କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

ପ୍ରସିଦ୍ଧ କଙ୍ଗନା ରାଣାୱତ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି କହି କଙ୍ଗନା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ନେଇ କଙ୍ଗନା ଭାରତକୁ ଏକ ‘ଜିହାଦୀ ରାଷ୍ଟ୍ର’ ସହ ତୁଳନା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆଜି ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି।
କଙ୍ଗନା ଇନଷ୍ଟାଗ୍ରାମର ଷ୍ଟାଟସ ଅପଲୋଡ କରି କ୍ରମାଗତ ଭାବରେ ବିବଦୀୟ ମନ୍ତବ୍ୟ ଦେଉଛନ୍ତି। ଇନଷ୍ଟା ଷ୍ଟୋରୀରେ କୃଷି ଆଇନ ପ୍ରତ୍ୟାହାରକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହି କଙ୍ଗନା ଲେଖିଛନ୍ତି ଯେ, ଯଦି ରାସ୍ତାରେ ଲୋକମାନେ ସଂସଦରେ ନିର୍ବାଚିତ ସରକାରଙ୍କ ବଦଳରେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି, ତେବେ ଏହା ଏକ ଜିହାଦୀ ରାଷ୍ଟ୍ର। ଯେଉଁମାନେ ଏହା ଚାହୁଁଛନ୍ତି ସେମାନଙ୍କୁ ଅଭିନନ୍ଦନ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୃଷିର ଉନ୍ନତି ପାଇଁ ତିନୋଟି ଆଇନ ଅଣାଯାଇଥିଲା। ଯାହାଦ୍ୱାରା କ୍ଷୁଦ୍ର ଚାଷୀମାନେ ଅଧିକ ଶକ୍ତି ପାଇବେ। ବର୍ଷ ବର୍ଷ ଧରି ଏହି ଚାହିଦା ଦେଶର କୃଷକ ଏବଂ ବିଶେଷଜ୍ଞ, ଅର୍ଥନୀତିଜ୍ଞଙ୍କ ଦ୍ୱାରା ଦାବି କରାଯାଉଥିଲା। ଯେତେବେଳେ ଏହି ଆଇନଗୁଡ଼ିକ ଅଣାଯାଇଥିଲା, ସଂସଦରେ ଆଲୋଚନା ହୋଇଥିଲା। ଦେଶର କୃଷକ ଏବଂ ସଂଗଠନ ଏହାକୁ ସ୍ବାଗତ କରିଥିଲେ, ଏହାକୁ ସମର୍ଥନ କରିଥିଲେ। ଆମ ସରକାର ଦେଶର କୃଷି ଜଗତର ସ୍ବାର୍ଥରେ ଏହି ନିୟମ ଆଣିଥିଲେ। କିନ୍ତୁ ଆମେ ଏପରି ଏକ ପବିତ୍ର ନିୟମକୁ କିଛି କୃଷକଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ପାରିଲୁ ନାହିଁ। ଆମେ ପ୍ରଥମେ ବୁଝାଇବାକୁ ଚେଷ୍ଟା କଲୁ। ଏହି ମାମଲା ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା। ଏବେ ଆମେ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି କୃଷକମାନଙ୍କୁ ନିବେଦନ କରିଛନ୍ତି, ଆପଣ ନିଜ ଘରକୁ ଫେରିଯାଆନ୍ତୁ, ଏକ ନୂତନ ଆରମ୍ଭ କରନ୍ତୁ।

Kangana Ranaut on Farm Laws: फिर भड़कीं कंगना रनौत ने भारत को बताया जिहादी राष्ट्र, कहा- अगर सड़कों से कानून बनेंगे तो...


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri