୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ ଦୁଇ ପୁଅଙ୍କୁ ଧରି ଛୁଟି କାଟିବା ପାଇଁ ଯାଇଛନ୍ତି। ନିକଟରେ, ଜେହଙ୍କ ପ୍ରଥମ ଝଲକ ପ୍ରଶଂସକମାନେ ଦେଖିଥିଲେ। ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କରୀନା ନିକଟରେ ପ୍ରକାଶ କରିଛନ୍ତି ଯେ, ଜେହ ତାଙ୍କ ପରି ଦେଖାଯାଉଛନ୍ତି। ଏହାସହ ତାଙ୍କର ୨ ପୁଅ ଫିଲ୍ମ ଷ୍ଟାର ହୁଅନ୍ତୁ ବୋଲି ସେ ଚାହୁଁ ନ ଥିବା ମଧ୍ୟ ବେବୋ କହିଛନ୍ତି। ଏକ ସାକ୍ଷାତକାରରେ କରୀନା ତାଙ୍କ ଦୁଇ ପିଲାଙ୍କ ବିଷୟରେ ଖୋଲାଖୋଲି ଭାବରେ ମତ ରଖିଛନ୍ତି। ସାନ ପୁଅ ଜେହଙ୍କ ବିଷୟରେ କରିନା କହିଛନ୍ତି ଯେ, ତାଙ୍କୁ ମାତ୍ର ୬ ମାସ ବୟସ ଏବଂ ସେ ମୋ ଭଳି ଦେଖାଯାଉଛି। କରୀନା କପୁର କେଉଁ ପ୍ରକାର ମା ହେବେ? ଏହାର ଉତ୍ତରରେ କରିନା କୁହନ୍ତି, ମୁଁ ଚାହୁଁଛି ମୋର ଦୁଇ ପୁଅ ସଂପୂର୍ଣ୍ଣ ଭଦ୍ର ହୁଅନ୍ତୁ, ମୁଁ ଚାହେଁ ଯେ ଶିକ୍ଷିତ, ଦୟାଳୁ ହୁଅନ୍ତୁ। ଯଦି ଏହା ଘଟେ ତେବେ ମୁଁ ଭାବୁଛି ମୋର କାମ ସରିଗଲା। ମୁଁ ଚାହୁଁ ନାହିଁ ଯେ, ସେ ଫିଲ୍ମ ଷ୍ଟାର ହୁଅନ୍ତୁ। ଯଦି ତୈମୁର ଆସି ମୋତେ କୁହନ୍ତି ମୁଁ ଅନ୍ୟ କିଛି କରିବାକୁ ଚାହୁଁଛି ତେବେ ମୁଁ ବହୁତ ଖୁସି ହେବି। ସେ ଏଭରେଷ୍ଟ ପର୍ବତ ଚଢ଼ନ୍ତୁ କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରନ୍ତୁ ମୁଁ ସବୁଥିରେ ସେମାନଙ୍କୁ ସାହାଯ୍ୟ କରିବି।
ଦୁଇ ପିଲାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ସେ କହିଛନ୍ତି ଯେ ତୈମୁର ବହୁତ ଚେହେରା ପସନ୍ଦ କରୁ ନ ଥିବା ବେଳେ ଜେହ ଏହାର ବିପରୀତ। ତୈମୁରଙ୍କ ଠାରେ ସୈଫଙ୍କର ଅଧିକ ବ୍ୟକ୍ତିତ୍ୱ ଅଛି। ସେ ସୃଜନଶୀଳ, ସେ କଳା, ରଙ୍ଗ ଏବଂ ଚିତ୍ରାଙ୍କନକୁ ଭଲ ପାଆନ୍ତି, ସେ ନୂତନ ଜିନିଷ ଅନୁସନ୍ଧାନ କରିବାକୁ ଭଲ ପାଆନ୍ତି ବୋଲି କରୀନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବିପତ୍ତି ବେଳେ ସହାୟତା କରିବାକୁ ଚାହାନ୍ତି ରିଆ, ଏଭଳି ପୋଷ୍ଟ ଲେଖି କହିଲେ…

ବମ୍ବେ: ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦିନ କେଇଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ପାର କରିଛି। ଏଭଳି...

ଏହି ଗାୟିକାଙ୍କ ଦିଓ୍ବାନା ଥିଲେ ମହାତ୍ମା ଗାନ୍ଧୀ, ନେହେରୁ

କର୍ନାଟକ ସଙ୍ଗୀତ ଜଗତରେ ଏମଏସ ସୁବୁଲକ୍ଷ୍ମୀ ଏକ ଅବିସ୍ମରଣୀୟ ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କର ପୁଣ୍ୟତିଥି। ପୁରୁଷ ପ୍ରଧାନ ସମାଜରେ ସୁବୁଲକ୍ଷ୍ମୀ ନିଜ ସ୍ବରର...

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ...

ମା’ ହେଲେ ଏହି ଲୋକପ୍ରିୟ ଗାୟିକା

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ...

ଫିଲ୍ମରେ କଳାକାରମାନେ ପିନ୍ଧୁଥିବା ପୋଷାକ କ’ଣ ହୁଏ

ମୁମ୍ବାଇ: ବଲିଲଡ୍‌ ମୁଭି ନିର୍ମାଣ କରିବାରେ ପ୍ରଯୋଜକ ନିର୍ଦ୍ଦେଶକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଫିଲ୍ମ ହିଟ୍‌ ହେଉ ଅବା ଫ୍ଲପ୍‌ ଟଙ୍କା ଖର୍ଚ୍ଚ...

ପଠାନରେ କେମିଓ କରିବେ ଟାଇଗର

ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍‌ର ଦୁଇ ସୁପର ଷ୍ଟାର ଶାହାରୁଖ ଓ ସଲମାନ ଖାନ। କିଙ୍ଗ୍‌ ଖାନଙ୍କ ଅପ କମିଂ ଫିଲ୍ମ ‘ପଠାନ’ରେ...

ପିତାଙ୍କୁ ଅମିତାଭ ପିଟୁଥିବା ଦେଖି ଶୁଟିଂ ସେଟ୍‌ରେ କାନ୍ଦିଥିଲେ ଏହି କୁନି ଝିଅ, ଏବେ ଲୋକପ୍ରିୟ ଅଭିନେତ୍ରୀ

ବିଗ୍‌ ବି ଅମିତାଭ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି କଳାଧଳା ଫଟୋରେ ତାଙ୍କ ସହିତ ଜଣେ ଛୋଟ ଝିଅ ଅଛନ୍ତି।...

ନିଜର ପର୍ସନାଲିଟି ପାଇଁ ଦର୍ଶକଙ୍କ ମନ ଜିଣିଛନ୍ତି ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ଉଦାରତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ କିନ୍ତୁ ତାଙ୍କ...

Advertisement
Archives

Model This Week