କଙ୍କିଆ ପଞ୍ଚାୟତ:୧୭ଗାଁକୁ ଛୁଇଁନି କରୋନା

ବ୍ରହ୍ମପୁର ଅଫିସ,୩୧ା୮ କରୋନା ସମଗ୍ର ବିଶ୍ୱବାସୀଙ୍କୁ ଦୋହଲାଇ ଦେଇଛି।  ଦେଶ ଓ ରାଜ୍ୟ ମଧ୍ୟ ଏଥିରୁ ବାଦ ଯାଇନି। ବିଶେଷକରି ଗଞ୍ଜାମ ଜିଲାରେ କରୋନା  କାୟା ବିସ୍ତାର କରିଛି।  ମେ ୨ତାରିଖରେ କରୋନା ସଂକ୍ରମଣ ଜିଲାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାହା କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ଜାରି ରହିଛି। ଏଯାବତ ଜିଲାରେ ୧୭,୬୭୨ ସଂକ୍ରମିତ ହୋଇସାରିଥିବା ବେଳେ ୧୮୯ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣରେ ଗଞ୍ଜାମ ଜିଲା ସର୍ବାଗ୍ରେ ଥିବା ବେଳେ କୁକୁଡାଖଣ୍ଡି ବ୍ଲକର କଙ୍କିଆ ପଞ୍ଚାୟତର ୧୭ ଗାଁକୁ ଏହା ଛୁଇଁ ପାରିନାହିଁ। ଆଦିବାସୀ ଅଧ୍ୟୁଷିତ ଏହି ୧୭ ଗାଁରୁ ଜଣେ ମଧ୍ୟ ପଜିଟିଭି ଚିହ୍ନଟ ହୋଇନାହାନ୍ତି। ୨୨ ପଞ୍ଚାୟତ ମଧ୍ୟରୁ ୨୧ ପଞ୍ଚାୟତର ଅଧିକାଂଶ ଗାଁରେ କରୋନା ବ୍ୟାପିଥିବା  ବେଳେ ୧୭ ଗାଁକୁ କରୋନା ଛୁଇଁ ପାରିନାହିଁ।

କୁକୁଡାଖଣ୍ଡି ବ୍ଲକ ଶେଷ ଭାଗ ଓ ଚିକିଟି ବ୍ଲକ ସୀମାନ୍ତରେ କଙ୍କିଆ ପଞ୍ଚାୟତ ରହିଛି। ଏହାର ଚତୁର୍ଦ୍ଦିଗରେ ବଣ ପାହାଡ଼ ସହିତ ଘଞ୍ଚ ଜଙ୍ଗଲ ରହିଛି। ଏହି ପଞ୍ଚାୟତର ମୋଟ ୨୨ଗାଁରୁ  ଅଧିକାଂଶ  ଜଙ୍ଗଲ ଭିତରେ ରହିଛି। ପଞ୍ଚାୟତର ମୋଟ ଜନସଂଖ୍ୟା ୪୪୭୬। ଏଠାରେ ପୁରୁଷଙ୍କ ସଂଖ୍ୟା ୨୪୪୯ ଓ ମହିଳା ୨୦୨୭। ଅଧିକାଂଶ ଗାଁକୁ ଲାଗିରହିଛି ପାହାଡ଼ ଓ ବାଣିଆମାରି ସଂରକ୍ଷିତ ଜଙ୍ଗଲ।

କୁକୁଡଡାଖଣ୍ଡି ବ୍ଲକରୁ ପ୍ରାୟ ୨୦କି.ମି. ଦୂରରେ ଗାଁଗୁଡିକ ଅବସ୍ଥିତ।  ଏଯାବତ ଏହି ପଞ୍ଚାୟତରେ ଆଦିବାସୀମାନଙ୍କୁ କରୋନା ସ୍ପର୍ଶ କରିପାରିନାହିଁ। ଗାଁର ଆଦିବାସୀମାନେ ଉଚ୍ଚ ଶିକ୍ଷିତ ନ ହେଲେ ମଧ୍ୟ କରୋନା କଟକଣା ପାଇଁ ବେଶ ସଚେତନ ଅଛନ୍ତି। ଆବଶ୍ୟକ ନ ପଡିଲେ ଅନ୍ୟ କୌଣସି ଗାଁ କିମ୍ବା ସହରକୁ ଯାଉ ନାହାନ୍ତି। ଅନ୍ୟ କୌଣସି ଗାଁ ଲୋକ ଆସିଲେ ସେମାନଙ୍କୁ  ପୁରାଇ ଦେଉ ନାହାନ୍ତି।

କୁକୁଡାଖଣ୍ଡି ବ୍ଲକରେ ଗତ ୨୯ ତାରିଖ ସୁଦ୍ଧା ୬୫୨ ଆକ୍ରାନ୍ତ ହୋଇଥିବା ବେଳେ ୬୧୨ ସୁସ୍ଥ ହୋଇଛନ୍ତି। ସେହିଭଳି କରୋନାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨  ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟର ଏବଂ ଘରୋଇ ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଗଦାଧର ପାତ୍ର ସୂଚନା ଦେଇଛନ୍ତି।

କୁକୁଡଡାଖଣ୍ଡି ବ୍ଲକର ଅଧିକାଂଶ ଗାଁକୁ କରୋନା ବ୍ୟାପିଥିବା ବେଳେ କଙ୍କିଆ ପଞ୍ଚାୟତ କଙ୍କିଆରୁ ୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଇପଡାରୁ ଜଣେ, ଖଣ୍ଡାଳବନ୍ଧରୁ ୩, ରାମଡିହରୁ ୩  ଓ କୋଇଲିକୋଟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ବିଡ଼ିଓ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ଲକର ୯୬ ଗାଁରୁ ୮୪ଗାଁ ବର୍ତ୍ତମାନସୁଦ୍ଧା ଗ୍ରୀନ୍‌ ଜୋନ୍‌ରେ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଗୋଟିଏ ପଞ୍ଚାୟତର ୧୭ ଗାଁ କରୋନା ମୁକ୍ତ ଏକ ଉଦାହରଣ ବୋଲି ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri