୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ ଦୁଇ ପୁଅଙ୍କୁ ଧରି ଛୁଟି କାଟିବା ପାଇଁ ଯାଇଛନ୍ତି। ନିକଟରେ, ଜେହଙ୍କ ପ୍ରଥମ ଝଲକ ପ୍ରଶଂସକମାନେ ଦେଖିଥିଲେ। ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କରୀନା ନିକଟରେ ପ୍ରକାଶ କରିଛନ୍ତି ଯେ, ଜେହ ତାଙ୍କ ପରି ଦେଖାଯାଉଛନ୍ତି। ଏହାସହ ତାଙ୍କର ୨ ପୁଅ ଫିଲ୍ମ ଷ୍ଟାର ହୁଅନ୍ତୁ ବୋଲି ସେ ଚାହୁଁ ନ ଥିବା ମଧ୍ୟ ବେବୋ କହିଛନ୍ତି। ଏକ ସାକ୍ଷାତକାରରେ କରୀନା ତାଙ୍କ ଦୁଇ ପିଲାଙ୍କ ବିଷୟରେ ଖୋଲାଖୋଲି ଭାବରେ ମତ ରଖିଛନ୍ତି। ସାନ ପୁଅ ଜେହଙ୍କ ବିଷୟରେ କରିନା କହିଛନ୍ତି ଯେ, ତାଙ୍କୁ ମାତ୍ର ୬ ମାସ ବୟସ ଏବଂ ସେ ମୋ ଭଳି ଦେଖାଯାଉଛି। କରୀନା କପୁର କେଉଁ ପ୍ରକାର ମା ହେବେ? ଏହାର ଉତ୍ତରରେ କରିନା କୁହନ୍ତି, ମୁଁ ଚାହୁଁଛି ମୋର ଦୁଇ ପୁଅ ସଂପୂର୍ଣ୍ଣ ଭଦ୍ର ହୁଅନ୍ତୁ, ମୁଁ ଚାହେଁ ଯେ ଶିକ୍ଷିତ, ଦୟାଳୁ ହୁଅନ୍ତୁ। ଯଦି ଏହା ଘଟେ ତେବେ ମୁଁ ଭାବୁଛି ମୋର କାମ ସରିଗଲା। ମୁଁ ଚାହୁଁ ନାହିଁ ଯେ, ସେ ଫିଲ୍ମ ଷ୍ଟାର ହୁଅନ୍ତୁ। ଯଦି ତୈମୁର ଆସି ମୋତେ କୁହନ୍ତି ମୁଁ ଅନ୍ୟ କିଛି କରିବାକୁ ଚାହୁଁଛି ତେବେ ମୁଁ ବହୁତ ଖୁସି ହେବି। ସେ ଏଭରେଷ୍ଟ ପର୍ବତ ଚଢ଼ନ୍ତୁ କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରନ୍ତୁ ମୁଁ ସବୁଥିରେ ସେମାନଙ୍କୁ ସାହାଯ୍ୟ କରିବି।
ଦୁଇ ପିଲାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ସେ କହିଛନ୍ତି ଯେ ତୈମୁର ବହୁତ ଚେହେରା ପସନ୍ଦ କରୁ ନ ଥିବା ବେଳେ ଜେହ ଏହାର ବିପରୀତ। ତୈମୁରଙ୍କ ଠାରେ ସୈଫଙ୍କର ଅଧିକ ବ୍ୟକ୍ତିତ୍ୱ ଅଛି। ସେ ସୃଜନଶୀଳ, ସେ କଳା, ରଙ୍ଗ ଏବଂ ଚିତ୍ରାଙ୍କନକୁ ଭଲ ପାଆନ୍ତି, ସେ ନୂତନ ଜିନିଷ ଅନୁସନ୍ଧାନ କରିବାକୁ ଭଲ ପାଆନ୍ତି ବୋଲି କରୀନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri