କଙ୍ଗନାଙ୍କ ଖୁଲାସା: ମହେଶଙ୍କ ଅସଲି ନାଁ ଅସ୍‌ଲାମ

ମୁମ୍ବାଇ, ୪ା୯:ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୁରୁଣା ଭିଡିଓ ଶେୟାର କରି କଙ୍ଗନା କହିଛନ୍ତି, ମହେଶ ଭଟ୍ଟଙ୍କ ଅସଲି ନା ହେଉଛି ଅସ୍‌ଲାମ। ଏପରି ସୁନ୍ଦର ନାଁକୁ ସେ କାହିଁକି ଲୁଚାଇ ରଖିଛନ୍ତି। ସେ ତାଙ୍କ ପ୍ରକୃତ ନାଁରେ ପରିଚିତ ହେବା କଥା କୌଣସି ଧର୍ମର ପ୍ରତିନିଧିତ୍ୱ କରିବା କଥା ନୁହେଁ। ମହେଶ ଭଟ୍ଟ ସୋନି ରାଜଦାନ୍‌ଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ ବୋଲି କଙ୍ଗନା କହିଛନ୍ତି। ମହେଶ ଦାୟିତ୍ୱହୀନ ଭାବେ ଲୋକଙ୍କୁ ହିଂସା ପାଇଁ ଉସୁକାଉଛନ୍ତି ବୋଲି ତାଙ୍କର ଏକ ପୁରୁଣା ଭିଡିଓ ଜାରି କରି କଙ୍ଗନା ଅଭିଯୋଗ ଆଣିଛନ୍ତି। କଙ୍ଗନା ୨୦୦୬ରେ ମହେଶ ଭଟ୍ଟଙ୍କ ‘ଗ୍ୟାଙ୍ଗଷ୍ଟର’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ‘ଧୋକା’ ପାଇଁ କଙ୍ଗନା ମନା କରିବାରୁ ମହେଶ ତାଙ୍କୁ ମାର୍‌ପିଟ ବୋଲି ୨୦୨୦ରେ ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଥିଲେ। ଏଥିସହ ମହେଶଙ୍କୁ କଙ୍ଗନା ମୁଭି ମାଫିଆ ବୋଲି ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ...

ପ୍ରଥମେ ସୈଫ, ତା’ପରେ ଶାହରୁଖ

ଥରେ ମନେପକାନ୍ତୁ ନା, ଶାହରୁଖ-କାଜୋଲ ଅଭିନୀତ ତଥା ୧୯୯୫ରେ ରିଲିଜ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦିଲ୍‌ଓ୍ବାଲେ ଦୁଲହନିୟଁ। ଲେ ଜାୟେଙ୍ଗେ’କୁ। ଏହି ଫିଲ୍ମଟି ସୁପରଡୁପର ହିଟ୍‌...

‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ...

ରିଲିଜ୍‌ ପୂର୍ବରୁ ରେକର୍ଡ କଲା ‘ପଠାନ’

ଚାରି ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରୁଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।...

ମା’ଙ୍କ ଆଖିର ତାରା ଥିଲେ ସିଦ୍ଧାର୍ଥ; ଏବେ ମୃତ୍ୟୁ ଖବର…

ବମ୍ବେ: ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ୍‌ ତଥା ବିଗ୍‌ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆରୁ...

ଷ୍ଟେଜ୍‌ରେ ସୁନ୍ଦରୀ ମୁକୁଟକୁ ନେଇ ଟଣାଓଟରା: ଆହତ ହେଲେ ମିସେସ୍‌ ଶ୍ରୀଲଙ୍କା, ମିସେସ୍‌ ଓ୍ବାଲର୍‌ଡ ଗିରଫ

ଶ୍ରୀଲଙ୍କାରେ ନିକଟରେ ଅନୁଷ୍ଠିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗୀତା ସମୟରେ ବିଜେତାଙ୍କୁ ନେଇ ହୋଇଥିବା ବିବାଦ କାରଣରୁ କଲମ୍ବୋ ପୋଲିସ ମିସେସ ଓ୍ବାଲର୍‌ଡଙ୍କୁ ଗିରଫ କରିଛି। ମିସେସ...

କିଛି ଟେନ୍‌ସନ୍‌ ଲାଗିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା...

ବେବି ରୁମ୍‌ର ପ୍ରଥମ ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ୍‌ ଆଜିକାଲି ମାତାପିତା ହେବାର ସୌଭାଗ୍ୟକୁ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ସରୋଗେସି ମାଧ୍ୟମରେ...

Advertisement
Archives

Model This Week