କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର: ଅନାଥ ହାତୀଙ୍କ ଅଭୟଗୃହ

ଢେଙ୍କାନାଳ ଅଫିସ, ୧୨।୮: ଗରିବ ମଣିଷ ଛୁଆଟେ ଛେଉଣ୍ଡ ହୋଇଗଲେ ତା’ ପାଇଁ ଝରିପଡ଼େ ଅନେକ ଦରଦ। ଆହା କରନ୍ତି ସହୃଦୟ ବ୍ୟକ୍ତି। ବଢ଼ାନ୍ତି ସହାୟତାର ହାତ। ଆବଶ୍ୟକ ପଡ଼ିଲେ ପ୍ରଶାସନ କରାଏ ସମ୍ପୃକ୍ତ ଶିଶୁର ଥଇଥାନ ବ୍ୟବସ୍ଥା । ସଂଘବଦ୍ଧ ଜୀବନ ବିତାଇବାକୁ ଭଲପାଉଥିବା ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଉପୁଜେ। କୌଣସି କାରଣରୁ ପଲରୁ ଅଲଗା ହୋଇଗଲେ ଅଥବା ମା’ ଦ୍ୱାରା ପରିତ୍ୟକ୍ତ ହୋଇପଡ଼ିଲେ ହାତୀ ଶାବକକୁ ବଞ୍ଚାଇ ରଖିବା ବନ ବିଭାଗ ପାଇଁ ପାଲଟେ ଆହ୍ବାନ। ଏଭଳି ସମୟରେ ‘ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର’ ସାଜେ ହାତୀ ଶାବକଙ୍କ ଥଇଥାନ କେନ୍ଦ୍ର। ହାତୀଙ୍କ ସୁରକ୍ଷା ଲାଗି ଗୁରୁବାର ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଥିବାବେଳେ ଅନାଥ ହାତୀଙ୍କ ଅଭୟ ଗୃହ ଭାବେ ଖ୍ୟାତି ଅର୍ଜନ କରିଥିବା କପିଳାସ ଜୁ’ର ‘ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର’କୁ ନେଇ ବିଶେଷ ପ୍ରସ୍ତୁତି…

 

ରାଜ୍ୟର ଅନ୍ୟତମ ହସ୍ତୀ ଅଭୟାରଣ୍ୟ ଚନ୍ଦକା ପରେ ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନା ପରିସରରେ ରହିଛି ଦ୍ୱିତୀୟ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର। ୨୦୦୭ରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଏବେ ପାଲଟିଛି ଅସୁସ୍ଥ, ଅନାଥ ହାତୀ ଶାବକଙ୍କ ନିରାପଦ ଆଶ୍ରୟସ୍ଥଳ। ସଂରକ୍ଷିତ ଜଙ୍ଗଲରେ ପଲରୁ ଅଲଗା ହୋଇପଡ଼ିଥିବା କିମ୍ବା ଅସୁସ୍ଥ ଅବସ୍ଥାରେ ଠାବ କରାଯାଇଥିବା ଛୁଆହାତୀକୁ ଏଠାରେ ରଖି ଯତ୍ନ ନିଆଯାଏ। ଏଥିଲାଗି ତାଲିମପ୍ରାପ୍ତ ମାହୁନ୍ତ, କେୟାରଟେକର, ବନ କର୍ମଚାରୀ ନିୟୋଜିତ ଅଛନ୍ତି।
କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଏବେ ୪ ହାତୀ ଅଛନ୍ତି। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସେମାନଙ୍କ ନାମକରଣ କରାଯାଇଛି। କଟକ ଜିଲା ଆଠଗଡ଼ ବନଖଣ୍ଡରୁ ୨୦୧୦ ଜୁଲାଇ ୭ରେ ଏଠାକୁ ଉଦ୍ଧାର ହୋଇ ଆସିଥିଲା ହାତୀ ଶାବକ ‘କାର୍ତ୍ତିକ’। ସେହିପରି ୨୦୧୧ ଡିସେମ୍ବର ୨୪ରେ ବରଗଡ଼ ଡିଭିଜନରୁ ‘ଚନ୍ଦୁ’, ୨୦୧୨ ସେପ୍ଟେମ୍ବର ୪ରେ ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜରୁ ‘ଉମା’, ୨୦୧୮ରେ ସମ୍ବଲପୁର ଜିଲା ବାମରା ସଂରକ୍ଷିତ ଜଙ୍ଗଲରୁ ‘ହିରୋ’ ଏବଂ ୨୦୨୦ ଡିସେମ୍ବର ୩୧ରେ ଗଞ୍ଜାମ ଜିଲା ବ୍ରହ୍ମପୁର ଡିଭିଜନର ଏକ ଚିଙ୍ଗୁଡ଼ି ଘେରିରୁ ‘ପଦ୍ମା’କୁ ଉଦ୍ଧାର କରି ଅଣାଯାଇଥିଲା। ଏମାନଙ୍କ ଭିତରେ ଅଧିକାଂଶ ବର୍ଷକରୁ ୨ ବର୍ଷର ହୋଇଥିବାବେଳେ ମା’ ଦ୍ୱାରା ପରିତ୍ୟକ୍ତ ହୋଇ ଅସହାୟ ଅବସ୍ଥାରେ ଘୂରି ବୁଲୁଥିଲେ। ରେସ୍‌କ୍ୟୁ ସେଣ୍ଟର ଇତିହାସରେ ଅସୁସ୍ଥତା କାରଣରୁ ଅଦ୍ୟାବଧି ‘ହିରୋ’ ସମେତ ଅନ୍ୟ ୪ହାତୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ବାଦ୍‌ଦେଲେ ତାଳଚେର ଅଞ୍ଚଳରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ ୨୦୧୯ ଜାନୁୟାରୀ ୨୨ରେ ଟ୍ରାଙ୍କୁଲାଇଜ୍‌ କରି ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ଏକ ସ୍ବତନ୍ତ୍ର ବ୍ୟାରିକେଡ୍‌ରେ ମଧ୍ୟରେ ସେ ଏବେ ବିଚରଣ କରୁଛି।
ରେସ୍‌କ୍ୟୁ ସେଣ୍ଟରରେ ହାତୀଙ୍କ ଯତ୍ନ ନେବାକୁ ୪ ମାହୁନ୍ତଙ୍କୁ ନିୟୋଜିତ ଅଛନ୍ତି। ଉଦ୍ଧାର ହାତୀଙ୍କୁ ତାଲିମ ଦେବାକୁ ଆସାମରୁ ତାଲିମପ୍ରାପ୍ତ ମାହୁନ୍ତ ଆସିଛନ୍ତି। ଦୀର୍ଘଦିନର ରହଣି ମଧ୍ୟରେ ସେମାନେ ପାଲଟିଯାଇଛନ୍ତି ହାତୀଙ୍କ ସୁଖଦୁଃଖର ସାଥୀ। ପ୍ରଶିକ୍ଷଣ ପରେ ହାତୀ ଭଳି ବନ୍ୟଜନ୍ତୁ ମାହୁନ୍ତଙ୍କ ବୋଲ ମାନି କରୁଛନ୍ତି ପର୍ଯ୍ୟଟକଙ୍କ ମନୋରଞ୍ଜନ। ଦୁଇମାସ ତଳେ ଛୁଆ ହାତୀ ‘ହିରୋ’ର ଆକସ୍ମିକ ମୃତ୍ୟୁ ପରେ ଏହାର ଯତ୍ନ ନେଉଥିବା ମାହୁନ୍ତ ଦୀପୁ ଭାଙ୍ଗି ପଡ଼ିଥିଲେ, ଯାହା ହାତୀ-ମଣିଷ ଭିତରେ ଥିବା ମଧୁର ସମ୍ପର୍କକୁ ବଖାଣିଥିଲା। କପିଳାସ ରେସ୍‌କ୍ୟୁ ସେଣ୍ଟରର ଆବଶ୍ୟକତା ବଢୁଥିବାରୁ ଏହାର ପରିସରକୁ ଅଧିକ ବ୍ୟାପକ କରିବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ପରିସର ବ୍ୟାପକ କରାଯାଉ
କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଥିବା ୪ ହାତୀଙ୍କ ଉତ୍ତମ ଯତ୍ନ ନିଆଯାଉଛି। ଏହାର ପରିସର ବ୍ୟାପକ କରାଗଲେ ଅଧିକ ହାତୀ ଛୁଆ ରହିପାରନ୍ତେ। ଫଳରେ ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସୁଥିବା ହାତୀ ଶାବକଙ୍କୁ ରଖିବାରେ ସୁବିଧା ହୁଅନ୍ତା।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ଉନ୍ନତ ତାଲିମ ବ୍ୟବସ୍ଥା ହେଉ
କପିଳାସ ହାତୀ ରେସ୍‌କ୍ୟୁ ସେଣ୍ଟରରେ ହାତୀଙ୍କୁ ଉନ୍ନତମାନର ତାଲିମ ପ୍ରଦାନ ବ୍ୟବସ୍ଥା କରାଯିବା ଉଚିତ। ଜଳକ୍ରୀଡ଼ା ଏବଂ ବଲ୍‌ ଖେଳିବା ଲାଗି ପ୍ରଶିକ୍ଷଣ ଦିଆଗଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ହୋଇପାରିବ ଏବଂ ଏହି କେନ୍ଦ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ।
-ସୌମ୍ୟବ୍ରତ ସାହୁ, ସାମାଜିକ କର୍ମୀ
ଏକାଧିକ ପ୍ରସ୍ତାବ ରହିଛି
ପୂର୍ବରୁ ପ୍ରାଣୀ ଉଦ୍ୟାନ ସମେତ ହାତୀ ରେସ୍‌କ୍ୟୁ ସେଣ୍ଟର ଲାଗି ସ୍ବତନ୍ତ୍ର ଭାବେ ଡାକ୍ତର ନ ଥିଲେ। ନିକଟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରେସ୍‌କ୍ୟୁ ସେଣ୍ଟର ପରିସରକୁ ଅଧିକ ବ୍ୟାପକ କରିବାକୁ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁମୋଦିତ ହୋଇ ଆସିଲେ କାର୍ଯ୍ୟକ୍ଷମ କରାଯିବ।
-ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri