Posted inଜାତୀୟ

କାହିଁକି ପ୍ରେମିକାଙ୍କୁ ୫୯ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମୁକ୍ତିରଞ୍ଜନ: ସୁଇସାଇଡ୍‌ ନୋଟ୍‌ରୁ ଖୋଲିଲା ଗୁମର

ବେଙ୍ଗାଲୁରୁ,୨୬।୯: ଅପରାଧୀ ଯେତେ ଚାଲାକ ଚତୁର ହେଲେ ମଧ୍ୟ ଦଣ୍ଡରୁ ବର୍ତ୍ତିପାରିବେ ନାହିଁ। ଆଇନ ଅଦାଲତରେ ଦଣ୍ଡିତ ହେବା ପୂର୍ବରୁ ସମ୍ଭବତଃ ଧରାପଡ଼ିବା ଭୟରେ ଆମତ୍ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ବହୁଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା ମାମଲାର ଅଭିଯୁକ୍ତ ଭଦ୍ରକ ଜିଲାର ମୁକ୍ତିରଞ୍ଜନ ରାୟ(୩୨) ଏକ ଗଛରେ ଝୁଲି ନିଜ ଜୀବନ ହାରିଦେଇଛନ୍ତି। ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

ତ୍ରିପୁରାର ୨୬ ବର୍ଷୀୟା ମହାଲକ୍ଷ୍ମୀ ବେଙ୍ଗାଲୁରୁସ୍ଥିତ ଏକ ଜଣାଶୁଣା ମଲ୍‌ରେ ସେଲ୍ସଓମେନ୍‌ ଭାବେ କାର୍ଯ୍ୟ କରୁଥିଲେ। ସ୍ବାମୀ ପରିତ୍ୟକ୍ତା ମହାଲକ୍ଷୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଗତ ୨୧ ତାରିଖରେ ମାଲେଶ୍ୱରମ୍‌ରେ ସେ ରହୁଥିବା ଆପାର୍ଟମେଣ୍ଟର ଏକ ରୁମ୍‌ ଫ୍ରିଜ୍‌ରୁ ମିଳିଥିଲା।

ମହାଲକ୍ଷ୍ମୀଙ୍କୁ ହତ୍ୟା ପରେ ୫୯ ଖଣ୍ଡ କରି ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଉକ୍ତ ରେଫ୍ରିଜରେଟରରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ସେତେବେଳେ କହିଥିଲା। ଇତିମଧ୍ୟରେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଥିଲା। ତଦନ୍ତ ପରେ ବେଙ୍ଗାଲୁରୁ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ହେଁ ଗିରଫ କରିପାରି ନ ଥିଲା। କାରଣ ଅଭିଯୁକ୍ତ ଏହି କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ଚିହ୍ନଟ କରିଥିବା ବ୍ୟକ୍ତି ଜଣକ ହେଲେ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି ଫାଣ୍ଡି ଅଧୀନ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମହାଲକ୍ଷ୍ମୀ ଯେଉଁ ମଲ୍‌ରେ କାର୍ଯ୍ୟ କରୁଥିଲେ, ମୁକ୍ତିରଞ୍ଜନ ସେଠାରେ ଟିମ୍‌ ହେଡ୍‌ ଭାବେ ନିଯୁକ୍ତ ହୋଇଥିଲେ। ଏକସଙ୍ଗେ କାର୍ଯ୍ୟ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଅନ୍ୟ ଜଣେ ଯୁବକଙ୍କ ସହ ମହାଲକ୍ଷ୍ମୀଙ୍କ ଘନିଷ୍ଠତା ବଢ଼ୁଥିବା ଦେଖି ମୁକ୍ତିରଞ୍ଜନ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମୁକ୍ତିରଞ୍ଜନ ମହାଲକ୍ଷ୍ମୀଙ୍କୁ ଜୀବନରେ ମାରିଦେବା ପରେ ତାଙ୍କ ମୃତଦେହକୁ ୫୦ ଖଣ୍ଡ କରି ଫ୍ରିଜ୍‌ରେ ଲୁଚାଇବା ପରେ ସେଠାରୁ ଓଡ଼ିଶାକୁ ଫେରାର ହୋଇଯାଇଥିଲେ। ଏପରି କି ମୁକ୍ତିରଞ୍ଜନ ଧରା ନ ପଡ଼ିବା ପାଇଁ ନିଜ ମୋବାଇଲ ଫୋନ୍‌କୁ ସୁଇଚ୍‌ ଅଫ୍‌ କରିଦେଇଥିଲେ। ଶେଷ ଥର ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ତାଙ୍କ ମୋବାଇଲ୍‌ ଲୋକେଶନ୍‌ ଠାବ କରାଯାଇଥିଲା।

ମୁକ୍ତିରଞ୍ଜନ ତାଙ୍କ ଡେଥ୍‌ ନୋଟରେ ଲେଖିଛନ୍ତି, ମୁଁ ୩ ସେପ୍ଟେମ୍ବରରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲି। ସେଦିନ ମୁଁ ମହାଲକ୍ଷ୍ମୀଙ୍କ ଘରକୁ ଯାଇଥିଲି। ଆମର କିଛି ବିଷୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ମହାଲକ୍ଷ୍ମୀ ମୋତେ ଆକ୍ରମଣ କରିଥିଲେ। ମୋତେ ଏହା ଭଲ ଲାଗିଲା ନାହିଁ ଏବଂ କ୍ରୋଧରେ ମୁଁ ତାଙ୍କୁ ହତ୍ୟା କଲି। ତା’ପରେ ମୁଁ ତାଙ୍କ ଶରୀରକୁ ୫୯ ଖଣ୍ଡରେ କାଟି ଫ୍ରିଜରେ ରଖି ସେଠାରୁ ପଳାଇଗଲି। ମୁଁ ମଧ୍ୟ ରୁମ୍‌ ସଫା କରିବାକୁ ଚେଷ୍ଟା କଲି, ଯେପରି କେହି ନ ଜାଣିପାରିବେ। ମୁଁ ମହାଲକ୍ଷ୍ମୀଙ୍କ ଆଚରଣକୁ ଆଦୌ ପସନ୍ଦ କରେ ନାହିଁ। ମୁଁ ହତ୍ୟା ପରେ ନିଶ୍ଚିତ ଭାବେ ଅନୁତାପ କରିଛି। କାରଣ ମୁଁ କ୍ରୋଧରେ ଯାହା କରିଥିଲି ତାହା ଭୁଲ ଥିଲା। ମୁଁ ଡରିଗଲି ତେଣୁ ମୁଁ ଘରକୁ ପଳାଇ ଆସିଥିଲି।

ଗତ ୨୩ ତାରିଖରେ କର୍ନାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ ଏକ ଖବରଦାତା ସମ୍ମିଳନୀ କରିଥିଲେ। ପ୍ରେସ୍‌ ମିଟ୍‌ରେ ପରମେଶ୍ୱର କହିଥିଲେ, ମୁଖ୍ୟ ସନ୍ଦିଗ୍ଧ ଓଡ଼ିଶାର ହୋଇଥିବାବେଳେ ବେଙ୍ଗାଲୁରୁରେ ରହୁଥିଲେ। ଅପରାଧ ଘଟାଇବା ପରଠୁ ସେ ପଶ୍ଚିମବଙ୍ଗରେ ରହୁଥିବାରୁ ତାଙ୍କୁ ଧରାଯାଇପାରି ନାହିଁ। ସେପଟେ ମହାଲକ୍ଷ୍ମୀଙ୍କ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ପୋଲିସର ତଦନ୍ତ ଆଗକୁ ବଢ଼ିପାରିଥିଲା। ମହାଲକ୍ଷ୍ମୀ ଶେଷ ଥର ପାଇଁ ସେପ୍ଟେମ୍ବର ୧ରେ ମଲ୍‌କୁ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ୨ ତାରିଖରୁ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିବା ପରିବାର ଲୋକେ କହିଥିଲେ। ୨୧ ତାରିଖରେ ମହାଲକ୍ଷ୍ମୀଙ୍କ ରୁମ୍‌ରୁ ପଚା ଗନ୍ଧ ଆସୁଥିବା ଜାଣିବା ପରେ ଆପାର୍ଟମେଣ୍ଟ ମାଲିକ ତାଙ୍କ ଘରକୁ ଖବର ଦେଇଥିଲେ। ମା’ ଓ ବଡ଼ ଭଉଣୀ ସେହି ଦିନ ଉକ୍ତ ଆପାର୍ଟମେଣ୍ଟର ସିଙ୍ଗଲ ବେଡ୍‌ ରୁମ୍‌କୁ ଯାଇ ଦେଖିବା ବେଳକୁ ଫ୍ରିଜ୍‌ରେ ତାଙ୍କ କଟା ମୃତଦେହ ରହିଥିଲା। ଅନ୍ୟପକ୍ଷେ ମୁକ୍ତିରଞ୍ଜନ ମଙ୍ଗଳବାର ରାତିରେ ନିଜ ଗଁା ଭୂଇଁପୁରରେ ପହଞ୍ଚତ୍ଥିଲେ। ସେ ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ କହି ଘରୁ ବାହାରି ଆସିଥିଲେ। କର୍ନାଟକ ପୋଲିସର ୪ଟି ଟିମ୍‌ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚତ୍ଥିବା ଜାଣିବାକୁ ପାଇ ସେ ଚମ୍ପାସାହି ମୁଖ୍ୟ ରାସ୍ତାକଡ଼ କୁଳେଇପଦାସ୍ଥିତ ଶ୍ମଶାନ ନିକଟ ଏକ ଗଛରେ ଝୁଲିପଡ଼ି ଆମତ୍ହତ୍ୟା କରିଥିଲେ। ଆରଡ଼ି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ନେଇ ଧୂଷୁରୀ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୩୩/୨୪) ରୁଜୁ କରାଯାଇଛି। ମୃତଦେହ ନିକଟରୁ ତାଙ୍କ ସ୍କୁଟି, ଲାପଟପ୍‌ ଓ ଡାଏରି ଭଳି କେତେକ ସାମଗ୍ରୀ ଜବତ ହୋଇଛି। ଏହି ଡାଏରିରେ ଆତ୍ମହତ୍ୟା ସମ୍ପର୍କିତ ଲେଖା ରହିଥିବା ଏସ୍‌ପି ବରୁଣ ଗୁଣ୍ଠୁପାଲି ସୂଚନା ଦେଇଛନ୍ତି। ତେବେ ମୁକ୍ତିରଞ୍ଜନଙ୍କ ଘରେ ପୋଲିସ ପହଞ୍ଚତ୍ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ଇତିମଧ୍ୟରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଥିଲା ଯେ, ମୃତଦେହକୁ ୫୦ ଖଣ୍ଡ ନୁହେଁ, ବରଂ ୫୯ ଖଣ୍ଡ କରାଯାଇଥିଲା। ହତ୍ୟା ପୂର୍ବରୁ ତାଙ୍କୁ ବିଷ ଦିଆଯାଇଥିଲା କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ନମୁନାକୁ ଟେକ୍ସିକୋଲୋଜି ଅଧ୍ୟୟନ ପାଇଁ ପଠାଯାଇଥିଲା। ଫରେନ୍‌ସିକ୍‌ ଯାଞ୍ଚବେଳେ ମଧ୍ୟ ଫ୍ରିଜ୍‌ରେ ଥିବା ଫିଙ୍ଗରପ୍ରିଣ୍ଟକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଇଥିଲା। ଏନେଇ ମହାଲକ୍ଷ୍ମୀଙ୍କ ସ୍ବାମୀ ହେମନ୍ତ କହିଛନ୍ତି, ଅଶ୍ରଫ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା। ମହାଲକ୍ଷ୍ମୀ ତାଙ୍କ ସହ ନିୟମିତ ଭାବେ ମିଳାମିଶା କରୁଥିଲେ। ୨୦୨୩ ଏପ୍ରିଲ-ମେ’ରେ ସେ ଏହି ବିଷୟରେ ଜାଣିବାକୁ ପାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri