ଘରେ ଏଭଳି ଜିନିଷ ରଖିଥିଲେ ତୁରନ୍ତ କାଢ଼ି ଦିଅନ୍ତୁ.. ନଚେତ..

ଘର ହେଉ ଅବା ଅଫିସ, ଆଜିକାଲି ଲୋକମାନେ ବାସ୍ତୁ ଅନୁଯାୟୀ ସବୁକିଛି କରିବାକୁ ପସନ୍ଦ କରୁଛନ୍ତି। କାରଣ ବାସ୍ତୁ ଠିକ୍‌ ଥିଲେ ଆଖପାଖରେ ସକରାତ୍ମକ ଉର୍ଜା ସଂଚାର ହୁଏ। ଏହାଦ୍ୱାରା ଉନ୍ନତି ହୋଇଥାଏ। ହେଲେ ଏପରି କିଛି ଜିନିଷ ଅଛି ଯାହା ଘରେ ରହିଲେ ଧନ ହାନି ହୋଇଥାଏ। ଜାଣନ୍ତୁ…

କୁହାଯାଏ ଘରେ ବନ୍ଦ ପଡ଼ିଥିବା ଘଣ୍ଟା ନଚେତ ଭାଙ୍ଗି ଯାଇଥିବା ଘଣ୍ଟା ରଖିବା ଅନୁଚିତ। ତଥାପି ଲୋକେ ଏହାକୁ ଖାମଖିଆଲ ଭାବେ ନେଇଥାନ୍ତି। ବାସ୍ତୁ ଅନୁସାରେ ଯଦି ଦେଖାଯାଏ ତେବେ ଘରେ ଏଭଳି ଘଣ୍ଟା ଥିଲେ ତୁରନ୍ତ ଠିକ୍‌ କରିନେବା ଉଚିତ। ନହେଲେ ତାକୁ ଘରୁ ବାହାର କରିଦିଅନ୍ତୁ। ନଚେତ ଏହା ଅସୁବିଧା ସୃଷ୍ଟି କରିପାରେ। ଉନ୍ନତି ଦିଗରେ ବାଧା ଉପୁଜାଇପାରେ।

-ବାସ୍ତୁ ଅନୁଯାୟୀ ଘରେ କେବେ ବି କାଳୀଙ୍କ ପ୍ରତିମୂର୍ତ୍ତୀ ରଖିବା ଅନୁଚିତ। ଏପରିକି ପୂଜା ଘରେ କୌଣସି ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି ମଧ୍ୟ ରଖାଯିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ବଢ଼ିଥାଏ।

-ଶିବଲିଙ୍ଗଙ୍କୁ ପୂଜା କରିବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶିବଲିଙ୍ଗକୁ ଘରେ ରଖିବା ଉଚିତ ନୁହେଁ। ତେବେ ହଁ, କିଛି ଜ୍ୟୋତିଷ ଘରେ ଛୋଟ ଶିବଲିଙ୍ଗ ରଖିବାକୁ କୁହନ୍ତି, ଯାହାର ଆକାର ଏପରି ହେବା ଦରକାର ଯେପରି ମୁଠାରେ ଆସିଯିବ।

– ଘରେ ଥିବା ଝରକା ତଥା କବାଟରେ ଭଙ୍ଗା କାଚ ଥିବା ଠିକ୍‌ ନୁହେଁ। ବାସ୍ତୁ ଅନୁସାରେ ଏହା ପ୍ରଗତି ପଥରେ ବାଧା ଉପୁଜାଏ। ଏପରିକି ଘରେ ଭାଙ୍ଗି ଯାଇଥିବା ବାସନକୁସନ ମଧ୍ୟ ରଖିବା ଉଚିତ ନୁହେଁ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଲକ୍ଷ୍ମୀ ଅପ୍ରସନ୍ନ ହୁଅନ୍ତି।

– ବୁଡ଼ି ଯାଉଥିବା ଜାହାଜ ଅଥା ସୂର୍ଯ୍ୟଙ୍କ ମୂର୍ତ୍ତୀ ଘରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ବୈଭବ ଆସି ନ ଥାଏ। ଏପରିକି ଘରେ ଲଗାଇଥିବା ଗଛର ପତ୍ର ହଳଦିଆ ନଚେତ ଶୁଖିଗଲେ ତାହାକୁ ଛିଣ୍ଡାଇ ଫିଙ୍ଗି ଦେବା ଉଚିତ। ଏଥିସହ ଶୋଇବା ଘର ଭିତରେ କେବେ ବି କୌଣସି ଗଛ ରହିବା ଉଚିତ ନୁହେଁ।

-ବାସ୍ତୁ ଅନୁଯାୟୀ ଘରେ ଅଳିଆ ରଖିବା ଠିକ୍‌ ନୁହେଁ। ଯଦି କୌଣସି ଜିନିଷ ଆପଣଙ୍କ ଉପଯୋଗୀ ନାହିଁ। ଭାଙ୍ଗିରୁଜି ଯାଇଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ। ନଚେତ ଧନହାନୀ ହେବାର ସମ୍ଭାବନା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri