କଳିଙ୍ଗନଗର ଶିଳ୍ପାଞ୍ଚଳ: ଲାଭ ପଛରେ ଶିଳ୍ପସଂସ୍ଥା, ସ୍ଥାନୀୟ ନିଯୁକ୍ତି ଗୌଣ

ଯାଜପୁର ଅଫିସ,୯।୧୦: ସ୍ଥାନୀୟ ନିଯୁକ୍ତି ଆଶାରେ ଯାଜପୁର ଜିଲାର କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। ଏପରି କି ଶିଳ୍ପାୟନ ଦ୍ୱାରା ପରିବେଶ ପ୍ରଦୂଷଣ ସମେତ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ସହିଗଲେ। ଅନ୍ୟପକ୍ଷରେ ଶିଳ୍ପସଂସ୍ଥାଗୁଡ଼ିକ ବିକାଶର ସ୍ବପ୍ନ ଦେଖାଇ ଖଣି, ପାଣି, ଜମି ହାତେଇ ତାହାର ଭରପୂର ବ୍ୟବହାରର ସୁଯୋଗ ପାଇଲେ। କିନ୍ତୁ ଶିଳ୍ପସଂସ୍ଥାଗୁଡ଼ିକ ନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ସେମାନଙ୍କ ପ୍ରତିଶ୍ରୁତିକୁ ଭୁଲିଯାଇ କେବଳ ନିଜ ଲାଭକୁ ବହୁଗୁଣ କରିବାରେ ବ୍ୟସ୍ତ। ସେମାନଙ୍କ ଏଭଳି ମନୋଭାବ ଆଗରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଗୌଣ ହୋଇଯାଇଛି। ଗତ ପ୍ରାୟ ୧ ବର୍ଷ ହେଲା ଏଠାକାର ୨ ବୃହତ୍‌ ଶିଳ୍ପ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହପିରି ୬ ନୂତନ କାରଖାନା ପ୍ରତିଷ୍ଠା କରାଯାଇଛି। ହେଲେ ୧୬ ଶିଳ୍ପ କାରଖାନାରେ ଗତ ୫ ବର୍ଷ ମଧ୍ୟରେ ୨୩,୯୩୦ ଜଣ ଠିକା ଶ୍ରମିକ ଓ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇଛନ୍ତି।
ଗତ ୫ ବର୍ଷର ରେକର୍ଡ ଦେଖିଲେ ଏହି ଅଞ୍ଚଳର ଶିଳ୍ପରେ ନିୟମିତ କର୍ମଚାରୀଙ୍କ ସଂଖ୍ୟାରେ ୭୪୩ ବୃଦ୍ଧି ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୦% ବରିଷ୍ଠ ନିର୍ବାହୀ ଅଧିକାରୀ ଏବଂ ୩୮% ସୁପରଭାଇଜରି କର୍ମଚାରୀ ହେଉଛନ୍ତି ଓଡ଼ିଶାର। ବାକି ରାଜ୍ୟ ବାହାରର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଅନ୍ୟପକ୍ଷରେ ନୂତନ ଭାବେ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇ୍‌ଏନ୍‌ଏଲ୍‌) ସମେତ ମେସ୍କୋ ଓ ମୈଥାନ କାରଖାନା ବନ୍ଦ ପଡ଼ିଛି। ଫଳରେ ନିୟମିତ ଓ ଠିକା ଶ୍ରମିକ ସଂଖ୍ୟା ପୁଣି ହ୍ରାସ ପାଇବା ଆଶଙ୍କା ଦୃଢ଼ୀଭୂତ ହୋଇଛି। ଏଥିଯୋଗୁ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ ଯାଜପୁର ଜିଲାରେ ପ୍ରାୟ ୬୦ ହଜାର ଯୁବତୀଯୁବକ ବେକାର ହୋଇ ବସିଛନ୍ତି। ହେଲେ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ଲୋକ ଏଠାରେ ନିଯୁକ୍ତି ପାଇ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ବୋଲି କ୍ଷୋଭ ପ୍ରକାଶ ପାଇଛି।
କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ଜୁଲାଇ ସୁଦ୍ଧା ଟାଟା ଷ୍ଟିଲରେ ସର୍ବାଧିକ ୨୪,୨୯୧ ଜଣ ଏବଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ୧୫୧୦ ଠିକା ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏହି ୨ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ହେଁ, ଠିକା କର୍ମଚାରୀ ହ୍ରାସ ଯୋଗୁ ଜିଲାର ବେକାର ଯୁବକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ନିୟମିତ କର୍ମଚାରୀ ନିଯୁକ୍ତିରେ ଗତ ୫ ବର୍ଷ ମଧ୍ୟରେ ଟାଟା ଷ୍ଟିଲରେ ୮୭୩ ଏବଂ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କାରଖାନାରେ ୧୦୫ ଜଣଙ୍କ ବୃଦ୍ଧି ଘଟିଛି। କିନ୍ତୁ ଏହି ସଂଖ୍ୟାରେ ସ୍ଥାନୀୟ ନିଯୁକ୍ତି ଗୌଣ ହୋଇଯାଇଛି।
ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସ୍ଥାୟୀ ନିଯୁକ୍ତି ପାଇ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପରାହତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଗତ ୫ ବର୍ଷ ମଧ୍ୟରେ ଏ ଦିଗରେ କୌଣସି ସକାରାମତ୍କ ପଦକ୍ଷେପ ନେଇ ପାରିନାହାନ୍ତି ା ଫଳରେ ଯେଉଁ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଛନ୍ତି, ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଉଛି। ସମ୍ପ୍ରସାରଣ ସମୟରେ ମଧ୍ୟ ସ୍ଥାନୀୟ ନିଯୁକ୍ତି ସଂଖ୍ୟା କିପରି ବୃଦ୍ଧି ଘଟିବ ସେ ନେଇ ପ୍ରଶାସନ ପକ୍ଷରୁ ତାଗିଦ କରାଯାଉଛି। ଆଗାମୀ ଦିନରେ ନିଯୁକ୍ତିକୁ ନେଇ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?