୨୫ ଦିନ ହେଲା କଳିଙ୍ଗା ଘାଟି ରାସ୍ତା ବନ୍ଦ: ଦୁର୍ଦ୍ଦିନରେ ବ୍ୟବସାୟୀ

ଜି.ଉଦୟଗିରି,୧୦ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ୧୫୭ ନଂ. ଜାତୀୟ ରାଜପଥ କଳିଙ୍ଗା ଘାଟିରେ ସେପ୍ଟେମ୍ବର ୧୬ରେ ଭୂସ୍ଖଳନ ହୋଇଥିଲା। ଫଳରେ ୨୫ ଦିନ ହେବ ରାଞ୍ଚି-ବିଜୟୱାଡା କରିଡର ବନ୍ଦ ରହିଛି। ଏହାକୁ ନେଇ କନ୍ଧମାଳ ଜିଲାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୂସ୍ଖଳନ ପରଦିନ ଠାରୁ ଅସ୍ଥାୟୀ ରାସ୍ତା ତିଆରି ଚାଲିଛି କିନ୍ତୁ ପ୍ରତିଦିନ ବର୍ଷା ଯୋଗୁ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ବର୍ଷା ହେଲେ ଶ୍ରମିକମାନେ ଭୟଭୀତ ହୋଇ କାମ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଅସ୍ଥାୟୀ ରାସ୍ତା ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ୮ ରୁ ୧୦ ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍‌ ଢ଼ଳେଇ ହୋଇଛି। ଗୋଟିଏ ଦିନ ପରେ ଆଉ ଏକ ପରସ୍ତ ୮ ରୁ ୧୦ ଇଞ୍ଚ ପର୍ଯ୍ୟନ୍ତ ଢ଼ଳେଇ ହେବ। ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାଶର୍‌ବରେ ଗାର୍ଡ ୱାଲ୍‌ ନିର୍ମାଣ କରାଯିବ। ଭୂସ୍ଖଳନ ସ୍ଥାନ ପାହାଡ଼ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ବଡ଼ ପଥର ଗୁଡ଼ିକୁ ବ୍ଲାଷ୍ଟଙ୍ଗ୍‌ କରିବା ଯୋଜନା ଆରମ୍ଭ ହୋଇଛି। ପାଗ ଭଲ ରହିଲେ ସମସ୍ତ ଯୋଜନା ସଫଳ ହୁଅନ୍ତା ବୋଲି ଏନ୍‌ଏଚ୍‌ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

ଆସନ୍ତା ୪ ଦିନ ପାଗ ଭଲ ରହିଲେ ସପ୍ତାହକ ମଧ୍ୟରେ ପ୍ରଥମେ କେବଳ ହାଲୁକା ଯାନ ଯାତାୟତ ପାଇଁ ରାସ୍ତା ଖୋଲିପାରେ। ୨୫ ଦିନ ହେଲାଣି କଳିଙ୍ଗା ଘାଟି ରାସ୍ତା ବନ୍ଦ ଥିବାରୁ ମୁଖ୍ୟତଃ ଦୁର୍ଗାପ୍ରସାଦ, ଜି.ଉଦୟଗିରି, କଳିଙ୍ଗା, ଟିକାବାଲି, ଫୁଲବାଣୀ, ରାଇକିଆ, ବାଲିଗୁଡ଼ା ତା ଛଡ଼ା କଳିଙ୍ଗା ଘାଟି ଦେଇ ଯାଉଥିବା ସମସ୍ତ ଜିଲା ତଥା ରାଜ୍ୟର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟତଃ ଆମ୍ବୁଲାନ୍ସ ସେବା ସମ୍ଭବ ହୋଇ ପାରୁନାହିଁ। ସମସ୍ତ ଯାତ୍ରୀବାହି, ମାଲବାହୀ ଗାଡ଼ିଗୁଡ଼ିକ ଅଧିକା ବାଟ ଦେଇ ଯାତାୟତ କରୁଥିବାରୁ ଅଧିକା ସମୟ ଓ ଅଧିକା ଭଡ଼ା ଦେବାକୁ ପଡ଼ୁଛି। ଜିଲାର ସମସ୍ତ ବଜାରରେ ବହୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ସାଧରଣ ଜନତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେଣୁ ପାଣିପାଗକୁ ଅନୁଧ୍ୟାନ କରି ଘାଟି ରାସ୍ତା ନିର୍ମାଣ କରାଗଲେ ସମ୍ପୂର୍ଣ୍ଣ କନ୍ଧମାଳ ଜିଲା ତଥା ରାଜ୍ୟର ଅନ୍ୟ ସମସ୍ତ ଜିଲା ଓ ଅନ୍ୟ ରାଜ୍ୟ ସହ ଯାତାୟତ ହେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri