Posted inଖେଳ

ପଡିଆରେ ମ୍ୟାଚ୍‌ ଖେଳୁଥିବାବେଳେ ପ୍ରବଳ କାନ୍ଦିଲେ ଏହି ଖେଳାଳି

ହାମିଲଟନ,୪।୧୨: ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ହାମିଲଟନରେ ଆରମ୍ଭ ହୋଇଛି। ମ୍ୟାଚ ପୂର୍ବରୁ ପଡ଼ିଆରେ ଭାବପ୍ରବଣ ମୁହୂର୍ତ୍ତ ରହିଥିଲା। ହଠାତ ୱେଷ୍ଟଇଣ୍ଡିଜରୁ ଖବର ଆସିଥିଲା ଯେ ଦ୍ରୁତ ବୋଲର କେମାର ରୋଚଙ୍କ ପିତାଙ୍କର ଦେହାନ୍ତ ହୋଇଛି। ଏହି କଠିନ ମୁହୂର୍ତ୍ତରେ ସାହସର ସହ ରୋଚ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ସ୍ଥିର କରିଥିଲେ। ତେଣୁ ମ୍ୟାଚ ପୂର୍ବରୁ ସମସ୍ତେ ରୋଚକୁ ଉତ୍ସାହିତ କରୁଥିଲେ। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ମ୍ୟାଚର ଠିକ ପୂର୍ବରୁ କେମାର ରୋଚଙ୍କୁ ଉତ୍ସାହିତ କରିଥିଲେ। ରୋଚ ଏବଂ ୱିଲିୟମସନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ, ଉଭୟ କେଳାଗ୍ରତ କରିଥିଲେ। ଏହି ମ୍ୟାଚରେ ଉଭୟ ଦଳ ରୋଚଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କଳା ବ୍ୟାଣ୍ଡ ପିନ୍ଧି ମ୍ୟାଚ ଖେଳିଥିଲେ। ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ମଧ୍ୟ ରୋଚଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ବିବୃତ୍ତି ଜାରି କରିଛି। ବୋର୍ଡରୁ କୁହାଯାଇଛି ଯେ ଏହି କଠିନ ସମୟରେ ସମଗ୍ର ଦଳ ତାଙ୍କ ସହ ଅଛନ୍ତି। ହାମିଲଟନରେ ଖେଳର ପ୍ରଥମ ଦିନରେ ବୋଲିଂ କରୁଥିବାବେଳେ ରୋଚ ମଧ୍ୟ ଗୋଟିଏ ଉଇକେଟ ପାଇଥିଲେ। ସେ ଟମ ଲାଥାମ ଏବଂ ୱିଲିୟମସନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାଙ୍ଗିଥିଲେ। କେମାର ରୋଚ ଲାଥାମଙ୍କୁ ଆଉଟ୍‌ କରିଥିଲେ। ଉଇକେଟ ନେବା ମାତ୍ରେ ରୋଚ ଆଣ୍ଠୁ ମାଡି ତଳେ ବସି ତାଙ୍କ ପିତାଙ୍କୁ ମନେ ପକାଇ ପ୍ରବଳ କାନ୍ଦିଥିଲେ। ରୋଚ ୱେଷ୍ଟଇଣ୍ଡିଜ ପାଇଁ ଗତ ୧୨ ବର୍ଷ ଧରି କ୍ରିକେଟ ଖେଳୁଛନ୍ତି। ୫୯ଟି ଟେଷ୍ଟରେ ହାରାହାରି ୨୭.୫୧ରେ ରୋଚ ୨୦୧ ଉଇକେଟ ନେଇଛନ୍ତି। ତାଙ୍କର ପ୍ରଥମ ଦୁଇଟି ଟେଷ୍ଟରେ ରୋଚ ୧୩ ଉଇକେଟ ନେଇ ଚହଳ ସୃଷ୍ଟି କରିଥିଲେ। ୬ଟି ଫୁଟ ଉଚ୍ଚତା ରୋଚ କ୍ରମାଗତ ଭାବରେ ୧୪୦ କିଲୋମିଟର ବେଗରେ ବୋଲିଂ କରନ୍ତି। ରୋଚ ଏପର୍ଯ୍ୟନ୍ତ ୯୨ଟି ଏକଦିବସୀୟରେ ୧୨୪ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri