ଛାତ୍ରୀ ଥିବା ବେଳେ କମେଡିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଗିନ୍ନି, ଏଭଳି କିଛି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଜଣେ କମେଡିଆନ୍‌ ଭାବେ ପ୍ରତିଟି କଳାପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କପିଲ ଶର୍ମା। ନିଜ ପ୍ରଚେଷ୍ଟାରେ ସେ ଏଭଳି ସୋପାନ ହାସଲ କରିଛନ୍ତି। ତେବେ କର୍ମ ଜୀବନ ଭଳି କପିଲଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହି ଆସିଛି ଚର୍ଚ୍ଚାରେ।

ଅନେକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲେ ହେଁ ଗିନ୍ନି ଚତ୍ରଥଙ୍କ ହାତ ଧରିଛନ୍ତି କପିଲ। କମେଡିଠାରୁ ସେ ଗିନ୍ନିଙ୍କୁ ଅଧିକ ପ୍ରେମ କରନ୍ତି। ୨୦୧୮ରେ ଉଭୟଙ୍କ ହାତ ଗଣ୍ଠି ପଡ଼ିଥିଲା। ଉଭୟ ଏବେ ଦୁଇଟି ସନ୍ତାନର ପିତାମାତା।

ଜଳନ୍ଧରର ଏକ ବାଳିକା ମହାବିଦ୍ୟାଳୟରେ ପଢ଼ୁଥିଲେ ଗିନ୍ନି। ସେତେବେଳେ କପିଲ ନିଜର ପିଜି ଡିପ୍ଲୋମା କମର୍ଶିଆଲ ଆଟ୍ସରେ କରୁଥିଲେ। ନିଜର ପକେଟ ଖର୍ଚ୍ଚ ବାହାର କରିବା ଲାଗି କପିଲ ଥିଏଟରରେ ଯୋଗ ଦେଇଥିଲେ। ଏଥିପାଇଁ ସେ ଅନ୍ୟ କଲେଜ ଯାଉଥିଲେ। ଏହି ସମୟରେ କପିଲଙ୍କ ଛାତ୍ରୀ ଥିଲେ ଗିନ୍ନି। ଧନୀ ପରିବାରର ହୋଇଥିବାରୁ ଗିନ୍ନି ପ୍ରତ୍ୟହ କାର୍‌ ଚଢ଼ି କଲେଜ ଆସୁଥିଲେ। ଅପରପକ୍ଷେ କପିଲ ଆସୁଥିଲେ ସ୍କୁଟରରେ ।

କପିଲଙ୍କୁ ଦେଖିବା ପରେ ପ୍ରଥମେ ପ୍ରେମରେ ପଡ଼ିଥିଲେ। ଏନେଇ କମେଡିଆନ୍‌ଙ୍କ ଜଣେ ବନ୍ଧୁ ତାଙ୍କୁ ଜଣାଇଥଇଲେ। ହେଲେ ଏହାକୁ ଗମ୍ଭୀରତାର ସହ ନେଇ ନ ଥିଲେ କପିଲ। ପରେ କିନ୍ତୁ ତାଙ୍କର ସବୁ ଅଙ୍କ ଭୁଲ ହୋଇ ଯାଇଥିଲା। ସେ ମଧ୍ୟ ଗିନ୍ନିଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଜୀବନରେ ଖରାପ ସମୟ ଚାଲୁଥିବା ବେଳେ କପିଲ ହଠାତ୍‌ ଗିନ୍ନିଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା। ଏବେ ସେ ଦୁଇ ଦୁଇଟି ସନ୍ତାନର ଜନକ ହୋଇଛନ୍ତି। ଏବେ ଭାବିଲେ ଗିନ୍ନିଙ୍କୁ ବିବାହ କରିବା ନିଷ୍ପତ୍ତି ଠିକ୍‌ ଥିଲା ବୋଲି କପିଲ ନିକଟରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri