୯୮ ବର୍ଷରେ କପିଳ ମୁନି ମହୋତ୍ସବ

ପଦ୍ମପୁର,୨୧ା୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍‌ ବିଦେଇପୁର ପଞ୍ଚାୟତର କପିଳ ମୁନି ପଡ଼ିଆରେ ପାଳନ ହେଉଥିବା କପିଳମୁନି ମହୋତ୍ସବ ୯୮ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ଗତ ୧୩ ତାରିଖରୁ ନବରାତ୍ର ନାମଯଜ୍ଞ ଆରମ୍ଭ ହୋଇ କଳସ ଶୋଭାଯାତ୍ରା, ଅଧିବାସ, ମଙ୍ଗଳ ଆଳତୀ, ଭାଗବତ ପାରାୟଣ ଓ ହରିହାଟ କାର୍ଯ୍ୟକ୍ରମ କରାଯାଉଛି। ୯ ଦିନ ଧରି ଚାଲିବାକୁ ଥିବା ନାମଯଜ୍ଞରେ କରଞ୍ଜଆଡ଼ିଆ, ନାୟକାଣିଡ଼ିହି, ରାଜଘରପୋଖରୀ, ଗୋବିନ୍ଦପୁର, ବାଲମେଦ, ବାଲିମୁଣ୍ଡା ଆଦି ଅଞ୍ଚଳରୁ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦାନ କରି ପୂଜାର୍ଚ୍ଚନା କରିଥିଲେ। ନବରାତ୍ର କାର୍ଯ୍ୟକ୍ରମରେ ନବରାତ୍ର କମିଟି ସଭାପତି ଗଜେନ୍ଦ୍ର ଭୋଇ, ସମ୍ପାଦକ ଶରତ ଚନ୍ଦ୍ର ରାୟ, ଉପସଭାପତି ବସନ୍ତ ମହାନ୍ତି, ସହ ସମ୍ପାଦକ ନରହରି ମହାନ୍ତି ପ୍ରମୁଖ ପରିଚାଳନା କରୁଛନ୍ତି। ଲୋକକଥା ଅନୁଯାୟୀ କପିଳ ମୁନିଙ୍କର ସ୍ବପ୍ନାଦେଶ କ୍ରମେ ଏହି ପୂଜା ମକର ସଂକ୍ରାନ୍ତୀ ଉପଲକ୍ଷେ ବିଧି କରାଯାଉଥିଲା। ପରେ ମହୋସତ୍ବରେ ପରିଣତ ହୋଇ ଏକ ମାସ ଧରି ପାଳିତ ହୋଇଆସୁଛି। ରାଜ୍ୟର ବହୁ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପରିବେଷଣ କରାଯିବ। ଘରକରଣା ସାମଗ୍ରୀ ସମେତ ୫ ଶହରୁ ଊର୍ଦ୍ଧ୍ୱ ଦୋକାନ ବସିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କସିଆ ସାମୁଦ୍ରିକ ପୋଲିସ ଓ ନାୟକାଣିଡ଼ିହି ପୋଲିସ ନିୟୋଜିତ ରହିଛନ୍ତି। ସର୍ବଦଳୀୟ ମକର କମିଟି ସଭାପତି ପ୍ରଭାତ ରାୟ, ସମ୍ପାଦକ ଗୋପାଳ ଚନ୍ଦ୍ର ରାୟ, ସଭ୍ୟ ସୂର୍ଯ୍ୟକାନ୍ତ ମହାନ୍ତି, ବସନ୍ତ ମହାନ୍ତି, ଗଦାଧର ଦାସ, ପ୍ରଦୀପ ରାୟ, ଭାଗିରଥି ବାରିକ, ସଞ୍ଜୟ ମଲ୍ଲିକ ପ୍ରମୁଖ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?