ବିଶ୍ୱସ୍ତରୀୟ ହେବ କପିଳାସ ପୀଠ

ଢେଙ୍କାନାଳ, ୨୧ା୮(ରତନ ନାୟାର):କପିଳାସ କ୍ଷେତ୍ରାଧିପତି ମହାଦେବ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ସ୍ଥଳୀରେ ପରିଣତ କରାଯିବ। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ରାଜ୍ୟ ସରକାର, ଜିଲା ପ୍ରଶାସନ ପକ୍ଷରୁ ଗଠନମୂଳକ ପ୍ରସ୍ତାବ ଆସିଲେ ଏହାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଡାଇରେକ୍ଟର ଜେନେରାଲ (ଡିଜି) ତଥା ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ କେ.କେ. ବାସା। ରବିବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି କପିଳାସ ପୀଠ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ମନ୍ଦିରର ସ୍ଥିତି, ସୁରକ୍ଷା, ରକ୍ଷଣାବେକ୍ଷଣ, ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏଏସ୍‌ଆଇ ଡିଜି, ଏନ୍‌ଏମ୍‌ଏ ଏଡିଜି ଭୀମା ଆଜ୍‌ମୀରା, ଏଏସ୍‌ଆଇ ପୁରୀ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଜି.ବି. ଗଡନାୟକ, ଭୁବନେଶ୍ୱର ସର୍କଲ ମୁଖ୍ୟ ସୁଶାନ୍ତ କୁମାର କର, ବିଶେଷଜ୍ଞ ରଞ୍ଜନା ପୁଷ୍କରଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ପୂର୍ବାହ୍ନ ୧୦ଟା ୪୦ରେ କପିଳାସରେ ପହଞ୍ଚତ୍ଥିଲେ। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପୀଠର ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଏସ୍‌ଆଇ ଡିଜି ବାସା କହିଲେ, ବିଶ୍ୱପ୍ରସିଦ୍ଧ କପିଳାସ ପୀଠର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଜରୁରୀ ହୋଇପଡ଼ିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟରେ ଆଲୋଚନା କରିବା ସହ ପୀଠ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଏଏସ୍‌ଆଇ, ଏନ୍‌ଏମ୍‌ଏର ବିଶେଷଜ୍ଞମାନେ ସ୍ଥିତି ସମୀକ୍ଷା କରି ମନ୍ଦିର ସୁରକ୍ଷା ଦିଗରେ କାର୍ଯ୍ୟ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରାତନ କାଠକାମକୁ ଯାଞ୍ଚ କରି ମରାମତି କରାଯିବ। ୧୩୫୨ ପାହାଚ ମଧ୍ୟରୁ ୨୪୦ଟିର ମରାମତି ଏଏସ୍‌ଆଇ ଦ୍ୱାରା ଶେଷ ହୋଇଛି। ଅବଶିଷ୍ଟ ପାହାଚଗୁଡ଼ିକୁ ମଧ୍ୟ ମରାମତି କରାଯିବ। ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୌଚାଳୟ, ପାନୀୟଜଳ ଏବଂ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଏସ୍‌ଆଇ ଡିଜି ବାସା ଠାକୁରଙ୍କ ଗର୍ଭଗୃହ, ଜଗମୋହନ ସମେତ ମା’ ପାର୍ବତୀଙ୍କ ମନ୍ଦିରର ବିପଦସଙ୍କୁଳ ଛାତ ବୁଲି ଦେଖିଥିଲେ। ପୂଜକ ନିରଞ୍ଜନ ମହାପାତ୍ର ମନ୍ଦିର ଚୂଡ଼ାରେ ହୋଇଥିବା ଫାଟ ଦେଖାଇଥିଲେ। ଏଥିସହ ମନ୍ଦିର ଗୋଟିଏ ପାର୍ଶ୍ୱକୁ ଦବୁଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ଷା ପରେ ସମସ୍ତ କାର୍ଯ୍ୟ କରାଯିବ। ରାଜ୍ୟ ସରକାରଙ୍କ ସହାୟତାରେ ଜିଲା ପ୍ରଶାସନ ମନ୍ଦିର ପରିସରରେ କୌଣସି ଉନ୍ନୟନ କାର୍ଯ୍ୟ କରିବାକୁ ଚାହିଁଲେ ଏଥିଲାଗି ବ୍ୟୟ ଅଟକଳ କରି ଜଣାଇବାକୁ ପଡ଼ିବ। ଅନୁଧ୍ୟାନ କରିବା ପରେ ନିର୍ମାଣ ସମ୍ପର୍କିତ ଅନୁମତି ଦିଆଯିବ ବୋଲି ଏଏସ୍‌ଆଇ ଡିଜି ପ୍ରତିଶ୍ରୁତି ଦେଇଛନ୍ତି।
ଜିଲାପାଳ ସେଠୀ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କପିଳାସ ପୀଠର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪ କୋଟି ୬୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଜଗମୋହନ ଏବଂ ମା’ ପାର୍ବତୀଙ୍କ ମନ୍ଦିରରୁ ପାଣି ଗଳିବା ସମ୍ବେଦନଶୀଳ ବିଷୟ। ଏଥିପ୍ରତି ଏଏସ୍‌ଆଇ ଗୁରୁତ୍ୱ ଦେବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri