ଆଜିଠୁ କଳିଙ୍ଗ ସୁପର କପ୍‌

ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାଗନେଉଥିବା ୧୫ଟି ଦଳ ଟ୍ରଫି ଓ ଆଗାମୀ ସିଜନର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ୨ରେ ଉପଲବ୍ଧ ଥିବା ଏକମାତ୍ର ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ। ଘରୋଇ ଦଳ ଓଡ଼ିଶା ଏଫ୍‌ସି ଗତବର୍ଷ ଫାଇନାଲରେ ଇଷ୍ଟ ବେଙ୍ଗଲ ଏଫ୍‌ସିଠାରୁ ୩-୨ ଗୋଲରେ ପରାସ୍ତ ହୋଇ ରନରଅପ ରହିଥିଲା। ଗତ ସଂସ୍କରଣରେ ଏହି ଟ୍ରଫି ସହ ଜାତୀୟ ଟାଇଟଲ ଲାଗି ଇଷ୍ଟ ବେଙ୍ଗଲର ୧୨ ବର୍ଷର ଅପେକ୍ଷା ଶେଷ ହୋଇଥିଲା। ଏଥର ଦଳ ତା’ର ଟାଇଟଲକୁ ସମାନ ଭେନ୍ୟୁରେ ଡିଫେଣ୍ଡ କରିବାକୁ ଲକ୍ଷ୍ୟ ରଖିଛି। ବେଙ୍ଗଲ ୨୦୦୯-୧୦ ଓ ୨୦୧୦ରେ ଲଗାତର ଫେଡେରେଶନ କପ୍‌ ଜିତିଥିବାବେଳେ କେରଳ ବ୍ଲାଷ୍ଟର୍ସ ଜାତୀୟସ୍ତରରେ ତା’ର ପ୍ରଥମ ଟ୍ରଫି ଅପେକ୍ଷାରେ ରହିଛି। ଉଭୟ ଦଳ ଇଣ୍ଡିଆନ ସୁପର ଲିଗ୍‌ରେ ଆଶାନୁଯାୟୀ ପ୍ରଦର୍ଶନ କରି ନ ପାରି ପଏଣ୍ଟ ଟେବୁଲରେ ଯଥାକ୍ରମେ ନବମ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ମ୍ୟାଚ୍‌ର ବିଜେତା ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ଭେଟିବ। ଆଇ-ଲିଗ୍‌ କ୍ଲବ ଚର୍ଚ୍ଚିଲ ବ୍ରଦର୍ସ ଟୁର୍ନାମେଣ୍ଟରୁ ଓହରିଯିବାରୁ ମୋହନ ବାଗାନ ବାଇ ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ ଖେଳାଯିବ। ଏପ୍ରିଲ ୨୧ ତାରିଖରେ ୨୦୧୯ ସଂସ୍କରଣର ଚାମ୍ପିୟନ ଏଫ୍‌ସି ଗୋଆ ଓ ଗୋକୁଳମ କେରଳ ଏଫ୍‌ସି ପରସ୍ପରକୁ ଭେଟିବେ। ଗତ ଦୁଇ ସଂସ୍କରଣରେ ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିପାରି ନ ଥିବା ଗୋଆ ଏଥର ଟ୍ରଫି ସହ ୨୦୨୧ ପରେ ଦ୍ୱିତୀୟଥର ପାଇଁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ରେ ଖେଳିବା ଲକ୍ଷ୍ୟରେ ରହିଛି। ସେହିଭଳି ଗୋକୁଳମ କେରଳ ୨୦୨୨ ପରେ ଏଏଫ୍‌ସି କପ୍‌ରେ ଖେଳିବା ଉଦ୍ଦ୍ୟେଶ ରଖିଛି। କିନ୍ତୁ ଏହି ଦଳ କଦାପି କଳିଙ୍ଗ ସୁପର କପ୍‌ରେ ରାଉଣ୍ଡ ଅଫ୍‌-୧୬ ଅତିକ୍ରମ କରିପାରିନାହିଁ। ଗତ ଦୁଇ ସଂସ୍କରଣରେ ଗୋକୁଳମ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ୍‌ ନ ଜିତି ଅଭିଯାନ ଶେଷ କରିଥିଲା। ସୋମବାର ପଞ୍ଜାବ ଏଫ୍‌ସିକୁ ଆୟୋଜକ ଘରୋଇ ଫେଭରାଇଟ ଓଡ଼ିଶା ଏଫ୍‌ସି ଭେଟିବ। ୨୦୨୩ ସଂସ୍କରଣର ଚାମ୍ପିୟନ ଓ ୨୦୨୪ ସଂସ୍କରଣର ରନରଅପ୍‌ ଓଡ଼ିଶା ଏଫ୍‌ସି ଲାଗି ଏହା ଫେଭରାଇଟ ଟୁର୍ନାମେଣ୍ଟ। ୨୦୨୩ରେ ପଦାର୍ପଣ କରିଥିବା ପଞ୍ଜାବ ଏଫ୍‌ସି ଏପର୍ଯ୍ୟନ୍ତ କଦାପି ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିପାରିନାହିଁ। ଏଫ୍‌ସି ଓ ଇଣ୍ଟର କାଶି ଆସନ୍ତା ୨୩ ତାରିଖରେ ପରସ୍ପରକୁ ଭେଟିବେ। ଏହି ଦୁଇ ଦଳ ଗତ ଦୁଇ ସଂସ୍କରଣରେ ତୃତୀୟଥର ପାଇଁ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଆଇଏସ୍‌ଏଲ୍‌ ଫାଇନାଲରେ ପରାଜିତ ହୋଇଥିବା ବେଙ୍ଗାଲୁରୁ ଏଫ୍‌ସି ଟୁର୍ନାମେଣ୍ଟକୁ ଦ୍ୱିତୀୟଥର ଜିତିବା ଲକ୍ଷ୍ୟରେ ରହିଛି। ଦଳ ଉଦ୍‌ଘାଟନୀ ୨୦୧୮ ସଂସ୍କରଣରେ ଚାମ୍ପିୟନ ହୋଇଥିଲା।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?