ମଙ୍ଗଳସୂତ୍ର ବନ୍ଧାରଖି କିଣିଲେ ଟିଭି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାଙ୍ଗାଲୋର, ୧।୮: କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପିଲାମାନେ ଟିଭି ଏବଂ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେବେ ଗରିବ ଯୋଗୁ ଜଣେ ମା’ ନିଜ ପିଲାମାନଙ୍କ ପାଠ ପଢ଼ାପାଇଁ ଏମିତି କାମ କରିଛନ୍ତି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗରିବ ମା’ ପିଲାମାନଙ୍କ ପାଠପଢ଼ା ପାଇଁ ନିଜର ମଙ୍ଗଳସୂତ୍ରକୁ ବନ୍ଧା ପକାଇଦେଇଛନ୍ତି । ଏଥିରୁ ଯେତିକି ଟଙ୍କା ମିଳିଲା ସେଥିରେ ସେ ଟିଭି କିଣିଛନ୍ତି। ଏହି ଘଟଣାଟି ହେଉଛି କର୍ନାଟକର ଗଡାଗ ଜିଲାର ନାଗାନୁର ଗ୍ରାମର। ଗ୍ରାମର କସ୍ତୁରୀ ଚଳଭାଦି ନିଜ ପିଲାମାନଙ୍କ ପାଠ ପଢ଼ା ପାଇଁ ୧୨ ଗ୍ରାମର ମଙ୍ଗଳସୂତ୍ରକୁ ଟିଭି କିଣିବା ପାଇଁ ବନ୍ଧା ରଖିଲେ। ଫଳରେ ପିଲାମାନେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ିପାରିବେ। ଏହି ଘଟଣା ବିଷୟରେ ଜାଣିବା ପରେ ମଙ୍ଗଳସୂତ୍ର ବନ୍ଧା ରଖିଥିବା ବ୍ୟକ୍ତି ଉକ୍ତ ମଙ୍ଗଳସୂତ୍ରକୁ ଫେରିଇ ଦେଇଥିଲେ। ଏଥିସହ ଯେତେବେଳେ ସୁବିଧା ହେବ ଟଙ୍କା ଫେରାଇଦେବ ବୋଲି କହିଛନ୍ତି।
ଏ ନେଇ କସ୍ତୁରୀ କୁହନ୍ତି, ଗରିବ ଯୋଗୁ ପିଲାମାନଙ୍କ ଭବିଷ୍ୟତ ବିପଦରେ ଥିଲା। ଏହି ସମୟରେ କେହି ଲୋନ୍‌ ମଧ୍ୟ ଦେଉ ନାହାନ୍ତି। ପିଲାମାନେ ଅନ୍ୟମାନଙ୍କ ଘରକୁ ଯାଇ ପାଠ ପଢ଼ୁଥିଲେ। ତେଣୁ ମୁଁ ମୋର ମଙ୍ଗଳସୂତ୍ର ବନ୍ଧା ପକାଇ ଟଙ୍କା ଆଣି ଟିଭି କିଣିବି ବୋଲି ନିଷ୍ପତ୍ତି ନେଲି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri