ପ୍ରଥମ ଦେଖାରେ ଶାହିଦଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ସେ। ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ଏବଂ ‘କବିର ସିଂହ’ ବେଶ୍‌ ଚର୍ଚ୍ଚିତ ହେବା ସହ ନୂଆ କିର୍ତ୍ତିମାନ ସ୍ଥାପନ କରିଥିଲା। ଆସନ୍ତୁ ଜାଣିବା ଶାହିଦଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କଥା।

ଶାହିଦ ଏବଂ ପୂର୍ବ ପ୍ରେମିକା କରିନା କପୁର ଖାନ୍‌ ୨୦୦୪ରେ ଫିଲ୍ମ ‘ଫିଦା’ରେ କାମ କରିଥିଲେ। ଏହାର ଶୁଟିଂ ସମୟରେ ସତସତିକା ଶାହିଦଙ୍କ ଉପରେ ଫିଦା ହୋଇଯାଇଥିଲେ ବେବୋ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା। ଶାହିଦଙ୍କୁ ପାଇବା ପାଇଁ ପାଗଳପ୍ରାୟ ହୋଇଯାଇଥିଲେ କରିନା। ଦୁଇମାସ ଯାଏ ତାଙ୍କ ପଛରେ ପଡ଼ିଯାଇଥିଲେ। ମେସେଜ୍‌ କରିବା ସହ ବାରମ୍ବାର ଫୋନ୍‌ କରୁଥିଲେ। ଶାହିଦଙ୍କୁ ଭେଟିବାକୁ ଅନୁରୋଧ କରୁଥିଲେ। ତାଙ୍କୁ ନିଜଆଡୁ ପ୍ରପୋଜ୍‌ ମଧ୍ୟ କରିଥିଲେ। ହେଲେ ଅଭିନେତ୍ରୀଙ୍କୁ ଭାଉ ଦେଉ ନ ଥିଲେ ଅଭିନେତା। ଏପରି କିଛି ମାସ ଚାଲିବା ପରେ ବେବୋଙ୍କୁ ହଁ କହିଥିଲେ ଶାହିଦ।

୨୦୦୭ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାପରେ କରିନା ସୈଫଙ୍କ ପ୍ରେମରେ ପଡ଼ି ବିବାହ କରିନେଇଥିଲେ। ଏହା ଖୁବ୍‌ ଆଘାତ ଦେଇଥିଲା ଶାହିଦଙ୍କୁ। ସେମାନଙ୍କୁ ଏକାଠି ଦେଖି ସେ ଦୁଃଖି ହୋଇଯାଉଥିଲେ। ହେଲେ ଯାହା ସତ ତାହାକୁ ସ୍ବିକାର କରିବାର ସମୟ ଆସିଛି ବୋଲି ସେ ଭାବିଥିଲେ। ଉଭୟଙ୍କ ଖଟାମିଠା ସ୍ମୃତିକୁ ହୃଦୟରେ ରଖି ସେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି କହିଥିଲେ। ଏବେ ସେ ମୀରା ରାଜପୁତଙ୍କୁ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ଅପରପକ୍ଷେ କରିନା ଏବେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦ କଶ୍ମୀର ଫାଇଲ୍‌’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ମୁମ୍ବାଇ,୧୮।୩: ବଲିଉଡ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା...

କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ...

ରକୁଲ ଯାହା ଖୋଜୁଥିଲେ..

ରକୁଲ୍‌ ପ୍ରୀତ ସିଂ ଯାହା ଖୋଜୁଥିଲେ ତାହା ତାଙ୍କୁ ଏତେ ସହଜରେ ମିଳିଯିବ-ଏ କଥାକୁ ସେ ବିଶ୍ୱାସ କରିପାରୁନାହାନ୍ତି। କଥା କ’ଣ କି ସେ ଏବେ...

‘ଏକ୍‌ ଭିଲେନ୍‌’ ସିକୁଏଲରେ ନଜର ଆସିବେ ତାରା ସୁତରିୟା

୨୦୧୪ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଏକ୍‌ ଭିଲେନ’କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହାର ଏହାର ସିକୁଏଲ ହେବ। ଏଥର ଫିଲ୍ମରେ ଜନ୍‌...

ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ...

ବିବାହର କିଛି ସମୟ ପୂର୍ବରୁ କ୍ୟାମେରା ସାମ୍ନାକୁ ଆସିଲେ ଗୌହର!

ମୁମ୍ବାଇ: ଅଭିନେତ୍ରୀ ଗୌହର ଖାଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୨୫ରେ ସେ ହାତକୁ ଦି ହାତ ହେବେ ।...

‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ...

ଗର୍ବ ଅନୁଭବ କଲେ ଅମିତାଭ: ପିତାଙ୍କ ନାମରେ ହେବ ଏହି ଦେଶର ଏକ ସ୍ଥାନ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡ ତାର ରୋକ୍ଲ ଶହରର ଏକ ସ୍ଥାନର ନାମ ରଖିବ। ଏହି ସୂଚନା...

Advertisement
Archives

Model This Week