Posted inଜାତୀୟ

ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ

ନୂଆଦିଲ୍ଲୀ, ୨୬।୯ (ପି.ଟି.):ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଐତିହାସିକ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ (ମହିଳା ଓ ପୁରୁଷ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ବୁଧବାର ଉଭୟ ମହିଳା ଓ ପୁରୁଷ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଅଲିମ୍ପିଆଡ୍‌ରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ଅନ୍ତିମ ରାଉଣ୍ଡରେ ପୁରୁଷ ଦଳ ସ୍ଲୋଭେନିଆକୁ ଓ ମହିଳା ଦଳ ଆଜରବୈଜନାକୁ ପରାସ୍ତ କରିଥିଲା। ଚେସ୍‌ ଅଲିମ୍ପିଆଡ୍‌ ଇତିହାସରେ ଭାରତର ଏହାଥିଲା ସର୍ବପ୍ରଥମ ସ୍ବର୍ଣ୍ଣ ପଦକ।
ଅନ୍ତିମ ରାଉଣ୍ଡରେ ଭାରତୀୟ ପୁରୁଷ ଦଳର ଡି. ଗୁକେଶ, ଅର୍ଜୁନ ଇରିଗାସି ଓ ଆର. ପ୍ରଜ୍ଞାନନ୍ଦ ବିଜୟ ହାସଲ କରିଥିବାବେଳେ ଭିଦିତ ସନ୍ତୋଷ ଗୁଜରାଠି ପଏଣ୍ଟ ଭାଗ କରିଥିଲେ। ସେହିପରି ମହିଳା ଦଳର ଦ୍ରୋଣାଭାଳି ହାରିକା, ଦିବ୍ୟା ଦେଶମୁଖ ଓ ଭାନ୍ତିକା ଅଗ୍ରଓ୍ବାଲ ବିଜୟୀ ହୋଇଥିଲେ ଏବଂ ଆର. ବୈଶାଳୀ ମ୍ୟାଚ ଡ୍ର ରଖିଥିଲେ। ପେଣ୍ଟାଲା ହରିକ୍ରିଷ୍ଣା ଓ ତାନିଆ ସଚଦେବ ଯଥାକ୍ରମେ ଭାରତୀୟ ପୁରୁଷ ଓ ମହିଳା ଦଳର ଅନ୍ୟତମ ସଦସ୍ୟ ଥିଲେ। ଭାରତୀୟ ପୁରୁଷ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡି. ଗୁକେଶ ୧୧ ମ୍ୟାଚରୁ ୧୦ଟିରେ ବିଜୟୀ ହୋଇଥିଲେ। ଭାବ ବିନିମୟ ଅବସରରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚେସ୍‌ବୋର୍ଡ ପ୍ରଦାନ କରିଥିଲେ। ଏହାପରେ ପ୍ରଜ୍ଞାନନ୍ଦ ଓ ଇରିଗାସିଙ୍କ ମଧ୍ୟରେ ଏକ କ୍ୱିକ୍‌ ଗେମ୍‌ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ମନ୍ତ୍ରମୁଗ୍ଧ ହୋଇଥିଲେ। ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ପୁରୁଷ ଦଳ ସମ୍ଭାବ୍ୟ ୨୨ରୁ ୨୧ ପଏଣ୍ଟ ପାଇଥିଲା। ପୂରା ଟୁର୍ନାମେଣ୍ଟରେ ଭାରତ କେବଳ ଉଜବେକିସ୍ତାନ ବିପକ୍ଷରେ ୨-୨ରେ ଗେମ୍‌ ଡ୍ର ରଖିଥିଲା। ମହିଳା ଦଳ ୧୯ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?