ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ ବିନ୍ଦାସ ଅନ୍ଦାଜରେ ନିଜ ମତ ରଖିବା ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ସମ୍ପ୍ରତି ଏହି ଫିଲ୍ମ ନିର୍ମାତା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏକ ଟିଭି ଶୋ’ରେ ଜଣେ ହାସ୍ୟ ଅଭିନେତାଙ୍କ ଦ୍ୱାରା କରାଯାଇଥିବା ତାଙ୍କର ‘ଖରାପ ମିମିକ୍ରି’କୁ କରନ୍‌ ନାପସନ୍ଦ କରିଛନ୍ତି। ଏ ସମ୍ପର୍କରେ ସେ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରି ଶେୟାର କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରୋଗ୍ରାମରେ ତାଙ୍କର କରାଯାଇଥିବା ମିମିକ୍ରିକୁ କରନ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଛନ୍ତି। ଜଣେ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ୟକ୍ତି ବିଶେଷଙ୍କ ଦ୍ୱାରା କରାଯାଇଥିବା ଏହି ମିମିକ୍ରି ତାଙ୍କୁ ଆଘାତ ଦେଇଥିବା ସେ ନିଜ ଷ୍ଟୋରିରେ ଦର୍ଶାଇଛନ୍ତି। କରନ୍‌ ତାଙ୍କ ମା’ଙ୍କ ସହ ଏକ ପ୍ରତିଷ୍ଠିତ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ ରିୟଲିଟି କମେଡି ଶୋ’ ଦେଖୁଥିଲେ। ଏହି ପ୍ରୋଗ୍ରାମରେ ହାସ୍ୟ ଅଭିନେତା ଜଣକ ତାଙ୍କୁ ଇଙ୍ଗିତ କରି ବ୍ୟଙ୍ଗାତ୍ମକ ମିମିକ୍ରି କରିଥିଲେ। ଏହା ତାଙ୍କୁ ଓ ତାଙ୍କ ମା’ଙ୍କୁ ବହୁମାତ୍ରାରେ ଆଘାତ ଦେଇଥିବା କରନ ଦର୍ଶାଇଛନ୍ତି। ତେବେ ତାଙ୍କ ମିମିକ୍ରି କରିଥିବା ହାସ୍ୟ ଅଭିନେତାଙ୍କ ନାମ କରନ୍‌ ନେଇନାହାନ୍ତି। ତାଙ୍କର ଏହି ଷ୍ଟୋରିକୁ ଅନ୍ୟତମ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏକତା କପୁର ସମର୍ଥନ କରିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରି ଦେଇ ଲେଖିଛନ୍ତି, ଏବେ ଏହିପରି କିଛି କଣ୍ଟେଣ୍ଟ ପାଇଁ ବିଭିନ୍ନ ହାସ୍ୟ କାର୍ଯ୍ୟକ୍ରମର ସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଏକତାଙ୍କ ଏହି ଷ୍ଟୋରିକୁ କରନ୍‌ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି।...

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ...

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...

ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ…

ବଲିଉଡ୍‌ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ...

ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍

ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri