ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟାଭିଡ଼ିଲା କନ୍ଧମାଳ ପୋଲିସ: ବିଭିନ୍ନ ସ୍ଥାନରେ ଖୋଲିଲା ବିଏସଏଫ କ୍ୟାମ୍ପ

ଦାରିଙ୍ଗବାଡି, ୧୧/୧୦ (ଅରୁଣ ସାହୁ): ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛି କନ୍ଧମାଳ ପୋଲିସ। ଗତ କିଛି ଦିନ ହେଲା ମାଓବାଦୀ କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୁଣି ନିଜ ଉପସ୍ଥିତ ଜାହିର କରିଥିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହାକୁ ପ୍ରତିହତ କରିବା ପାଇଁ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ କଲିଙ୍ଗି ଠାରେ ୧୦୮ ବିଏସଏଫ ବାଟାଲିୟନର ନୂତନ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହାକୁ କନ୍ଧମାଳ ଏସପି ହରିଶ ବିଶି ନିଜେ ଉପସ୍ଥିତି ରହି ଜାତୀୟପତାକା ଉତ୍ତୋଳନ କରି ଉଦଘାଟନ କରିଛନ୍ତି। କ୍ୟାମ୍ପରେ ବିଏସଏଫ ଯବାନମାନେ ପହଞ୍ଚି ନିଜ ଶିବିରରେ କୁଟୀର ପ୍ରସ୍ତୁତି କରିବା ସହ ତାର ବାଡ଼ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଜନସମ୍ପର୍କ ଶିବିରର ଆୟୋଜନ କରାଯିବା ସହ ମାଗଣା ଚିକିତ୍ସା, ଶୀତ ବସ୍ତ୍ର, ପୋଷାକ ପିଲାଙ୍କୁ ଖାତା, କଲମ ଆଦି ବଣ୍ଟନ କରାଯାଇଛି। ଏହି ବାଟାଲିୟନ ଏବେ ଉକ୍ତ ଅଞ୍ଚଳରେ ଜୋରଦାର କମ୍ବିଂ ଅପରେଶନ କରିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ବୋଲି କୁହାଯାଇଛି। ଏହି ଉଦଘାଟନୀ ଉତ୍ସବରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ, ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ଓ ଅନ୍ୟ କର୍ମଚାରି ଉପସ୍ଥିତ ରହି ପରିଚାଳନା କରିଥିଲେ। ଜିଲା ପୋଲିସ ଦାରିଙ୍ଗବାଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି କ୍ୟାମ୍ପ କରିବା ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା: ପ୍ରଶାସନର ପ୍ରଚେଷ୍ଟାକୁ ସର୍ବସାଧାରଣରେ ପ୍ରଶଂସା

ଥୁଆମୂଳ ରାମପୁର, ୧୯।୯ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏକ ମେଗା ସ୍ବାସ୍ଥ୍ୟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

ଆକାଶର ରାଜା ‘ଏୟାର ଫୋର୍ସ ୱାନ’ର ଯାତ୍ରା ଶେଷ, ୩୫ ବର୍ଷ ଧରି ଆମେରିକାର ରାଷ୍ଟ୍ରପତିଙ୍କ ସେବା କରିବା ପରେ ଅବସର ନେଲା ‘SAM 29000’

ଓ୍ବାଶିଂଟନ,୧୯।୬: ‘ଏୟାର ଫୋର୍ସ ୱାନ’ର ଇତିହାସରେ ଏକ ଚମତ୍କାର ଯୁଗ, ବିଶ୍ୱର ସବୁଠାରୁ ସୁରକ୍ଷିତ, ସବୁଠାରୁ ଅଭେଦ୍ୟ ଏବଂ ଶକ୍ତିଶାଳୀ ବିମାନର ଯାତ୍ରା ଶେଷ ହୋଇଛି। ତିନି…

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri