ଡେଙ୍ଗୁରେ ପୀଡ଼ିତ ହୋଇ ବି ବିରତି ନେଇ ନାହାନ୍ତି କଙ୍ଗନା!

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନୱତଙ୍କୁ ଡେଙ୍ଗୁ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକ କଙ୍ଗନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତାଙ୍କୁ ଖୁବ୍ ଅଧିକ ମାତ୍ରାରେ ଜ୍ୱର ହୋଇଥିଲେ ବି ସେ ଆରାମ ନ କରି ତାଙ୍କ ଅପକମିଂ ମୁଭି ‘ଏମରଜେନ୍ସି’ର ସେଟରେ ବ୍ୟସ୍ତ ଥିବା ଦେଖାଯାଇଛି । ତାଙ୍କୁ ଡେଙ୍ଗୁ ହୋଇଥିବା ଖବର ଅଭିନେତ୍ରୀଙ୍କ ଟିମ୍ ଦେଇଛନ୍ତି । କଷ୍ଟ ଲାଗୁଥିଲେ ବି କାମ ପ୍ରତି ଥିବା ତାଙ୍କର ଭଲପାଇବାକୁ ଦେଖି ଯେ କେହି ତାଙ୍କୁ ପ୍ରଶଂସା କରୁଛନ୍ତି ।
ମଣିକର୍ନିକା ଟିମ ଇନଷ୍ଟାଗ୍ରାମରେ କଙ୍ଗନାଙ୍କର କିଛି ଫଟୋ ଶେୟାର କରିଛନ୍ତି । ଏହାକୁ ଶେୟାର କରି ଲେଖିଛନ୍ତି, ଯଦି ଆପଣ ଡେଙ୍ଗୁରେ ପୀଡ଼ିତ ହେବା ପରେ ବି କାମ କରୁଛନ୍ତି, ଏହା ଆପଣଙ୍କ ଜୁନୁନ ନୁହେଁ ବରଂ କାମ ପ୍ରତିଥିବା ପାଗଳାମି । ତେବେ ଡେଙ୍ଗୁରେ ପୀଡ଼ିତ ହେଲେ ହ୍ୱାଇଟ ବ୍ଲଡ ସେଲ୍ସ କାଉଣ୍ଟ ଶୀଘ୍ର କମ୍ ହୋଇଯାଇଥାଏ । ଏହାସହ ଖୁବ୍ ଅଧିକ ମାତ୍ରାରେ ଜ୍ୱର ଆସିଥାଏ । ଏହାପରେ ବି କଙ୍ଗନା କାମ କରୁଛନ୍ତି । ଟିମ୍ ପକ୍ଷରୁ କ୍ୟାପଶନରେ ଲେଖାଯାଇଛି , ଆମ ଚିଫ୍ କଙ୍ଗନା ରାନାୱତ ଏମିତି ଏକ ଇନସ୍ପିରେଶନ ।
ଟିମର ଆଉ ଜଣେ ସଦସ୍ୟ ଲେଖିଛନ୍ତି, ‘ମୋର ପାୱାର ଟୁ ଦ କୁଇନ୍‌’ । ଏହାର ଜବାବରେ କେଙ୍ଗନା ଲେଖିଛନ୍ତି, ଥ୍ୟାଙ୍କ ୟୁ ଟିମ, ଶରୀର ରୋଗଗ୍ରସ୍ତ ହୋଇଥାଏ , ଆତ୍ମା ନୁହେଁ । ଏତେ ସୁନ୍ଦର ଶବ୍ଦ ପାଇଁ ଧନ୍ୟବାଦ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri