‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଲର୍ଡସରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲା। କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତର ଐତିହାସିକ ବିଜୟ ଉପରେ ଆଧାରିତ।
ଫିଲ୍ମ ‘୮୩’ ରିଲିଜ ହେବା ପୂର୍ବରୁ ନିର୍ମାତା ଭାରତୀୟ ଖେଳାଳିଙ୍କୁ ୧୫ କୋଟି ଟଙ୍କା ଦେଇଛନ୍ତି। କପିଳ ଦେବ ତାଙ୍କ କାହାଣୀ କହିବା ପାଇଁ ୫ କୋଟି ଟଙ୍କା ପାଇଛନ୍ତି। ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଖେଳାଳିଙ୍କ ବିଷୟ ଅଧିକାର ଏବଂ ବ୍ୟକ୍ତିଗତ କାହାଣୀ ପାଇବା ଜରୁରୀ ଅଟେ। ଏହାକୁ ଧ୍ୟାନରେ ରଖି ନିର୍ମାତାମାନେ ୧୯୮୩ ବିଶ୍ୱକପ ବିଜେତା ଦଳକୁ ପ୍ରାୟ ୧୫ କୋଟି ଟଙ୍କା ପ୍ରଦାନ କରିଥିଲେ। କପିଳ ଦେବ ଏଥିରେ ସର୍ବାଧିକ ଅଂଶ ପାଇଥିଲେ।
ଏହି ଚଳଚ୍ଚିତ୍ରଟି ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଅଛି। ଏକ ସପ୍ତାହ ପୂର୍ବରୁ ଦୁବାଇର ବୁର୍ଜା ଖଲିଫାରେ ‘୮୩’ର ଟ୍ରେଲର ଦେଖାଯାଇଥିଲା। ଏହି ଅବସରରେ ରଣଭୀର, ଦୀପିକା ପାଦୁକୋନ ଏବଂ କବୀର ଖାନ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବିଙ୍କ ସହ କେବେ ବି କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ...

‘ସୁରକ୍ଷିତ ପରିବେଶ’ ରେ ଭାରତୀୟ ହକିର ଅଲିମ୍ପିକ ପ୍ରସ୍ତୁତି

ବେଙ୍ଗାଲୁରୁ, ୨୨।୩ (ପି.ଟି.) – ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ ସତ୍ତ୍ୱେ ଭାରତୀୟ ହକି ଦଳ ‘ସୁରକ୍ଷିତ ପରିବେଶ’ରେ ଆଗାମୀ ଅଲିମ୍ପିକ୍ସ...

୨୭ରେ ବିବାହ କରିବେ ମୌନୀ ରୟ, ଜାଣନ୍ତୁ କ’ଣ କରନ୍ତି ଭାବି ସ୍ବାମୀ

ଅଭିନେତ୍ରୀ ମୌନୀ ରୟ ଖୁବ୍‌ଶୀଘ୍ର ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିବେ। ଅଭିନେତ୍ରୀ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। କରୋନାକୁ...

ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରୋଲ୍‌ ହେଲେ ନୀଳନୟନା

ସୁରସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଫେବୃୟାରୀ ୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଜନୀତି ଏବଂ ଫିଲ୍ମ ଜଗତ ସହ ଜଡିତ ସମସ୍ତ ସେଲିବ୍ରିଟି ଲତା ଦିଦିଙ୍କୁ...

ଏରିକାଙ୍କ ‘ଶୁଟିଂ ଫ୍ରମ୍‌ ହୋମ୍‌’

ମୁମ୍ବାଇ: ଟେଲି ଦୁନିଆରେ ଏରିକା ଫର୍ନାଡିସ୍‌ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ। ଦେଖିବାକୁ ଯେମିତି ସେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଚମତ୍କାର। ଜଣେ...

୨୦ କିଲୋ ଓଜନ ବଢାଇଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଚଳଚ୍ଚିତ୍ର ଥାଲାଇଭିର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ...

ଚାଇନା ସାମଗ୍ରୀ ବର୍ଜନ କରିବ ଭାରୋତ୍ତୋଳନ ମହାସଂଘ

ନୂଆଦିଲ୍ଲୀ, ୨୩ା୬ (ପି.ଟି.): ଚାଇନା ତିଆରି ସାମଗ୍ରୀ ତ୍ରୁଟିଯୁକ୍ତ ଦର୍ଶାଇ ଏହାକୁ ବର୍ଜନ କରିବ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌)। ଗତ...

ସୁଶାନ୍ତଙ୍କୁ ଜୀବନ ଅପେକ୍ଷା ମୃତ୍ୟୁ ଲାଗିଲା ସହଜ: ବଲିଉଡ୍‌ର ୧୦ କ୍ୟାମ୍ପ୍‌ ସ୍ଥିର କରୁଥିଲେ କିଏ ହେବ ହିରୋ ଅବା ଜିରୋ

ମୁମ୍ବାଇ, ୨୧।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଫିଲ୍ମ ଦୁନିଆରେ ଚାଲିଥିବା ବଂଶବାଦର ଖିଅ ଖୋଲିବାରେ ଲାଗିଛି। କିଭଳି ବଲିଉଡ୍‌ର ୧୦ ପ୍ରମୁଖ...

Advertisement
Archives

Model This Week