Posted inଫୁରସତ

କନକ ଦୁର୍ଗା ମନ୍ଦିର

ମା’ କନକ ଦୁର୍ଗାଙ୍କୁ ସମର୍ପିତ ଏହି ମନ୍ଦିରଟି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଅବସ୍ଥିତ। ପ୍ରାକୃତିକ ବୈଭବଭରା ଉକ୍ତ ମନ୍ଦିରଟିର ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାରେ ପୂଜା ପାଉଥିବା ମା’ କନକ ଦୁର୍ଗା ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ଦେଶବିଦେଶରୁ ଭକ୍ତଗଣ ମା’ଙ୍କୁ ନିଜର ଗୁହାରି ଜଣାଇବାକୁ ଏଠାକୁ ଧାଇଁ ଆସିଥାନ୍ତି…

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ରହିଛି, ଯାହାର ନାଁ ହେଉଛି କନକ ଦୁର୍ଗା ମନ୍ଦିର। ଏହି ମନ୍ଦିରରେ ମା’ ଦୁର୍ଗାଙ୍କର ଏକ ସ୍ବରୂପ ମାତା କନକ ଦୁର୍ଗାଙ୍କୁ ପୂଜା କରାଯାଇଥାଏ। କୃଷ୍ଣା ନଦୀର ଅବବାହିକାରେ ଥିବା ଇନ୍ଦ୍ରକିଲାଦ୍ରୀ ନାମକ ଏକ ପାହାଡ଼ ଉପରେ ଏହି ମନ୍ଦିରଟିକୁ ନିର୍ମାଣ କରାଯାଇଛି, ତେଣୁ ଏଠାକାର ପ୍ରାକୃତିକ ପରିବେଶ ଲାଗିଥାଏ ବେଶ୍‌ ଆକର୍ଷକ। ତା’ଛଡ଼ା ଏଠାରେ ପୂଜା ପାଉଥିବା ମାତା କନକ ଦୁର୍ଗା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ମା’ଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେବାକୁ ତଥା ନିଜର ମନୋସ୍କାମନା ପୂରଣ କରିବାକୁ ଏଠାରେ ବର୍ଷସାରା ଭକ୍ତଗଣଙ୍କର ଗହଳି ଦେଖିବାକୁ ମିଳିଥାଏ।

ମନ୍ଦିରକୁ ନେଇ ପୌରାଣିକ କଥା
ମା’ଙ୍କର ଏହି ମନ୍ଦିରଟି ଖୁବ୍‌ ପ୍ରାଚୀନ। ମାନ୍ୟତା ରହିଛି ଯେ, ଏଠାରେ ପୂଜା ପାଉଥିବା ମାତା କନକ ଦୁର୍ଗାଙ୍କର ପ୍ରତୀମା ହେଉଛି ସ୍ବୟମ୍ଭୁ। ପୌରାଣିକ କଥା ଅନୁଯାୟୀ, ଦୁଷ୍ଟ ଶକ୍ତିକୁ ବିନାଶି ସଂସାରରେ ଶାନ୍ତି ବଜାୟ ରଖିବା ପାଇଁ ମା’ ଏଠାରେ ଆର୍ବିଭୂତା ହୋଇଥିଲେ। ସେଥିପାଇଁ ମାତା କନକ ଦୁର୍ଗା ଜଣେ ପ୍ରତ୍ୟକ୍ଷ ଠାକୁରାଣୀ। ଭକ୍ତଟିଏ ନିଷ୍ଠାର ସହ ମା’ଙ୍କୁ ଆସି ଏଠାରେ ପୂଜିଲେ କୁଆଡ଼େ ତା’ର ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ତା’ଛଡ଼ା ଏଠାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଇନ୍ଦ୍ରଦେବତା ପ୍ରାୟତଃ ଆସୁଥିବାରୁ ତାଙ୍କରି ନାମାନୁସାରେ ଏହି ପାହାଡଟିର ନାମ ଇନ୍ଦ୍ରକିଲାଦ୍ରୀ ରଖାଯାଇଛି ବୋଲି ମାନ୍ୟତା ଅଛି।

ମନ୍ଦିରର ଗଠନଶୈଳୀ
ମାତା କନକ ଦୁର୍ଗାଙ୍କର ଏହି ମନ୍ଦିରଟି ପାହାଡ ଉପରେ ରହିଥିବାରୁ ଏଠାକାର ପ୍ରାକୃତିକ ପରିବେଶ ବେଶ୍‌ ମନୋରମ ହୋଇଥାଏ। ଏଠାରେ କେବଳ ମା’ଙ୍କୁ ପୂଜା କରାଯାଇଥାଏ ତାହା ନୁହେଁ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ଏଠି ସ୍ବତନ୍ତ୍ର ମନ୍ଦିରର ବ୍ୟବସ୍ଥା ରହିଛି। ତା’ଛଡ଼ା ସବୁଠାରୁ ବଡ଼ ଆକର୍ଷଣ ହେଉଛି ମାତାଙ୍କର ଏହି ମନ୍ଦିରର ଚୁଡ଼ା, ଯାହାକି ଦୂରରୁ ସୁନା ପରି ଚକ୍‌ଚକ୍‌ କରୁଥିବାର ଦେଖାଯାଏ। ଶୁଣିବାକୁ ମିଳେ ଯେ, ଏହି ମନ୍ଦିରକୁ କୁଆଡ଼େ ଭକ୍ତମାନେ ଅନେକ ଟଙ୍କା, ପଇସା, ସୁନାଗହଣା ଆଦି ଦାନ କରିଥାନ୍ତି।

ଦୁଃସାହସିକ ପର୍ଯ୍ୟଟନର ମଜା
ଦୁଃସାହସିକ କ୍ରୀଡ଼ା ପାଇଁ ଏଠାରେ ଅନେକ ସୁବିଧା ରହିଛି। ଖାସ୍‌ କରି ଏହି ମନ୍ଦିରଟି ପାହାଡ ଉପରେ ରହିଥିବାରୁ ଏଠାରେ ଟ୍ରେକିଂ, ହାଇକିଂ ଆଦି ସୁବିଧାରେ କରି ହୋଇଥାଏ। ହେଲେ ବର୍ଷାଦିନେ ଏହି କ୍ରୀଡ଼ା ପାଇଁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଖାସ୍‌ କରି ଦଶହରା ସମୟରେ ଏଠାକୁ ଗଲେ ମନ୍ଦିରର ତଥା ମା’ଙ୍କର ଅପୂର୍ବ ସାଜସୃଙ୍ଗାର ଦେଖିବାର ସୂଯୋଗ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଏଠାକୁ ବସ୍‌ ହେଉ ଅବା ଟ୍ରେନ୍‌ କିମ୍ବା ବିମାନ ଯୋଗେ ଆରାମରେ ଯାଇ ମା’ଙ୍କ ମନ୍ଦିର ନିକଟରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri