି। ଓଡ଼ିଶାର ଭାଗ ୪.୫୨୮ ପ୍ରତିଶତରୁ କମି ୪.୪୨ ପ୍ରତିଶତକୁ ଖସି ଆସିଛି। ସେହିପରି ଉତ୍ତର ପ୍ରଦେଶ (୪,୮୮୪ କୋଟି କମ୍), ପଶ୍ଚିମବଙ୍ଗ (୪,୭୦୧ କୋଟି କମ୍) ଏବଂ ବିହାର (୧,୬୭୯ କୋଟି କମ୍) କ୍ଷତି ସହିଛନ୍ତି।

କେଉଁ ଆଧାରରେ ବଣ୍ଟା ହେଲା ଟିକସ?

୧୬ତମ ଅର୍ଥ କମିଶନ ୬ଟି ମୁଖ୍ୟ ମାନଦଣ୍ଡ ଆଧାରରେ ଏହି ବଣ୍ଟନ ପ୍ରକ୍ରିୟା ସ୍ଥିର କରିଛନ୍ତି।

ଜନସଂଖ୍ୟା (୨୦୧୧ ଜନଗଣନା)- ୧୭.୫%
ଜନସଂଖ୍ୟା ନିୟନ୍ତ୍ରଣ ପ୍ରଦର୍ଶନ-୧୦%
ଭୌଗୋଳିକ କ୍ଷେତ୍ରଫଳ- ୧୦%
ଜଙ୍ଗଲ ଓ ପରିବେଶ-୦%
ମୁଣ୍ଡପିଛା ଆୟର ଦୂରତା -୪୨.୫%
ରାଜ୍ୟର ଜିଡିପି ଅବଦାନ (ନୂତନ)-୧୦%


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୨।୨: ଜଣେ ଯାତ୍ରୀ ବିମାନରେ ହଙ୍ଗାମା କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲ୍ ଅନୁଯାୟୀ, ଏହି ଘଟଣା…

ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ…

ନିର୍ବାଚନ କମିଶନଙ୍କୁ ମମତାଙ୍କ ଚେତାବନୀ: ଦିଲ୍ଲୀରେ ହେବ SIR ଲଢେଇ

ନୂଆଦିଲ୍ଲୀ,୨।୨: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ କଡା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ। ସେ ଅଭିଯୋଗ କରିଛନ୍ତି ଯେ, ସ୍ପେଶାଲ ଇନଟେନସିଭ ରିଭିଜନ୍ (SIR)…

ଭାରତର ବଜେଟ୍‌ ଯୋଗୁ କେଉଁ ଦେଶକୁ ବଡ଼ କ୍ଷତି, କାହାକୁ ମିଳିଲା ଫାଇଦା, ଜାଣନ୍ତୁ …

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ। ଘରୋଇ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲେ ମଧ୍ୟ, ବଜେଟ ଭାରତର…

ଭାରତରେ ବଢୁଛି ପ୍ରିମିୟମ୍ ସ୍ମାର୍ଟଫୋନ୍ ଚାହିଦା: ୨୦୨୫ରେ ଆପଲ୍‌ର ଐତିହାସିକ ରେକର୍ଡ

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ୨୦୨୫ ବର୍ଷଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ବଜାରରେ ଶସ୍ତା ଫୋନ୍ ଅପେକ୍ଷା…

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ବାଂଲାଦେଶକୁ ଜୋରଦାର ଝଟ୍‌କା ଦେଲା ଭାରତ: ଶେଷରେ ପଶ୍ଚାତାପ କରିବା ଛଡା…

ନୂଆଦିଲ୍ଲୀ,୨।୨: ଏଥର କେନ୍ଦ୍ର ବଜେଟ ୨୦୨୬-୨୭ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବାଂଲାଦେଶକୁ ଆବଣ୍ଟିତ ସହାୟତାରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri