କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ସବୁ ସହର

ଭୁବନେଶ୍ୱର,୧ା୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି ଗୋଟିଏ ହେଲେ ସହର ରହିନାହିଁ। ତେବେ ରାଉରକେଲାରେ ତାପମାତ୍ରା ୩୫ ଡିଗ୍ରୀ ଥିବାରୁ ଏହା ରାଜ୍ୟର ଉତ୍ତପ୍ତ ସହର ଭାବେ ଆଜି ପରିଗଣିତ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୬ ଡିଗ୍ରୀ ରହିଥିବାବେଳେ ବାଲେଶ୍ୱରରେ ତାପମାତ୍ରା ୩୧.୨ ଡିଗ୍ରୀ ରହିଛି।

Dharitri – Odisha’s No.1 Odia Daily

Share