‘ରକି ଔର ରାଣି କି ପ୍ରେମ କାହାଣି’ର ନୂଆ ରିଲିଜ ଡେଟ ଶେୟାର କଲେ କରନ

ମୁମ୍ବାଇ: ବଲିଉଡ ଫିଲ୍ମ ମେକର କରନ ଜୋହର ପୁଣିଥରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମ ‘ରକି ଔର ରାଣି କି ପ୍ରେମ କାହାଣି’ର ନିର୍ଦ୍ଦେଶନା ଦେଇଛନ୍ତି କରନ । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ନୂଆ ରିଲିଜ୍ ଡେଟ ଶେୟାର କରିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ୧୦ ଫେବୃୟାରୀ ୨୦୨୩ରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହା ଆହୁରି କିଛି ଦିନ ଆଗକୁ ବଢିଯାଇଛି । କରନଙ୍କ ସୂଚନା ଅନୁଯାୟୀ, ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାଣି’ ୨୮ ଏପ୍ରିଲ ୨୦୨୩ରେ ରିଲିଜ୍ ହେବ ।
ଇନଷ୍ଟାଗ୍ରାମରେ କରନ ଏହା ଶେୟାର କରିବା ସହ ଲେଖିଛନ୍ତି, ଏବେ ସମୟ ଆସିଛି ଦୀଘ ୭ ବର୍ଷ ପରେ ମୁଁ ପୁଣିଥରେ ମୋ ପ୍ରଥମ ଘରକୁ ଫେରିଛି । ତେବେ ଏଠାରେ ସେ ସେହି ସମ୍ମାନ ପାଇଥିବା କହିଛନ୍ତି । ପୋଷ୍ଟରେ କରନ ଲେଖିଛନ୍ତି, ଅବ ଇନ୍ତଜାର ଖତମ! ଆମେ ଏବେ ଧମାକାଦାର ଫ୍ୟାମିଲି ଏଣ୍ଟରଟେନମେଣ୍ଟ ମୁଭି ‘ରକି ଔର ରାନି କି ପ୍ରେମ କାହାଣି’ ଆପଣଙ୍କ ପାଇଁ ନେଇ ଆସିଛୁ, ଯାହା ଏପ୍ରିଲ ୨୮, ୨୦୨୩ରେ ରିଲଜ୍ ହେବାକୁ ଯାଉଛି ।
କରନ ଫିଲ୍ମର ରିଲିଜ ଡେଟ ଶେୟାର କରିବା ପୂର୍ବରୁ ଏକ କବିତା ବି ଶେୟାର କରିଛନ୍ତି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସୂଚନଯୋଗ୍ୟ, କରନ ଜୋହରଙ୍କ ନିର୍ଦ୍ଦେଶିତ ଅପକମିଂ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାଣି’ରେ ରଣବୀର ସିଂ, ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଜୟା ବଚ୍ଚନ ଓ ଶବାନା ଆଜମି ମୁଖ୍ୟ ଭୂମିକାରେ ନଜର ଆସିବେ ତେବେ ୨୦୧୬ରେ ଶେଷ ଥର ପାଇଁ କରନ ଜୋହର ନିର୍ଦ୍ଦେଶନା ଦେଇଥିବା ମୁଭି ‘ୟେ ଦିଲ ହୈ ମୁସକିଲ’ ପରେ ପୁଣିଥରେ ଦୀର୍ଘ ୭ ବର୍ଷ ପରେ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡକୁ ଫେରିଛନ୍ତି କରନ ଜୋହର ।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri