ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ ଅଭିନେତା । ତାଙ୍କ ସଫଳତା ପଛରେ କଠିନ ପରିଶ୍ରମ ଏବଂ ପ୍ରତିଭା ଅଛି, କିନ୍ତୁ ଗୋଟିଏ ଝିଅର ମଧ୍ୟ ହାତ ଅଛି। ସମସ୍ତେ ଜାଣନ୍ତି ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳାଙ୍କ ହାତ ଅଛି, ତେଣୁ କପିଲ ଶର୍ମାଙ୍କ ଜୀବନରେ ମଧ୍ୟ ଏହା ଘଟିଛି।
କପିଲ ଶର୍ମା ପିଲାଦିନରୁ ଗୀତ ଗାଇବାକୁ ଭଲ ପାଉଥିଲେ, କିନ୍ତୁ ମଞ୍ଚ ଅଭିନୟଠାରୁ ଦୂରରେ ଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ପିଲାଦିନରୁ ଗୀତ ଗାଇବା ମୋର ଏକ ହବି ଥିଲା। କିନ୍ତୁ ମୁଁ ଭାବି ନ ଥିଲି ଯେ ମୁଁ ଅଭିନୟରେ ଯିବି। ମୁଁ ଗୀତ ଗାଇବାକୁ ଭଲ ପାଉଥିଲ। ମୁଁ ଯେତେବେଳେ କଲେଜକୁ ଆସିଲି, ସେଠାରେ ୟୁତ୍‌ ଫେଷ୍ଟିଭାଲ ଆୟୋଜନ ହେଉଥିଲା। ମୋର ବନ୍ଧୁ ନାଟକରେ କାମ କରୁଥିଲେ। ସେହି ନାଟକରେ ଜଣେ ଝିଅ ମଧ୍ୟ ଥିଲେ, ଯାହାଙ୍କୁ ମୁଁ ପସନ୍ଦ କରୁଥିଲି। ମୁଁ ଭାବିଲି ତାଙ୍କ ସହ ଅଭିନୟ କରିବି, ଅନ୍ତତଃ ପକ୍ଷେ ଆମେ ଏକାଠି ହେବୁ। ଏହା ପରେ ସେବେଠାରୁ ମୋର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଏହା ପରେ ସେ ପ୍ରାୟ ୮-୧୦ ବର୍ଷ ପର୍ଯ୍ୟନ୍ତ ଥିଏଟର କରିଥିଲେ।
‘ଦି କପିଲ ଶର୍ମା ସୋ’ ଅଗଷ୍ଟ ୨୧ ରୁ ଆରମ୍ଭ ହେବାକୁ ଯାଉଛି। କପିଲ ଶୋ’ର ଏକ ପ୍ରୋମୋ ଭିଡିଓ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅକ୍ଷୟ କୁମାରଙ୍କୁ ପ୍ରଥମ ଏପିସୋଡରେ ଅତିଥି ଭାବେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଡିଂ ଭେନ୍ୟୁ ବଦଳାଇଲେ ନୟନତାରା

ସାଉଥ୍‌ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୟନତାରା ତାଙ୍କ ପ୍ରେମିକା ବିଗ୍ନେଶ ଶିବନ ବିବାହକୁ ନେଇ ଚର୍ଚ୍ଚାରେ। ଆସନ୍ତା ମାସ ଜୁନ ୯ରେ ବିବାହ କରିବାକୁ ଯାଉଛନ୍ତି।...

‘ଜଓ୍ବାନ’ ପରେ ଫିଲ୍ମ ‘ଡଙ୍କି’ର ଶୁଟିଂ ଚଳାଇଛନ୍ତି ଶାହାରୁଖ: କଶ୍ମୀରରେ ଆସିଲେ ନଜର

  ମୁମ୍ବାଇ: ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି।...

ପିତାଙ୍କ ସହ ନଜର ଆସିଲେ ଅନୁଷ୍କା, ବେବି ବମ୍ପ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ଏହା...

ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ...

ଅସୁସ୍ଥ ମା’ଙ୍କୁ ଭେଟିବାକୁ ଦେଲେନି ଭାଇ, ଦ୍ୱାର ମୁହଁରୁ ଫେରିଲେ ଅଭିନେତା

ବମ୍ବେ: ମା’ଙ୍କୁ ଭେଟିବାକୁ ଦେଲେନି ଭାଇ। ସ୍ତ୍ରୀ ଆଲିଆଙ୍କ ପରେ ଭାଇଙ୍କ ସହ କଳହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ରବିବାର ନଓ୍ବାଜ...

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୧୦୦ କୋଟି କ୍ଷତି: ମେକର୍ସ ନିରାଶ

ମୁମ୍ବାଇ: ଦେଶରେ ବଢି ଚାଲିଛି କରୋନା ମହାମାରୀ ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର କଟକଣା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ କମେଡିଆନ୍‌ କପିଲ ଶର୍ମା

ବମ୍ବେ: ପ୍ରଶଂସକଙ୍କୁ ‘ଗୁଡ୍‌ ନ୍ୟୁଜ୍‌’ ଦେଲେ କମେଡିଆନ୍‌ କପିଲ ଶର୍ମା। ଯଦି ଭାବୁଛନ୍ତି ଆଉ ଏକ ନୂଆ ଅତିଥି ତାଙ୍କ ଘରକୁ ଆସୁଛି ବୋଧହୁଏ, ତେବେ...

ସାମ୍ନାକୁ ଆସିଲା ନୟନତାରାଙ୍କ ଫାଷ୍ଟ ଲୁକ୍‌, ‘ଗଡ୍‌ଫାଦର’ରେ ଆସିବେ ନଜର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ନୟନତାରା ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଗଡ୍‌ଫାଦର’କୁ ନେଇ ଚର୍ଚ୍ଚାରେ। ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନୟନତାରାଙ୍କ କେମେଷ୍ଟ୍ରି ଦର୍ଶକ ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ।...

Advertisement
Archives

Model This Week