ବିଶ୍ୱସ୍ତରୀୟ ହେବ କପିଳାସ ପୀଠ

ଢେଙ୍କାନାଳ, ୨୧ା୮(ରତନ ନାୟାର):କପିଳାସ କ୍ଷେତ୍ରାଧିପତି ମହାଦେବ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ସ୍ଥଳୀରେ ପରିଣତ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ରାଜ୍ୟ ସରକାର, ଜିଲା ପ୍ରଶାସନ ପକ୍ଷରୁ ଗଠନମୂଳକ ପ୍ରସ୍ତାବ ଆସିଲେ ଏହାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଡାଇରେକ୍ଟର ଜେନେରାଲ (ଡିଜି) ତଥା ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ କେ.କେ. ବାସା। ରବିବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି କପିଳାସ ପୀଠ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ମନ୍ଦିରର ସ୍ଥିତି, ସୁରକ୍ଷା, ରକ୍ଷଣାବେକ୍ଷଣ, ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏଏସ୍‌ଆଇ ଡିଜି, ଏନ୍‌ଏମ୍‌ଏ ଏଡିଜି ଭୀମା ଆଜ୍‌ମୀରା, ଏଏସ୍‌ଆଇ ପୁରୀ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଜି.ବି. ଗଡନାୟକ, ଭୁବନେଶ୍ୱର ସର୍କଲ ମୁଖ୍ୟ ସୁଶାନ୍ତ କୁମାର କର, ବିଶେଷଜ୍ଞ ରଞ୍ଜନା ପୁଷ୍କରଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ପୂର୍ବାହ୍ନ ୧୦ଟା ୪୦ରେ କପିଳାସରେ ପହଞ୍ଚତ୍ଥିଲେ। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପୀଠର ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଏସ୍‌ଆଇ ଡିଜି ବାସା କହିଲେ, ବିଶ୍ୱପ୍ରସିଦ୍ଧ କପିଳାସ ପୀଠର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଜରୁରୀ ହୋଇପଡ଼ିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟରେ ଆଲୋଚନା କରିବା ସହ ପୀଠ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଏଏସ୍‌ଆଇ, ଏନ୍‌ଏମ୍‌ଏର ବିଶେଷଜ୍ଞମାନେ ସ୍ଥିତି ସମୀକ୍ଷା କରି ମନ୍ଦିର ସୁରକ୍ଷା ଦିଗରେ କାର୍ଯ୍ୟ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରାତନ କାଠକାମକୁ ଯାଞ୍ଚ କରି ମରାମତି କରାଯିବ। ୧୩୫୨ ପାହାଚ ମଧ୍ୟରୁ ୨୪୦ଟିର ମରାମତି ଏଏସ୍‌ଆଇ ଦ୍ୱାରା ଶେଷ ହୋଇଛି। ଅବଶିଷ୍ଟ ପାହାଚଗୁଡ଼ିକୁ ମଧ୍ୟ ମରାମତି କରାଯିବ। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୌଚାଳୟ, ପାନୀୟଜଳ ଏବଂ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଏସ୍‌ଆଇ ଡିଜି ବାସା ଠାକୁରଙ୍କ ଗର୍ଭଗୃହ, ଜଗମୋହନ ସମେତ ମା’ ପାର୍ବତୀଙ୍କ ମନ୍ଦିରର ବିପଦସଙ୍କୁଳ ଛାତ ବୁଲି ଦେଖିଥିଲେ। ପୂଜକ ନିରଞ୍ଜନ ମହାପାତ୍ର ମନ୍ଦିର ଚୂଡ଼ାରେ ହୋଇଥିବା ଫାଟ ଦେଖାଇଥିଲେ। ଏଥିସହ ମନ୍ଦିର ଗୋଟିଏ ପାର୍ଶ୍ୱକୁ ଦବୁଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ଷା ପରେ ସମସ୍ତ କାର୍ଯ୍ୟ କରାଯିବ। ରାଜ୍ୟ ସରକାରଙ୍କ ସହାୟତାରେ ଜିଲା ପ୍ରଶାସନ ମନ୍ଦିର ପରିସରରେ କୌଣସି ଉନ୍ନୟନ କାର୍ଯ୍ୟ କରିବାକୁ ଚାହିଁଲେ ଏଥିଲାଗି ବ୍ୟୟ ଅଟକଳ କରି ଜଣାଇବାକୁ ପଡ଼ିବ। ଅନୁଧ୍ୟାନ କରିବା ପରେ ନିର୍ମାଣ ସମ୍ପର୍କିତ ଅନୁମତି ଦିଆଯିବ ବୋଲି ଏଏସ୍‌ଆଇ ଡିଜି ପ୍ରତିଶ୍ରୁତି ଦେଇଛନ୍ତି।
ଜିଲାପାଳ ସେଠୀ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କପିଳାସ ପୀଠର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪ କୋଟି ୬୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଜଗମୋହନ ଏବଂ ମା’ ପାର୍ବତୀଙ୍କ ମନ୍ଦିରରୁ ପାଣି ଗଳିବା ସମ୍ବେଦନଶୀଳ ବିଷୟ। ଏଥିପ୍ରତି ଏଏସ୍‌ଆଇ ଗୁରୁତ୍ୱ ଦେବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri