କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

ପ୍ରସିଦ୍ଧ କଙ୍ଗନା ରାଣାୱତ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି କହି କଙ୍ଗନା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ନେଇ କଙ୍ଗନା ଭାରତକୁ ଏକ ‘ଜିହାଦୀ ରାଷ୍ଟ୍ର’ ସହ ତୁଳନା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆଜି ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି।
କଙ୍ଗନା ଇନଷ୍ଟାଗ୍ରାମର ଷ୍ଟାଟସ ଅପଲୋଡ କରି କ୍ରମାଗତ ଭାବରେ ବିବଦୀୟ ମନ୍ତବ୍ୟ ଦେଉଛନ୍ତି। ଇନଷ୍ଟା ଷ୍ଟୋରୀରେ କୃଷି ଆଇନ ପ୍ରତ୍ୟାହାରକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହି କଙ୍ଗନା ଲେଖିଛନ୍ତି ଯେ, ଯଦି ରାସ୍ତାରେ ଲୋକମାନେ ସଂସଦରେ ନିର୍ବାଚିତ ସରକାରଙ୍କ ବଦଳରେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି, ତେବେ ଏହା ଏକ ଜିହାଦୀ ରାଷ୍ଟ୍ର। ଯେଉଁମାନେ ଏହା ଚାହୁଁଛନ୍ତି ସେମାନଙ୍କୁ ଅଭିନନ୍ଦନ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୃଷିର ଉନ୍ନତି ପାଇଁ ତିନୋଟି ଆଇନ ଅଣାଯାଇଥିଲା। ଯାହାଦ୍ୱାରା କ୍ଷୁଦ୍ର ଚାଷୀମାନେ ଅଧିକ ଶକ୍ତି ପାଇବେ। ବର୍ଷ ବର୍ଷ ଧରି ଏହି ଚାହିଦା ଦେଶର କୃଷକ ଏବଂ ବିଶେଷଜ୍ଞ, ଅର୍ଥନୀତିଜ୍ଞଙ୍କ ଦ୍ୱାରା ଦାବି କରାଯାଉଥିଲା। ଯେତେବେଳେ ଏହି ଆଇନଗୁଡ଼ିକ ଅଣାଯାଇଥିଲା, ସଂସଦରେ ଆଲୋଚନା ହୋଇଥିଲା। ଦେଶର କୃଷକ ଏବଂ ସଂଗଠନ ଏହାକୁ ସ୍ବାଗତ କରିଥିଲେ, ଏହାକୁ ସମର୍ଥନ କରିଥିଲେ। ଆମ ସରକାର ଦେଶର କୃଷି ଜଗତର ସ୍ବାର୍ଥରେ ଏହି ନିୟମ ଆଣିଥିଲେ। କିନ୍ତୁ ଆମେ ଏପରି ଏକ ପବିତ୍ର ନିୟମକୁ କିଛି କୃଷକଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ପାରିଲୁ ନାହିଁ। ଆମେ ପ୍ରଥମେ ବୁଝାଇବାକୁ ଚେଷ୍ଟା କଲୁ। ଏହି ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା। ଏବେ ଆମେ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି କୃଷକମାନଙ୍କୁ ନିବେଦନ କରିଛନ୍ତି, ଆପଣ ନିଜ ଘରକୁ ଫେରିଯାଆନ୍ତୁ, ଏକ ନୂତନ ଆରମ୍ଭ କରନ୍ତୁ।

Kangana Ranaut on Farm Laws: फिर भड़कीं कंगना रनौत ने भारत को बताया जिहादी राष्ट्र, कहा- अगर सड़कों से कानून बनेंगे तो...


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?