Posted inଜାତୀୟ

କଙ୍ଗନାଙ୍କୁ ଟାର୍ଗେଟ କଲେ ନିଜ ଦଳର ନେତା, କହିଲେ ଭଡଭଡ ହୋଇ….

ନୂଆଦିଲ୍ଲୀ,୨୬।୯: ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତଙ୍କ ୩ କୃଷି ବିଲ୍‌କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଜାତୀୟ ରାଜନୀତି ସରଗରମ ରହିଛି। ସ୍ଥିତି ଏପରି ହୋଇଛି ଯେ, ନିଜ ଦଳର ନେତା ତାଙ୍କୁ ଲଗାତାର ସମାଲୋଚନା କରୁଛନ୍ତି। ମଣ୍ଡିର ଏମପି କଙ୍ଗନା ସରକାରଙ୍କୁ ପରାମର୍ଶ ଦେଇ କହିଥିଲେ, ସରକାର ଏହି ୩ ଆଇନ୍‌କୁ ଫେରାଇ ଆଣିବା ଉଚିତ୍‌। କିନ୍ତୁ କଙ୍ଗନାଙ୍କ ଏହି ଟିପ୍ପଣୀ ପରେ ଭାଜପା ନିଜକୁ ଦୂରେଇ ରଖିଥିଲା। ଏଥିସହ ତାଙ୍କ ଦଳର ଲୋକ ତାଙ୍କୁ ସମାଲୋଚନା କରିଥିଲେ।

ଭାଜପାର ଜାତୀୟ ମୁଖପାତ୍ର ଜୟବୀର ଶେରଗିଲ କହିଛନ୍ତି, କାହାର ଏପରି ଅଯୌକ୍ତିକ ଓ ଅତର୍କିତ ଟିପ୍ପଣୀ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ସହିତ ସମ୍ପର୍କ ଖରାପ ହେବାର ଆକଳନ କରିବା ଜରୁରୀ। କଙ୍ଗନାଙ୍କ ଏପରି ଭଡଭଡ ହୋଇ ନିରାଧାର କଥା କହିବା ମୋଦି ପଞ୍ଜାବରେ କରୁଥିବା କଲ୍ୟାଣକାରୀ କାମକୁ କ୍ଷତି ପହଞ୍ଚାଉଛି। ତେବେ ଏହାକୁ ନେଇ କଙ୍ଗନା କ୍ଷମା ମାଗିବା ସହ ଆଗକୁ ଏପରି ବୟାନ ଦେବା ପୂର୍ବରୁ କ୍ଷାନ ରଖିବେ ବୋଲି କହିଛନ୍ତି।

୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା ମାଗିଛନ୍ତି। କଙ୍ଗନା ଏକ୍ସ’ରେ ନିଜର ଏକ ଭିଡିଓ ପୋଷ୍ଟକରି କହିଛନ୍ତି, ୩ କୃଷି ଆଇନକୁ ଫେରାଇ ଅଣାଯାଉ ବୋଲି ତାଙ୍କର ବ୍ୟକ୍ତିଗତ ଭାବେ ଇଚ୍ଛା ରହିଛି। ଏହି ବ୍ୟକ୍ତିଗତ ମତକୁ ଭାଜପାର ମତ ବୋଲି ଧରିବା ଠିକ୍‌ ନୁହେଁ। ଏବେ ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି ବରଂ ଏମ୍‌ପି ମଧ୍ୟ। ତେଣୁ ଦଳୀୟ ନୀତି ଅନୁଯାୟୀ, ତାଙ୍କୁ ବୟାନ ଦେବାକୁ ପଡ଼ିବ। ୩ କୃଷି ଆଇନକୁ ଫେରାଇ ଆଣିବା ନେଇ ତାଙ୍କର ବୟାନ ବହୁ ବରିଷ୍ଠ ଭାଜପା ନେତାଙ୍କୁ ନିରାଶ କରିଛି ବୋଲି କହି କଙ୍ଗନା ଦୁଃଖ ପ୍ରକଶ କରିଛନ୍ତି।
କଙ୍ଗନାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ପ୍ରଧାନମନ୍ତ୍ରୀ କଙ୍ଗନାଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ସେନେଇ ଦେଶବାସୀ ଜାଣିବାକୁ ଚାହାନ୍ତି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri