କରୀନା କପୁରଙ୍କ ମହଙ୍ଗା ଟି-ଶର୍ଟ, ଯାହାର ଦାମ୍‌ରେ କରିହେବ ଗୋଆ ଟ୍ରିପ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ଥର ମା’ ହେବା ପରେ ଏବେ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ କରୀନା ପିତା ରଣଧୀର କପୁର, ମା ବବିତା କପୁର ଏବଂ ଭଉଣୀ କରିସ୍ମା କପୁରଙ୍କ ସହ ପାରିବାରିକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପୂର୍ବରୁ ସେ ଦୁଇ ପୁଅଙ୍କ ସହ ଘରୁ ବାହାରକୁ ଯାଉଥିବାର ନଜର ଆସିଥିଲେ। ଏହି ଫଟୋ ଗୁଡ଼ିକରେ କରୀନା ଏକ ‘ହାର୍ଟ ବ୍ରେକର୍‌’ ଲେଖା ଥିବା ଧଳା ଟି-ଶର୍ଟ ପିନ୍ଧିଥିଲେ। କରୀନା ପିନ୍ଧିଥିବା କାଜୁଆଲ୍‌ ଟି-ଶର୍ଟର ମୂଲ୍ୟ ଜାଣିଲେ ଯେ କେହି ଚମକି ପଡିବେ। ଏହି ଟି-ସାର୍ଟର ମୂଲ୍ୟ ହେଉଛି ୮୪୦ ଆମେରିକୀୟ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୬୧ ହଜାର ୩୧୫ ଟଙ୍କା । ଏହା ହେଉଛି ଏକ ଗ୍ରାଫିକ ଟି-ଶର୍ଟ। ଖ୍ରୀଷ୍ଟିଆନ ଡାୟର ବ୍ରାଣ୍ଡର ଏହି ଟି-ଶର୍ଟ ପିନ୍ଧି କରୀନା ଫଟୋ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ‘ମୋର ଟି-ସାର୍ଟ ଉପରେ କ’ଣ ଅଛି ଟିମ? ତୁମେ ’। କରୀନାଙ୍କ ମହଙ୍ଗା ଡ୍ରେସ୍‌ ଟଙ୍କାରେ ସାଧାରଣ ଲୋକେ ସହଜରେ ଗୋଆରେ ଟ୍ରିପ୍‌ ସାରି ଆସିପାରିବେ।
କରୀନା କପୁରଙ୍କୁ ଫିଲ୍ମ ‘ଲାଲ ସିଂ ଚଢା’ରେ ଦେଖିବାକୁ ମିଳିବ। ଅଦୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିର ଖାନ ତାଙ୍କ ସହ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିପାରେ। କରୀନା କପୁର ଶେଷ ଥର ପାଇଁ ଫିଲ୍ମ ‘ଇଂରାଜୀ ମିଡିୟମ’ରେ ଅଭିନୟ କରିଥିଲେ।

Image Source: Kareena Kapoor Khan Insta Page


Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri