କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ଗିରଫ, ପନ୍ନୁଙ୍କ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ/ଓଟାଓ୍ବା,୧୦।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ମନ୍ଦିରରେ ବିଶୃଙ୍ଖଳା ମାମଲାରେ କାନାଡା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଶନିବାର ଏକ ବିଜ୍ଞପ୍ତିରେ ପିଲ ଆଞ୍ଚଳିକ ପୋଲିସ (ପିଆରପି) ଘୋଷଣା କରିଛି ଯେ ବ୍ରମ୍ପଟନର ୩୫ ବର୍ଷିୟ ଇନ୍ଦ୍ରଜିତ ଗୋସାଲଙ୍କୁ ଶୁକ୍ରବାର ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଛି।
ପ୍ରକାଶ ଥାଉକି, କିଛି ସର୍ତ୍ତ ଅନୁଯାୟୀ ତାଙ୍କୁ ମୁକ୍ତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ବ୍ରମ୍ପଟନର ଅନଟାରିଓ କୋର୍ଟରେ ହାଜର ହେବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୮ରେ ହିନ୍ଦୁ ସଭା ମନ୍ଦିରରେ ପ୍ରଦର୍ଶନ ପରେ ଗୋସାଲଙ୍କୁ ଗିରଫ କରାଯାଇଥିଲା, ଯେଉଁଠାରେ ଖାଲିସ୍ତାନୀ ଉଗ୍ରବାଦୀମାନେ ହିନ୍ଦୁ-କାନାଡିୟ ଭକ୍ତଙ୍କ ଉପରେ ଆକ୍ରମଣ କରିଥିଲେ।
ଗୋର ରୋଡରେ ଅନୁଷ୍ଠିତ ଏହି ପ୍ରଦର୍ଶନ ଶାରୀରିକ ହିଂସାରେ ପରିବର୍ତ୍ତନ ହୋଇଥିଲା ଏବଂ ଲୋକମାନେ ପତାକା ଓ ବାଡିକୁ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ପୋଲିସ ଅନେକ ଅପରାଧର ତଦନ୍ତ ଆରମ୍ଭ କରିଥିଲା, ଏହି ଦୃଶ୍ୟ ଅନେକ ଭିଡିଓରେ କଏଦ ହୋଇଥିଲା ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଫୁଟେଜ ଯାଞ୍ଚ ଜାରି ରଖିଛି।
ଗୋସାଲ ଶିଖ ଫର ଜଷ୍ଟିସ (SFJ) ଜେନେରାଲ କାଉନ୍ସିଲ ଗୁରୁପତୱନ୍ତ ପନ୍ନୁଙ୍କ ଲେଫ୍ଟନାଣ୍ଟ ବୋଲି କୁହାଯାଉଛି। ଗତ ବର୍ଷ ଜୁନ ୧୮ରେ ତାଙ୍କୁ ହତ୍ୟା କରାଯିବା ପରେ ସେ ହାର୍ଦ୍ଦିକ ସିଂ ନିଜାରଙ୍କୁ ଜନମତ ସଂଗ୍ରହର ମୁଖ୍ୟ ସଂଗଠକ ଭାବ ତାଙ୍କ ସ୍ଥାନ ନେଇଥିଲେ। ନିଜ୍ଜାର ହତ୍ୟା ପରେ ସେ ରେଫର଼୍ୟାଣ୍ଡମ ସହ ଜଡିତ କାର୍ଯ୍ୟ ଦେଖୁଥିଲେ।
ନଭେମ୍ବର ୩ ଏବଂ ୪ ଘଟଣାର ତଦନ୍ତ ଜାରି ରଖିବା ପାଇଁ ପୋଲିସ ଏକ ରଣନୈତିକ ଅନୁସନ୍ଧାନ ଦଳ ଗଠନ କରିଛି। ସେ କହିଛନ୍ତି ଯେ ଏହି ଅନୁସନ୍ଧାନ ପାଇଁ ସମୟ ଲାଗିଥାଏ ଏବଂ ବ୍ୟକ୍ତି ଚିହ୍ନଟ ହେବା ମାତ୍ରେ ଗିରଫ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri