ବିଷାକ୍ତ ଛତୁ ଖାଇ ପରିବାରର ୮ ଅସୁସ୍ଥ

ଟିକିରି/ରାୟଗଡ଼ା ଅଫିସ,୩୦।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକସୁପେଲ ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ସଦସ୍ୟ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଗାଁର ଜଗବନ୍ଧୁ ନାୟକ ତନଖ ନାୟକ, ହୃଷି ନାୟକ, ପାର୍ବତୀ ନାୟକ, ନୀଳାଦ୍ରି ନାୟକ, ସୃତି ନାୟକ, ସୁବାସ ନାୟକ ଓ ମହେଶ୍ୱର ନାୟକ। ରାତିରେ ଘରେ ରୋଷେଇ ହୋଇଥିବା ଛତୁ ପରିବାରର ସମସ୍ତେ ଖାଇ ଶୋଇଥିଲେ। ଅଧାରାତିରେ ସମସ୍ତଙ୍କ ପେଟବ୍ୟଥା ସହ ଝାଡ଼ାବାନ୍ତି ହୋଇଥିଲା। ଫଳରେ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତରଖାନାର ଇନ୍‌ଚାର୍ଜ ନେତ୍ରାନନ୍ଦ ନାୟକ କହିଛନ୍ତି। ସଚେତନତା ଅଭାବ ଯୋଗୁ ଆଦିବାସ ଅଞ୍ଚଳର ଲୋକେ ବିଭିନ୍ନ ସମୟରେ ବିଷାକ୍ତ ଛତୁ, ଆମ୍ବ ଟାକୁଆ ଆଦି ଖାଇ ଅସୁସ୍ଥ ହେଉଛନ୍ତି। ଏ ଦିଗରେ ସଚେତନତର ଆବଶ୍ୟକତା ରହିଥିବା ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

୨୦ ବର୍ଷରେ ପାଦ ଥାପିବ ଟାଉନ ଦୁର୍ଗାପୂଜା କମିଟି, ବଂଶଧାରା ନଦୀତଟରେ ପୂଜାର୍ଚ୍ଚନା

ଗୁଡ଼ାରି,୧୯ା୯(ପ୍ରମୋଦ କୁମାର ପତି): ପବିତ୍ର ରାଧାଷ୍ଟମୀ ଅବସରରେ ଶନିବାର ଗୁଡ଼ାରି ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ମୃତ୍ତିକା ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବଂଶଧାରା…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ସ୍ବାମୀଙ୍କୁ ପିଟିଦେଲା ବାଇକ୍‌, ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଖବର ଶୁଣି ସ୍ତ୍ରୀଙ୍କୁ ହେଲା…

କଲ୍ୟାଣସିଂହପୁର,୧୭ା୯(ଦୀପକ କୁମାର ପରିଡ଼ା): ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?