Posted inଜାତୀୟ

ସଞ୍ଜୟ ରାଉତଙ୍କୁ ଧମକ ଦେଇ ଗିରଫ ହେଲେ କଙ୍ଗନାଙ୍କ ପ୍ରଶଂସକ

ମୁମ୍ବାଇ,୧୧ ।୯: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ମୁମ୍ବାଇ ପୋଲିସର ଏକ ଟିମ୍ କୋଲକାତା ପୋଲିସର ସହଯୋଗରେ ପଲାଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ଶୁକ୍ରବାର ଟଲିଗଞ୍ଜ ସ୍ଥିତ ତାଙ୍କ ଘରୁ ପଲାଶଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ସେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସମର୍ଥକ ବୋଲି ଦାବି କରିଛନ୍ତି । ତେବେ ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ପଲାଶ ସୋସିଆଲ ମିଡିଆରେ ସଞ୍ଜୟଙ୍କୁ ଧମକ ଦେଇ ଲେଖିଥିଲେ ତାଙ୍କୁ ‘ଗମ୍ଭିର ପରିଣତି’ ଭୋଗିବାକୁ ପଡିବ । ଏବେ ତାଙ୍କୁ ଅଲିପୁର ଅଦାଲତରେ ହାଜର କରାଯିବ କି ମୁମ୍ବାଇ ପୋଲିସ ପଲାଶଙ୍କୁ ମୁମ୍ବାଇ ନେବ ତାହା ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, କିଛିଦିନ ହେବ ଶିବସେନା ନେତା ସଞ୍ଜୟ ରାଉତ ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri