କଣ୍ଢେଇ ଯାତ୍ରା ଚଳଚ୍ଚିତ୍ରକୁ ଶ୍ରେଷ୍ଠ କ୍ରିଟିକ୍ସ ଚଏସ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୨ା୫: ଅନ୍ତର୍ଜାତୀୟ କଳା ସଂସ୍କୃତି ଚଳଚ୍ଚିତ୍ର ମହୋତ୍ସବରେ ବ୍ରହ୍ମପୁରର କଣ୍ଢେଇ ଯାତ୍ରା ଚଳଚ୍ଚିତ୍ର ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ର ଭିନ୍ନତା ତଥା ସ୍ବତନ୍ତ୍ରତାକୁ ଅନୁଭବ କରି ଶ୍ରେଷ୍ଠ କ୍ରିଟିକ୍ସ ଚଏସ୍‌ ଆୱାର୍ଡ ପାଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା ସୂଚନା ଦେଇଛନ୍ତି। ଶୁକ୍ରବାର ଆମେରିକାଠାରେ ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅନ୍‌ଲାଇନ୍‌ ମାଧ୍ୟମରେ ୨ ହଜାରରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ୧୯୫ ଦେଶରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ବ୍ରହ୍ମପୁର ସହରର ୩୦୦ ବର୍ଷ ପୁରୁଣା କଳା ସଂସ୍କୃତିସମ୍ପନ୍ନ ଲୋକାଭିମୁଖୀ ଥିବା କଣ୍ଢେଇ ଯାତ୍ରା ବିଶେଷାଙ୍କର ଚିତ୍ରଣ ଦର୍ଶକ ଏବଂ ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତେବେ ଏହି ଚଳଚ୍ଚିତ୍ର ନିର୍ମାଣରେ ନିୟୋଜିତ ସମ୍ପୂର୍ଣ୍ଣ ଟିମ୍‌କୁ ଶନିବାର ବ୍ରହ୍ମପୁର ସମେତ ସାରା ଓଡ଼ିଶା ଓ ଦେଶବିଦେଶରୁ ଅନେକ ସିନେଜଗତ ସହିତ ଜଡିତ ବ୍ୟକ୍ତିତ୍ୱ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତ୍ରିପତି ନାୟକ ମାର୍ଗଦର୍ଶନ ଦେଇଥିଲେ। ଏଥିସହ ଚିତ୍ରୋତ୍ତୋଳନରେ ଟୁଟୁ ପ୍ରଧାନ, ପୋଷ୍ଟର ଡିଜାଇନରେ ଟିକିରି ବେହେରା, ସମ୍ପାଦନା ରିପନ ଓ ଜ୍ୟୋତିର୍ମୟୀ ପାତ୍ରଙ୍କ ପ୍ରଚ୍ଛଦ କଣ୍ଠ ସଂଯୋଜନା ଭିନ୍ନତା ପାଇଁ ସ୍ବତନ୍ତ୍ର ବିଚାରକ ପସନ୍ଦ ବିଭାଗରେ ଶ୍ରେଷ୍ଠ ପ୍ରତିପାଦିତ ହୋଇପାରିଛି। ଆଗାମୀ ଦିନରେ କଣ୍ଢେଇ ଯାତ୍ରା ଅଶୋକା ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଭଳି ଜାତୀୟସ୍ତରର ଏକ ନାମୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୟନ ପ୍ରକ୍ରିୟାରେ ଥିବା ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri