ଝଲସୁଛି କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୩ – ଦିନକ ପରେ ବିଶ୍ୱପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ନେଇ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ ଝଲସୁଛି। ମହାଦେବଙ୍କ ଏହି ମହାନ୍‌ ପର୍ବରେ ସାମିଲ ହେବାକୁ ଶ୍ରଦ୍ଧାଳୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।
ଚଳିତବର୍ଷ କୋଭିଡ୍‌ କଟକଣା ଭିତରେ ଠାକୁରଙ୍କ ଯାତ୍ରା ସମାପନ କରାଯିବାକୁ ନିଷ୍ପତ୍ତି ହୋଇଛି। କେବଳ ଜିଲାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟଧାରୀ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଥିବାବେଳେ ଏଥିଲାଗି ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି। ପୀଠକୁ ନୂଆ ରୂପ ଦିଆଯିବା ସହ ସାଜସଜ୍ଜା କରାଯାଉଛି। ମୁଖ୍ୟ ମନ୍ଦିର, ପାର୍ଶ୍ୱ ମନ୍ଦିର, ରୋଷଘର, ମୁଖଶାଳା, ଧର୍ମଶାଳା, ମୁଖଶାଳାଠାରେ ଥିବା ବୃଷଭ, ପ୍ରବେଶ ଦ୍ୱାର ନୂଆ ଚୂନ ଲାଗି ପରେ ଦାଉଦାଉ ହୋଇଉଠିଛି। ଦୀର୍ଘଦିନରୁ ଅଚଳ ହୋଇପଡ଼ିଥିବା ବଡ଼ ଏଲ୍‌ଇଡି ସ୍କ୍ରିନକୁ ମରାମତି କରାଯାଇଛି। ମନ୍ଦିର ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ଯାତ୍ରା ସମୟରେ ପୀଠରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଥିଲା। ଚଳିତବର୍ଷ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଉଦ୍ୟମରେ ଏହାର ସ୍ଥାୟୀ ସମାଧାନ କରାଯାଇଛି। ପାହାଡ଼ ପାଦଦେଶରୁ ପୀଠକୁ ପାଇପ୍‌ ବିଛାଯାଇଛି। ପୀଠ ଉପରେ ୧ଲକ୍ଷ ଲିଟରର ପାଣି ରଖିବାକୁ ଷ୍ଟୋରେଜ ପଏଣ୍ଟ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ୨ ସ୍ଥାୟୀ ଶୌଚାଳୟ ନିର୍ମିତ ହୋଇଛି। ଜାଗରଯାତ୍ରାରେ ଏହା ଲୋକାର୍ପିତ ହେବ। ସେହିପରି ପାହାଚ ଓ ଘାଟିରାସ୍ତାକୁ ଆଲୋକୀକରଣ କରାଯାଇଛି। ପୀଠରେ ଅଧିକ ୧୬ ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି। ଠାକୁରଙ୍କ ନୀତିକାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ପ୍ରସ୍ତୁତିର ତଦାରଖ କରିଛନ୍ତି। ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ଏଡ଼ାଇବାକୁ ଜିଲା ଏବଂ ରାଜ୍ୟ ବାହାର ଲୋକଙ୍କ ସମାଗମକୁ ବାରଣ କରାଯାଇଛି। ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେହିପରି ସେହିପରି ପୀଠର ସ୍ବଚ୍ଛତା ବଜାୟ ରଖିବାକୁ ପଲିଥିନ ଏବଂ ପ୍ଲାଷ୍ଟିକ୍‌ ସାମଗ୍ରୀ ଉପରେ କଟକଣା ଲାଗିଛି। ଭୋଗ ପାଇଁ ଶ୍ରଦ୍ଧାଳୁମାନେ ପେପର ବ୍ୟାଗ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ମହାଦୀପ ଉଠିବା ପରେ ହରିହର ଭେଟ
କପିଳାସ ପୀଠ ଜାଗରଯାତ୍ରାରେ ଠାକୁରଙ୍କ ମହାସ୍ନାନ ପରେ ରୁଦ୍ରାଭିଷେକ ହୋଇଥାଏ। ଶିବରାତ୍ରିରେ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ। ଏହାପରେ ନାଗାଭରଣ ବେଶରେ ମହାଦେବ ଦର୍ଶନ ଦେଇଥାନ୍ତି। ମହାଦୀପ ଉଠିବା ପରେ ହରିହର ଭେଟ ହୋଇଥାଏ।
-ପଞ୍ଚାନନ ମିଶ୍ର, ରାଜ ପୁରୋଧା
ପାନୀୟ ଜଳର ସ୍ଥାୟୀ ସମାଧାନ ହୋଇଛି
କପିଳାସ ପୀଠରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯାଇଛି। ଅଧିକ ୧୬ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି। ମୋବାଇଲ ନେଟୱର୍କ ସମସ୍ୟା ଏଡ଼ାଇବାକୁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି। ପାହାଚ, ଘାଟି ରାସ୍ତାକୁ ସଫା କରାଯାଇଛି। ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଯାଇଛି।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଦେବୋତ୍ତର ଅଧିକାରୀ
ଶାନ୍ତିଶୃଙ୍ଖଳା ଜଗିବେ ପୋଲିସ ଫୋର୍ସ
ଜାଗର ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ କରାଯିବ। ବୁଧବାର ଏସ୍‌ପି ପୀଠ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଏହାପରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ଯାନବାହନ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି । ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି।
-ଶ୍ରୀହର୍ଷ ମିଶ୍ର, ସଦର ଏସ୍‌ଡିପିଓ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri