ଅକ୍ଟୋବରରେ ରିଲିଜ ହେବ ‘ତେଜସ’, ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଏବେ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବକ୍ସ ଅଫିସରେ ଧମାଲ କରୁଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ତେଜସ’ ଅକ୍ଟୋବରରେ ମୁକ୍ତିଲାଭ କରିବ ଯେଉଁଥିରେ ଅଭିନେତ୍ରୀ ପୁଣି ଥରେ ଏକ ଦମଦାର ଚରିତ୍ରରେ ଅଭିନୟ କରିବେ। କଙ୍ଗନାଙ୍କୁ ବାୟୁସେନା ପାଇଲଟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରୁ ତାଙ୍କର ପ୍ରଥମ ଲୁକ ସାମ୍ନାକୁ ଆସିଛି ଏବଂ ବର୍ତ୍ତମାନ ଟିଜର ଆସିବା ବାକି ରହିଛି।

ସର୍ଭେଶ ମେୱାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତେଜସ’ରେ ପାଇଲଟ ତେଜସ ଗିଲ ଭୂମିକାରେ ନଜର ଆସିବେ କଙ୍ଗନା। ଅଭିନେତ୍ରୀ ଟିଜର ରିଲିଜ ଡେଟ ଘୋଷଣା କରିଛନ୍ତି। ଏହା ସହିତ ପ୍ରଶଂସକମାନେ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ବୋଲି ମଧ୍ୟ କୁହାଯାଇଛି।
ଆକର୍ଷଣୀୟ ପ୍ରଥମ ଲୁକ ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପରେ କଙ୍ଗନା ରାନାୱତଙ୍କ ତେଜସ ମୁଭିର ଟିଜର ନ୍ୟାଶନାଲ ହଲିଡେ ଗାନ୍ଧୀ ଜୟନ୍ତୀରେ ମୁକ୍ତିଲାଭ କରିବ।
କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ସୂଚନା ଦେଇଛନ୍ତି ଯେ ଫିଲ୍ମର ଟିଜର ଅକ୍ଟୋବର ୨ରେ ମୁକ୍ତିଲାଭ କରିବ। ସେ ଏହି ଫିଲ୍ମରୁ ତାଙ୍କ ଲୁକର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲେଖାଯାଇଛି ଯେ ‘ତେଜସ’ର ନାମକୁ ‘ଉରି ୨’ରେ ପରିବର୍ତ୍ତନ କରିବାକୁ ପ୍ରଶଂସକମାନେ ଦାବି କରିଛନ୍ତି।
କଙ୍ଗନା ରାନାୱତର ଏହି ବହୁ ପ୍ରତୀକ୍ଷିତ ମୁଭି ୨୦ ଅକ୍ଟୋବରରେ ରିଲିଜ ହେବ। ଏହି ମୁଭିରେ ‘ଗଣପତ’, ‘ଟାଇଗର ନାଗେଶ୍ୱର ରାଓ’ ଏବଂ ‘ୟାରିୟାଂ ୨’ ସହିତ ସିଧାସଳଖ ଟକ୍କର ରହିଛି। ‘ତେଜସ’ ହେଉଛି ପ୍ରଥମ ହଓ୍ବାଇ ଆକ୍ସନ ଫିଲ୍ମ, ଯେଉଁଥିରେ ବାୟୁସେନା ଅଧିକାରୀ ତେଜସ ଗିଲଙ୍କ କାହାଣୀ ଏବଂ ଅନେକ ଆହ୍ବାନର ସମ୍ମୁଖୀନ ହେବାବେଳେ ଆମର ବାୟୁସେନା ପାଇଲଟ କିପରି ନିରନ୍ତର ଭାବରେ କାର୍ଯ୍ୟ କରିଥିଲେ ତାହା ଚିତ୍ରଣ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri