ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍‌କର ମୃତ୍ୟୁ ହୋଇଛି। ରବିବାର ଦିନ ପୋଲିସ ଏବଂ ତାଙ୍କ ନିକଟ ସୂତ୍ର ପିଟିଆଇକୁ କହିଛନ୍ତି ଯେ ରବିବାର ସକାଳେ ବେଙ୍ଗାଲୁରୁର ମହାଲକ୍ଷ୍ମୀ ଲେଆଉଟରେ ତାଙ୍କ ନିର୍ମାତା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଉଦ୍ୟମ ପରେ ତାଙ୍କୁ ତୁରନ୍ତ ରାଜଜୀନଗରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପିଟିଆଇର ସୂଚନା ଅନୁଯାୟୀ ଜଗଦୀଶଙ୍କ ବନ୍ଧୁ ଶ୍ରେୟ ଗଣମାଧ୍ୟମକୁ କହିଛନ୍ତି ଯେ ଜଗଦୀଶ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଆମେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲୁ ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାର କାରଣ କ’ଣ ଜାଣିବାକୁ ପରବର୍ତ୍ତୀ ପ୍ରକ୍ରିୟା ଚାଲିଛି । ତାଙ୍କର କୌଣସି ସ୍ବାସ୍ଥ୍ୟ ସମସ୍ୟା ନଥିଲା। ହଠାତ୍‌ ଏମିତି ହେବାର କାରଣ ଆମେ ଆପଣଙ୍କୁ କହିବାକୁ ଅସମର୍ଥ।
ଯେତେବେଳେ ପଚରାଗଲା ଯେ ନିକଟରେ ଜଗଦୀଶଙ୍କୁ ଏକ ବ୍ୟାଙ୍କ ନୋଟିସ ପଠାଯାଇଥିଲା ଏବଂ ଏହା ଆତ୍ମହତ୍ୟା ଉଦ୍ୟମର କାରଣ ହୋଇପାରେ କି? ଏହାକୁ ନେଇ ସେ କହିଥିଲେ, ନା, ଏହାର ଆତ୍ମହତୃା ସହ କୌଣସି ସମ୍ପର୍କ ନାହିଁ। ଏହି ସମସ୍ୟା କିଛି ସମୟ ପାଇଁ ରହିଆସିଛି। ବ୍ୟବସାୟିକ ସମସ୍ୟା ଅଲଗା । ସେ କହିଛନ୍ତି ଯେ ଆଜି ସକାଳେ ଏହା ଜାଣିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା … ସେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri