ରାଉରକେଲାରେ କଲ୍ୟାଣ ଜୁଏଲର୍ସ

ଭୁବନେଶ୍ୱର,୧୮।୪: କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ମଙ୍ଗଳବାର ଷ୍ଟିଲ୍‌ ସିଟି ରାଉଲକେଲାଠାରେ ଖୋଲିବାକୁ ଯାଉଛି। ବିଶେଷ କରି ରାଉରକେଲା ସହରରେ ବ୍ରାଣ୍ଡ୍‌ର ଏହା ପ୍ରଥମ ଷ୍ଟୋର ହୋଇଥିବା ବେଳେ ଓଡ଼ିଶା ବଜାରରେ ୩ୟ ଶୋ’ରୁମ୍‌ ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କଲ୍ୟାଣ ଜୁଏଲର୍ସର ରାଉରକେଲା ଷ୍ଟୋରକୁ ବଲିଉଡ୍‌ ଅଭିନେତା ରଣବୀର କପୁର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ରାଉରକେଲା ପାନପୋଷ ରୋଡ୍‌ର ନେକ୍ସା ବିଲ୍ଡିଂ ପରିସରରେ କଲ୍ୟାଣ ଜୁଏଲର୍ସର ନୂତନ ଷ୍ଟୋର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବାକୁ ଯାଉଛି। ଏଠାରେ ଗ୍ରାହକ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍‌ ଲିଲା-ହୀରା ଓ ସେମି-ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା, ତେଜସ୍ବୀ- ପୋଲକି ଗହଣା, ମୁନ୍ଧ୍ରା-ହାତତିଆରି ଆଣ୍ଟିକ୍‌ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ-ସୋଲିଟାୟାର୍‌ ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ବତନ୍ତ୍ର ଅବସର ପାଇଁ ହୀରା,ମହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା ଆଦି ଉପଲବ୍ଧ। ଏପରିକି ଉଦ୍‌ଘାଟନୀ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଗ୍ରାହକମାନଙ୍କୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଂ ଉପରେ ୦% ଗଢ଼ା ମୂଲ୍ୟର ପ୍ରସାର କରାଯିବ। ଏହି ଅଫର୍‌ ସୀମିତ ସମୟ ପାଇଁ ଉପଲବ୍ଧ ରହିବ।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ଓଡ଼ିଶା ବଜାରରେ ଆମେ ୮ ବର୍ଷ ପୂରଣ କରିଥିବା ବେଳେ ବର୍ତ୍ତମାନ ଆମେ ରାଜ୍ୟର ପ୍ରମୁଖ ସହର ରାଉରକେଲାଠାରେ ମଧ୍ୟ ଏକ ନୂତନ ଷ୍ଟୋର ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରି ବେଶ୍‌ ଆନନ୍ଦିତ। ବିଶେଷକରି କଲ୍ୟାଣ ଜୁଏଲର୍ସ ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଆମର ନୂତନ ନିବେଶ ବ୍ରାଣ୍ଡ୍‌ର ଉପସ୍ଥିତିକୁ ଆହୁରି ବଢ଼ାଇବା ପାଇଁ ରହିଥିବା ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏପରିକି ଆମର ବିଶ୍ୱାସ ରହିଛି ରାଉରକେଲା ଠାରେ ମଧ୍ୟ ଗ୍ରାହକଙ୍କ ବିଶ୍ୱାସଭାଜନ ହାସଲ କରିବା ଲାଗି ବ୍ୟାପକ ସୁଯୋଗ ରହିଛି। ଉକ୍ତ ଅଞ୍ଚଳରେ ଆମ ଦୃଢ଼ ମୂଳଦୁଆ ଅନୁସାରେ ସାମଗ୍ରିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ।
ସେହିଭଳି କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ। ଆମର ଗ୍ରାହକମାନେ ବ୍ରାଣ୍ଡ୍‌ର ୪ ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ମଧ୍ୟ ପାଇବେ। ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉପତ୍ାଦ ବିବରଣୀ ଏବଂ ଏକ୍ସଚେଞ୍ଜ ଓ ବାଏ ବ୍ୟାକ୍‌ ନୀତିରେ ସ୍ବଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri