ଫଟା ଜିନ୍ସ ଉପରେ ଦେଇଥିଲେ ଟିପ୍ପଣୀ, ଏବେ ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧି ଟ୍ରୋଲ ହେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: କଥାରେ ଅଛି କହି ଦେଉଥାଏ ପରକୁ। ବୁଦ୍ଧି ନ ଆସଇ ଘରକୁ। ଅର୍ଥାତ ଅନ୍ୟକୁ କହିବା ସହଜ ହେଲେ ହେଁ ନିଜେ ସେହି କାମ କରିବା କଷ୍ଟକର। ଏପରି କିଛି କରି ଟ୍ରୋଲ ହେଉଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ବିଗତ ଦିନରେ ଫଟା ଜିନ୍ସ ପିନ୍ଧାକୁ ନେଇ ନିଜର ରାୟ ଦେଇ ଚର୍ଚ୍ଚାକୁ ଆସିଥିବା କଙ୍ଗନା କିନ୍ତୁ ନିଜେ ଟ୍ରାନ୍ସପେରେଣ୍ଟ ବ୍ରା ପିନ୍ଧି ସୋସିଆଲ ମିଡିଆରେ ଫଟୋ ଛାଡ଼ିଥିଲେ। ଏହା ପରେ ଲୋକେ ତାଙ୍କୁ କଟାକ୍ଷ କରୁଥିବା ଦେଖାଯାଇଛି।

କେଜାଣି କେମିତି ଲୋକେ ଫଟା ଜିନ୍ସ ପିନ୍ଧିଥାନ୍ତି। ମୁଁ କିନ୍ତୁ କେବେହେଲେ ସେମିତି ପିନ୍ଧେନାହିଁ ବୋଲି କଙ୍ଗନା କହିଥିଲେ। ହେଲେ ନିଜେ ଟ୍ରାନ୍ସପେରେଣ୍ଟ ବ୍ରା ପିନ୍ଧିଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ। ହିନ୍ଦୁ ସଂସ୍କୃତିରେ ଏପରି କରାଯାଏ ନାହିଁ ବୋଲି ଲୋକେ ତାଙ୍କୁ କମେଣ୍ଟ କରିଥିଲେ। ଏହାପରେ ଅଭିନେତ୍ରୀ ଏହାର ଜବାବ ଦେଇଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମରେ ସେ ଏକ ଷ୍ଟାଟସ୍‌ ପୋଷ୍ଟ କରି ପୁରାତନ ହିନ୍ଦୁ ରାଣୀ ଏବଂ ରାଜକୁମାରୀଙ୍କୁ ଏହିଭଳି ପୋଷାକରେ ଦେଖାଯାଇଥିବା ନେଇ ସଫେଇ ଦେଇଛନ୍ତି। ଏଥିସହ ସନାତନ ଧର୍ମ ବିଷୟରେ ଜ୍ଞାନ ଦେବା ଲୋକେ ପ୍ରଥମେ ଏସବୁ ଦେଖିନେବା ଉଚିତ ବୋଲି ସେ କହିଛନ୍ତି। ଏବେ କଙ୍ଗନାଙ୍କ ଏହି କଥା ନିଆଁରେ ଘିଅ ଢ଼ାଳିବା ଭଳି କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ପରେ ବଡ ପରଦାରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଜୁଲାଇ ୭ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ବୁଧବାର ବିଦ୍ୟା ଫିଲ୍ମ ‘ନିୟତ’ର ପୋଷ୍ଟର୍‌ ଏବଂ ଟିଜର୍‌ ସୋସିଆଲ...

ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ...

ପ୍ରୀତି ବନ୍ଧନ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ଏହି ସିନେମାଟି ଚଳିତ ମାସ ୨୫...

୧୨ ବର୍ଷ ପରେ ଫେରୁଛି ଏହି ଶୋ’, ସଲମାନଙ୍କୁ ଦେବ ଟକ୍କର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଶୋ’ ବିଗ ବସ୍‌ ସିଜନ-୧୭କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରମାନ ମଲିକଙ୍କ ନାମ...

୭୫ ବର୍ଷରେ ପାଦ ଥାପିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୯।୧୨-ବଲିଉଡର ଭେଟରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ବୁଧବାର ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ସମେତ ବହୁ ବଲିଉଡ...

ନେହାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା...

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ପାକିସ୍ତାନର ପ୍ରସିଦ୍ଧ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଫରିଦା ବେଗମ ଆଉନାହାଁନ୍ତି। ଲାହୋରରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ...

Advertisement
Archives

Model This Week