Posted inଜାତୀୟ

ରାଜଧାନୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଅସହ୍ୟ ଗରମ

ନୂଆଦିଲ୍ଲୀ,୧ ।୭: ଗୋଟିଏ ପଟେ ଦକ୍ଷିଣ ଭାରତରେ ମୌସୁମୀ ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଉତ୍ତର ଓ ଉତ୍ତର-ପଶ୍ଚିମ ରାଜ୍ୟରେ ବିଳମ୍ବିତ ମୌସୁମୀ ସାଧାରଣ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ଓ ଉତ୍ତର ରାଜସ୍ଥାନରେ ପ୍ରବଳ ଗରମ ଅନୁଭୁତ ହେଉଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏସବୁ ସ୍ଥାନରେ ‘ଲୁ’ ର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭାଗରୁ ପ୍ରବାହିତ ପଶ୍ଚିମା ବାୟୁ ଯୋଗୁଁ ଏସବୁ ଅଞ୍ଚଳରେ ପ୍ରବଳ ଉତ୍ତାପ ସୃଷ୍ଟି ହୋଇଥିବା କହିଛି ପାଣିପାଗ ବିଭାଗ । ଅନ୍ୟପଟେ ଦେଶର ଉତ୍ତର ଭାଗରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ମୌସୁମୀ ଆସିବାରେ ବି ବଳମ୍ବ ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି । ଏହାସହ ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୬-୭ ଦିନରେ ବିହାର, ପଶ୍ଚିମବଙ୍ଗ, ସିକ୍କିମ ଓ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କଲା ସିବିଆଇ; ମଙ୍ଗଳବାର ଚିଦାମ୍ବରମ୍‌ଙ୍କ ଜାମିନ୍‌ ବିଚାର

ନୂଆଦିଲ୍ଲୀ,୧୪।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ହୋଇଥିବା ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ସୋମବାର ସିବିଆଇ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି...

ଓଲଟିଲା ଡଙ୍ଗା: ଜୀବନ ସହ ବାଜି ଲଗାଇ ୮୮ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ୨ ପୋଲିସ କର୍ମଚାରୀ

ମୁମ୍ବାଇ,୧୪।୩ : କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଘଟିଛି। ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା...

ଉନ୍ନାଓ ବଳାତ୍କାର ମାମଲାର ଦୋଷୀ କୁଲଦୀପଙ୍କ ସରିଲା ବିଧାନସଭା ସଦସ୍ୟତା

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ଭାଜପା ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି। ଏହାପରେ ସେ ଆଉ...

ଦେଶର ସମ୍ପତ୍ତି ବିକ୍ରି କରୁଛନ୍ତି ମୋଦି ସରକାର

ଲକ୍ଷ୍ନୌ, ୧୦।୯: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ,...

୧୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧,୦୩୬ ଜଣଙ୍କଠାରେ ଥିଲା କରୋନା ଲକ୍ଷଣ

ଲକ୍ଷ୍ନୌ,୨।୬: ଉତ୍ତରପ୍ରଦେଶକୁ ଏପର୍ଯ୍ୟନ୍ତ ସାଢେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରି ଆସିଲେଣି। ହେଲେ ଏମାନଙ୍କ ମଧ୍ୟରୁ ପ୍ରାୟ ୧ହଜାରରୁ ସାମାନ୍ୟ ଅଧିକ ଲୋକଙ୍କ...

ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ...

ପୁତୁରା ଆକାଶ ଆନନ୍ଦଙ୍କୁ ମାୟାବତୀଙ୍କ ବଡ ଉପହାର

ଲକ୍ଷ୍ନୌ,୨୮ ।୩: ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ଓ ଭାଇ ଆନନ୍ଦ...

ଟଙ୍କା ଚୋରି ଅଭିଯୋଗରେ ଶ୍ରମିକଙ୍କୁ ଅକଥନିୟ ନିର୍ଯ୍ୟାତନା ଦେଲେ ୪ ବ୍ୟକ୍ତି

ଚେନ୍ନାଇ, ୪ା୨- ତାମିଲନାଡୁର ଆମ୍ମେପେଟାଇ ଜିଲାର ଥାନଜାବୁରରୁ ଏକ ହୃଦୟ ଥରା ଭିଡିଓ ଭାଇରାଲ ହୋଇଛି। ଟଙ୍କା ଚୋରି ଅଭିଯୋଗରେ ରାହୁଲ ନାମକ ଜଣେ ଦଳିତ...

Advertisement
Archives

Model This Week