ବଦଳିବ କପିଳାସ ଜୁ’ କଳେବର

ଢେଙ୍କାନାଳ ଅଫିସ, ୩୦।୬: ଖୁବ୍‌ଶୀଘ୍ର ବଦଳିବ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ତଥା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ଥିବା କପିଳାସ ଜୁ’ର କଳେବର। ଏହି କାର୍ଯ୍ୟରେ ଆନୁମାନିକ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପ୍ରସ୍ତୁତ କରାଯାଉଛି ମାଷ୍ଟର ପ୍ଲାନ୍‌।
ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ନିର୍ମାଣ ହେବା ପରେ କପିଳାସ ପ୍ରାଣୀ ଉଦ୍ୟାନର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏଠାକୁ ନୂଆ ଜୀବଜନ୍ତୁ ଅଣାଯିବାକୁ ଯୋଜନା ରହିଛି। ତେଣୁ ଏହାର ପରିସରକୁ ବ୍ୟବସ୍ଥିତ କରାଯିବା ଜରୁରୀ ହୋଇପଡ଼ିଛି। ଏବେ ଜୁ’ ପରିସରରେ ୩ଟି ନୂଆ ଏନ୍‌କ୍ଲୋଜର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରାଣୀ ଉଦ୍ୟାନ ପରିସରରେ କେସିଙ୍ଗା, କୃଷ୍ଣସାର ଭଳି ୬ ପ୍ରଜାତିର ହରିଣ ରଖାଯିବା ବ୍ୟବସ୍ଥା କରାଯାଉଛି। ଏଥିସହ ତୃଣଭୋଜି ପ୍ରାଣୀ ଗୁରାଣ୍ଡି ମଧ୍ୟ ଅଣାଯିବ। ଏବେ ଜୁ’ରେ ୧୬୦ ହରିଣ ଥିବାବେଳେ ଏମାନଙ୍କ ସଂଖ୍ୟା ହ୍ରାସ କରାଯିବ। ମୋଟ ୩୦ ହରିଣକୁ ବାଦ୍‌ ଦେଇ ଅନ୍ୟମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ। ଏଥିଲାଗି ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ାଯାଇଥିବାବେଳେ ସ୍ବୀକୃତିକୁ ଅପେକ୍ଷା କରିଛି ବନ ବିଭାଗ। ସେହିପରି କଲରା ପତରିଆ ବାଘ ଆଣିବା ପାଇଁ ପ୍ରସ୍ତାବ ରହିଥିବାରୁ ପୂର୍ବପ୍ରସ୍ତୁତି ସ୍ବରୂପ ଏକ ବଡ କେଜ୍‌ ନିର୍ମାଣ କରାଯାଉଛି। ସରୀସୃପ ସରଣୀରେ ସ୍ବତନ୍ତ୍ର କାଚ ଆବଦ୍ଧ କେଜ୍‌ରେ ଅହିରାଜ ରହିବେ। ଏଥିଲାଗି ଯୋଜନାବଦ୍ଧ ଭାବେ କାମ ଆଗେଇ ଚାଲିଛି।
ସୂଚନାଯୋଗ୍ୟ, ୧୯୭୯ ଜାନୁୟାରୀ ୨୬ରେ ଡିଅରପାର୍କରୁ ଆରମ୍ଭ ହୋଇଥିଲା କପିଳାସ ଜୁ’ ଇତିହାସ। କପିଳାସ ପାହାଡ ପାଦ ଦେଶରେ ୨୬.୬୪ ହେକ୍ଟର ଜାଗାରେ ଅବସ୍ଥିତ ଏହି ଡିୟର ପାର୍କକୁ ୧୯୮୬ ଏପ୍ରିଲ୍‌ ୪ରେ ରାଜ୍ୟ ସରକାର ମିନି ଜୁ’ର ମାନ୍ୟତା ଦେଇଥିଲେ। ଏହାପରେ ୧୯୯୫ ଏପ୍ରିଲ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ପ୍ରାଣୀ ଉଦ୍ୟାନର ମାନ୍ୟତା ମିଳିଥିଲା। ଏବେ ଏଠାରେ ଅହିରାଜ, ଅଜଗର, ହାତୀ, କୁମ୍ଭୀର, ଭାଲୁ, ଶମ୍ବର, ବିଭିନ୍ନ ପ୍ରଜାତିର ହରିଣ, ମିଥୁନ ଗାଈ, ବିଭିନ୍ନ ପ୍ରକାର ପକ୍ଷୀ ସମେତ ମୋଟ ୧୯ ପ୍ରଜାତିର ପ୍ରାଣୀ ରହୁଛନ୍ତି। ହାତୀ ଛୁଆଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେବା ଲାଗି କାର୍ଯ୍ୟକ୍ଷମ ହୋଇଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ୮ ହାତୀ ଅଛନ୍ତି। ଦନ୍ତାହାତୀ ‘ରାକେଶ’କୁ ସ୍ବତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ବୋଟିଂ, ଦୋଳି, ମିନି ପାର୍କ ରହିଛି ା
କପିଳାସ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଉଥିବା ପର୍ଯ୍ୟଟକଙ୍କୁ ମଧୁର ଅନୁଭୂତି ପ୍ରଦାନ କରିବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି। ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଜୁ’ର ଉନ୍ନତୀକରଣ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri