କପିଳାସ ହେବ ଗ୍ରୀନ୍‌ କରିଡର

ଢେଙ୍କାନାଳ ଅଫିସ, ୩।୨ – ପ୍ରସିଦ୍ଧ ଶୈବପୀଠ କପିଳାସ ହେବ ଗ୍ରୀନ୍‌ କରିଡର। ମନ୍ଦିର ପରିସର ସମେତ ଆଖପାଖ ଅଞ୍ଚଳକୁ ମାର୍ଚ୍ଚ ୧ ସୁଦ୍ଧା ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ। ଏଥିଲାଗି ଅଣ୍ଟା ଭିଡ଼ିଛି ପ୍ରଶାସନ। ଏ ସଂକ୍ରାନ୍ତରେ ମଙ୍ଗଳବାର ଜିଲା ଦେବୋତ୍ତର ବିଭାଗ ଏବଂ ବନ ବିଭାଗ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆସନ୍ତା ଜାଗରଯାତ୍ରା ପୂର୍ବରୁ ପୀଠକୁ ଗ୍ରୀନ୍‌ ଜୋନ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବାକୁ ପ୍ରତିବର୍ଷ ଦେଶବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ କପିଳାସ ଆସିଥାନ୍ତି। ସେମାନଙ୍କ ସହିତ ପୀଠକୁ ଆସିଥାଏ ଶତାଧିକ କୁଇଣ୍ଟାଲ ପଲିଥିନ ଏବଂ ପ୍ଲାଷ୍ଟିକ। ପୀଠ ପରିସର ଏବଂ ପାହାଡ଼ ପାଦ ଦେଶରେ ଥିବା ଦୋକାନରେ ଭୋଗ ଏବଂ ଜଳଖିଆ ବିକ୍ରି ହେଉଛି। ଦୋକାନୀମାନେ ସହଜରେ ବ୍ୟବସାୟ କରିବାକୁ ପଲିଥିନରେ ସାମଗ୍ରୀ ଦେଇଥାନ୍ତି। ବ୍ୟବହାର ପରେ ଏସବୁ ରାସ୍ତାଘାଟ, ମନ୍ଦିର ବେଢ଼ାରେ ପକାଇ ଦିଆଯାଉଛି। ମାଟିରେ ସହଜରେ ମିଶୁ ନ ଥିବା ଏଭଳି ବର୍ଜ୍ୟବସ୍ତୁ ମନ୍ଦିର ସୌନ୍ଦର୍ଯ୍ୟ ବିଗାଡ଼ିବା ସହ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହାର ପ୍ରଭାବରେ ନଷ୍ଟ ହେଉଛି ପ୍ରାକୃତିକ ଝରଣା ଏବଂ ସବୁଜବନାନୀ। ଅଭୟାରଣ୍ୟକୁ ଲାଗି ରହିଥିବାରୁ ପ୍ଲାଷ୍ଟିକ ବର୍ଜ୍ୟ ବନ୍ୟଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଆବର୍ଜନାକୁ ମାଙ୍କଡ଼, କୁକୁର, କାଉ ଟାଣି ନେଇ ରାସ୍ତାରେ ପକାଉଛନ୍ତି। ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ଏଥିଲାଗି ପୂର୍ବରୁ ବହୁବାର ପ୍ରୟାସ କରାଯାଇଥିଲେ ମଧ୍ୟ ଯୋଜନା ଫଳପ୍ରସୂ ହୋଇପାରିନାହିଁ। ତେବେ ମଙ୍ଗଳବାର ସମସ୍ୟା ସମାଧାନ ଲାଗି ଉଭୟ ବନ ବିଭାଗ ଏବଂ ଦେବୋତ୍ତର ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ବନଖଣ୍ଡ ଅଧିକାରୀ ଏବଂ ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଏ କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କପିଳାସ ପାଦଦେଶରେ ଥିବା ପ୍ରାଣୀ ଉଦ୍ୟାନକୁ ମଧ୍ୟ ଗ୍ରୀନ କରିଡରରେ ସାମିଲ କରାଯାଇଛି। ଚଳିତବର୍ଷ ଯେ କୌଣସି ପ୍ରକାରେ ଏହି ଅଭିଯାନକୁ ସଫଳ ରୂପ ଦେବାକୁ ଯୋଜନା ରହିଛି।

ଚଳିତବର୍ଷ କରାଯିବ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌
କପିଳାସ ପୀଠ ଏବଂ ଅଭୟାରଣ୍ୟକୁ ଚଳିତବର୍ଷ ପ୍ଲାଷ୍ଟିକ୍‌ ଫ୍ରି କରିବାକୁ ଯୋଜନା କରାଯାଇଛି। ମାର୍ଚ୍ଚ ୧ ସୁଦ୍ଧା ସମ୍ପୂର୍ଣ୍ଣ ଅଞ୍ଚଳକୁ ଗ୍ରୀନ୍‌ ଜୋନରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଦେବୋତ୍ତର ବିଭାଗ ସହଯୋଗ କରୁଛି।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ
ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ
ଜାଗର ଯାତ୍ରା ପୂର୍ବରୁ କପିଳାସ ପୀଠକୁ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରାଯିବ। ଏଥିପାଇଁ ଡିଏଫ୍‌ଓଙ୍କ ସହ ଆଲୋଚନା ହୋଇଛି। ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ଦେବୋତ୍ତର ଅଧିକାରୀ
ସ୍ବାଗତଯୋଗ୍ୟ ପଦକ୍ଷେପ
ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସକୁ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌ କରିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ମନ୍ଦିର ନିକଟରେ ଅଭୟାରଣ୍ୟ ଥିବାରୁ ଏହା ଜରୁରୀ। ଆବର୍ଜନା ପକାଇବାକୁ ଡଷ୍ଟବିନ୍‌ ସହ ସଫେଇ ଲାଗି ପଦକ୍ଷେପ ନିଆଯିବ ଉଚିତ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ସ୍ବଚ୍ଛତା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ
ମନ୍ଦିର ବେଢ଼ାରେ ସ୍ବଚ୍ଛତା ରକ୍ଷା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ। କପିଳାସ ପୀଠ ଜିଲାର ଗୌରବ। ଏହାର ସୁରକ୍ଷା, ପରିଚ୍ଛନ୍ନତା ଲାଗି ସମସ୍ତେ ବଦ୍ଧପରିକର ହେବା ଉଚିତ। ସବୁଜିମା, ବନ୍ୟଜନ୍ତୁ ଏବଂ ଜଳସ୍ରୋତର ସୁରକ୍ଷା ଲାଗି ଏହା ଜରୁରୀ।
-ଦୀପ୍ତିମୟୀ ଲେଙ୍କା, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ପୀଠରେ ଲାଗିଲା ନିଆଁ

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରା ତାରିଣୀଙ୍କ ପୀଠରେ ଏକ ଅଘଟଣ ଘଟିଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ପୂଜା ଚାଲିଥିବା ସମୟରେ ମା’ଙ୍କ ପୀଠରେ...

ଜିଲା କଂଗ୍ରେସ ନେତାଙ୍କ ଉପରେ ଦୋଷ ଲଦିଲେ ଜର୍ଜ ତିର୍କୀ

ରାଉରକେଲା ଅଫିସ/ ଭୁବନେଶ୍ୱର(ବ୍ୟୁରୋ), ୬ା୬: ନିର୍ବାଚନରେ ପରାଜୟ ପରେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଜର୍ଜ ତିର୍କୀ। ଏଥର କଂଗ୍ରେସ ଟିକେଟରେ ସୁନ୍ଦରଗଡ଼...

ଦିଗପହଣ୍ଡିରେ ସାର ସମସ୍ୟା: ପୁଣି ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୧୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ସାର ଯୋଗାଣ ଦାବିରେ ଗତ ଗୁରୁବାର ସହରର ବହୁସଂଖ୍ୟକ ଚାଷୀ ଆନ୍ଦୋଳନ କରିବାସହ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ସୁଦ୍ଧା...

ନିୟମ ଊଲ୍ଲଂଘନ କରି ୯ ଗିରଫ

ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ଏସେଲ ଖଣି ଓ ଜଜାଙ୍ଗସ୍ଥିତ ଜଜାଙ୍ଗ ଖଣିର ପରିବହନ କାର୍ଯ୍ୟକୁ ବନ୍ଦ କରିଥିବା...

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍‌ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ...

ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ...

ଜୀବନ ଜୀବିକା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଖଜୁରିପଡା,୬ା୫(ଡି.ଏନ.ଏ.)- ଜଙ୍ଗଲ ସୀମାବର୍ତ୍ତୀ ଜନଜାତି ଗରିବ ପରିବାରର ମହିଳାମାନେ ଦିନ ମଜୁରୀ ଠାରୁ ଆରମ୍ଭ କରି ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା...

ବାରିପଦା-ପୁରୀ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ଦାବି

ବାରିପଦା ଅଫିସ,୨୫ା୨: ମୟୂରଭଞ୍ଜ ଜିଲାକୁ ପର୍ଯ୍ୟଟକଙ୍କ ଗମନାଗମନ ନିମନ୍ତେ ସିଧାସଳଖ ବାଙ୍ଗରିପୋଷିରୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ନିୟମିତ ରେଳ ଚଳାଚଳ କରିବାକୁ ଜିଲାବାସୀ ବାରମ୍ବାର ଦାବି...

Advertisement
Archives

Model This Week