Categories: ଖେଳ

କାଲିସ ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା

ଲଣ୍ଡନ, ୨୧ା୧୨ (ପି.ଟି.)-ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ମାସରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ ଜ୍ୟାକ୍ସ କାଲିସଙ୍କୁ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଦଳ ଜାନୁୟାରୀ ୨ରେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କହିଛି। ଦଳ ସହ ୭ଜଣ କୋଚ୍‌ ଯିବେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ୪୫ ବର୍ଷୀୟ କାଲିସ ଗତବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପ୍ରିଟୋରିଆ ଦଳର ବ୍ୟାଟିଂ କୋଚ୍‌ ଥିଲେ। କାଲିସ ଦକ୍ଷିଣ ଆଫ୍ରିକା ତରଫରୁ ୧୬୬ ଟେଷ୍ଟରେ ୫୫.୩୭ ଆଭରେଜରେ ୧୩,୨୯୮ ରନ କରିଛନ୍ତି। ଏହା ବ୍ୟତୀତ ସେ ୨୯୨ ଉଇକେଟ ଅକ୍ତିଆର କରିଛନ୍ତି। ଶ୍ରୀଲଙ୍କାରେ ମୁଖ୍ୟ କୋଚ୍‌ ଖ୍ରୀସ୍‌ ସିଲ୍‌ଭରଉଡ୍‌ଙ୍କ ସହକାରୀ ଭାବେ କାର୍ଯ୍ୟ କରିବେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ପଲ୍‌ କିଙ୍ଗଉଡ୍‌। ସେହିପରି ଜନ୍‌ ଲିଓ୍ବିସ ଦଳର ବୋଲିଂ କୋଚ୍‌ ଭାବେ ନିଯୁକ୍ତି ପାଇଥିବାବେଳେ ଜିତନ ପଟେଲ ସ୍ପିନ ପରାମର୍ଶଦାତା ଏବଂ କାର୍ଲ ହପ୍‌କିନ୍‌ସନ ଫିଲ୍ଡିଂ କୋଚ୍‌ ଦାୟିତ୍ୱ ତୁଲାଇବେ। ଜେମ୍ସ ଫୋଷ୍ଟର ଉଇକେଟକିପର କୋଚିଂ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଉଭୟ ଟେଷ୍ଟ ମ୍ୟାଚ୍‌ ଗାଲେରେ ଜାନୁୟାରୀ ୧୪ରୁ ୧୮ ଏବଂ ଜାନୁୟାରୀ ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ।

Share