‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଛି। କରୀନା କପୁର ଖାନଙ୍କୁ ସୀତା କରାଯିବା ଉଚିତ ନୁହେଁ ବୋଲି ସୋସିଆଲ ମିଡିଆରେ ଦାବି ଉଠିଛି। ଏଥିସହିତ ଲୋକମାନେ ୧୨କୋଟି ଫି ମାଗିବା ପରେ ମଧ୍ୟ ୬ରୁ ୮ କୋଟି ଟଙ୍କା ନେଇଥିବା କରିନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏବେ ଅଭିନେତ୍ରୀ ତାପସୀ ମଧ୍ୟ କରୀନାଙ୍କ ବିଷୟରେ ନିଜର ଆଭିମୁଖ୍ୟ ରଖିଛନ୍ତି। କରୀନାଙ୍କୁ ସମର୍ଥନ କରି ତାପସୀ ଲେଖିଛନ୍ତି ଯେ, କରୀନାଙ୍କୁ ଟ୍ରୋଲ କରିବା ସମାଜର ସଂକୀର୍ଣ୍ଣ ମାନସିକତାକୁ ପ୍ରକାଶ କରିଥାଏ। ଯଦି କରୀନାଙ୍କ ବଦଳରେ ଜଣେ ପୁରୁଷ ତାରକା ଏହି ଫି ମାଗୁଥାନ୍ତେ, ତେବେ ଆମେ କହିଥାନ୍ତୁ ଯେ ବଜାର ମୂଲ୍ୟ ବୃଦ୍ଧି ପାଇଛି, ଯେପରି ସେହି ପୁରୁଷ ତାରକା ଜୀବନରେ କିଛି ବଡ ସଫଳତା ହାସଲ କରିଛନ୍ତି, କିନ୍ତୁ ଯେହେତୁ ଜଣେ ମହିଳା ଅଧିକ ଟଙ୍କା ମାଗୁଛନ୍ତି, ତେବେ ଲୋକମାନଙ୍କର ଅସୁବିଧା ହେଉଛି। ତାପସୀ ଆହୁରି କୁହନ୍ତି, କରୀନାଙ୍କୁ ୧୨ କୋଟି କାହିଁକି ମିଳିବ ନାହିଁ? ଖାଲି ସେତିକି ନୁହେଁ, ସେ ହେଉଛନ୍ତି ଦେଶର ସବୁଠାରୁ ବଡ ମହିଳା ସୁପରଷ୍ଟାର। ଯଦି ସେ ତାଙ୍କ ସମୟ ବଦଳରେ କିଛି ବେତନ ମାଗୁଛନ୍ତି, ତେବେ ତାହା ହେଉଛି ତାଙ୍କର କାମ। କୁହାଯାଉଛି ଯେ କରୀନାଙ୍କୁ ଫିଲ୍ମ ପାଇଁ ୮-୧୦ ମାସ ସମୟ ଦେବାକୁ ପଡିବ। କରୀନାଙ୍କ ସ୍ବାମୀ ସୈଫ ଅଲି ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri