କଣ୍ଢେଇ ଯାତ୍ରା ଚଳଚ୍ଚିତ୍ରକୁ ଶ୍ରେଷ୍ଠ କ୍ରିଟିକ୍ସ ଚଏସ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୨ା୫: ଅନ୍ତର୍ଜାତୀୟ କଳା ସଂସ୍କୃତି ଚଳଚ୍ଚିତ୍ର ମହୋତ୍ସବରେ ବ୍ରହ୍ମପୁରର କଣ୍ଢେଇ ଯାତ୍ରା ଚଳଚ୍ଚିତ୍ର ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ର ଭିନ୍ନତା ତଥା ସ୍ବତନ୍ତ୍ରତାକୁ ଅନୁଭବ କରି ଶ୍ରେଷ୍ଠ କ୍ରିଟିକ୍ସ ଚଏସ୍‌ ଆୱାର୍ଡ ପାଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା ସୂଚନା ଦେଇଛନ୍ତି। ଶୁକ୍ରବାର ଆମେରିକାଠାରେ ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅନ୍‌ଲାଇନ୍‌ ମାଧ୍ୟମରେ ୨ ହଜାରରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ୧୯୫ ଦେଶରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ବ୍ରହ୍ମପୁର ସହରର ୩୦୦ ବର୍ଷ ପୁରୁଣା କଳା ସଂସ୍କୃତିସମ୍ପନ୍ନ ଲୋକାଭିମୁଖୀ ଥିବା କଣ୍ଢେଇ ଯାତ୍ରା ବିଶେଷାଙ୍କର ଚିତ୍ରଣ ଦର୍ଶକ ଏବଂ ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତେବେ ଏହି ଚଳଚ୍ଚିତ୍ର ନିର୍ମାଣରେ ନିୟୋଜିତ ସମ୍ପୂର୍ଣ୍ଣ ଟିମ୍‌କୁ ଶନିବାର ବ୍ରହ୍ମପୁର ସମେତ ସାରା ଓଡ଼ିଶା ଓ ଦେଶବିଦେଶରୁ ଅନେକ ସିନେଜଗତ ସହିତ ଜଡିତ ବ୍ୟକ୍ତିତ୍ୱ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତ୍ରିପତି ନାୟକ ମାର୍ଗଦର୍ଶନ ଦେଇଥିଲେ। ଏଥିସହ ଚିତ୍ରୋତ୍ତୋଳନରେ ଟୁଟୁ ପ୍ରଧାନ, ପୋଷ୍ଟର ଡିଜାଇନରେ ଟିକିରି ବେହେରା, ସମ୍ପାଦନା ରିପନ ଓ ଜ୍ୟୋତିର୍ମୟୀ ପାତ୍ରଙ୍କ ପ୍ରଚ୍ଛଦ କଣ୍ଠ ସଂଯୋଜନା ଭିନ୍ନତା ପାଇଁ ସ୍ବତନ୍ତ୍ର ବିଚାରକ ପସନ୍ଦ ବିଭାଗରେ ଶ୍ରେଷ୍ଠ ପ୍ରତିପାଦିତ ହୋଇପାରିଛି। ଆଗାମୀ ଦିନରେ କଣ୍ଢେଇ ଯାତ୍ରା ଅଶୋକା ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଭଳି ଜାତୀୟସ୍ତରର ଏକ ନାମୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୟନ ପ୍ରକ୍ରିୟାରେ ଥିବା ନିର୍ଦ୍ଦେଶକ ସନ୍ନ୍ୟାସୀ ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?