କରିନାଙ୍କ କନ୍ନଡ ଡେବ୍ୟୁ

ମୁମ୍ବାଇ: କେଜିଏଫ୍‌ ଚାପ୍ଟର-୨ ପରେ ଏବେ ୟଶ୍‌ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନୂଆବର୍ଷ ଆରମ୍ଭ ପୂର୍ବରୁ ୟଶ୍‌ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ୍‌’ କେଜିଏଫ୍‌ ଭଳି ବ୍ଲକବଷ୍ଟର ହେବ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ କରିନା କପୁର ଖାନ୍‌ ଟକ୍ସିକ୍‌ ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ କରିନା ପ୍ରଥମ କରି ୟଶ୍‌ଙ୍କ ସହିତ ସ୍କ୍ରିନ ଶେୟାର କରିବେ। ତାଙ୍କୁ ମୁଭିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ସେ କୌଣସି ସାଉଥ୍‌ ଫିଲ୍ମରେ କାମ କରିନାହାନ୍ତି। ନିର୍ମାତା କରିନାଙ୍କୁ ଏହି ଫିଲ୍ମ ପାଇଁ ପ୍ରସ୍ତାବ ଦେଇଛନ୍ତି। କରିନା ୨୦୦୦ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଶେଷଥର ପାଇଁ ତାଙ୍କୁ ‘ଦି ବକିଙ୍ଗହାମ୍‌ ମର୍ଡର୍ସ’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ପାଖରେ ଦୁଇଟି ମୁଭି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri