ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି ଆମ୍ବତୋଟାକୁ ଆମ୍ବ ଖାଇବାକୁ। ହଠାତ୍‌ ପବନ ସୁ ସୁ ବହିବାକୁ ଆରମ୍ଭ କରେ। ଚାରିଆଡ଼ ଧୂଳି ଉଡ଼ାଇ ମାଡ଼ିଆସେ ଧୂମାଳ ଓ ପ୍ରଚଣ୍ଡ କଳାହାଣ୍ଡିଆ ମେଘ। ଚାହୁଁ ଚାହୁଁ ପାଗ ସମ୍ପୂର୍ଣ୍ଣ ବଦଳିଯାଏ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ସହିତ ପ୍ରବଳ ବର୍ଷା ବର୍ଷିବାକୁ ଲାଗେ। କୁଆପଥର ବି ପଡ଼ିଥାଏ। ପିଲାମାନେ ଭୟରେ ଆମ୍ବତୋଟାରୁ ଘରକୁ ଦୌଡ଼ିବାକୁ ଲାଗନ୍ତି। ଗଛ ଡାଳସବୁ ମଡ଼ମଡ଼ ହୋଇ ଭାଙ୍ଗି ପଡ଼େ। କିଛି ସମୟ ପରେ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିଯାଏ, ପବନ ବି ଥମିଯାଏ ଓ ପାଗ ପୁଣି ସାଧାରଣ ଅବସ୍ଥାକୁ ଫେରିଆସେ। ଏହା ହିଁ ଆମ ଗାଁ ଗହଳିରେ ଅଦିନିଆ ଝଡ଼, ଯାହା ସାଧାରଣତଃ ‘କାଳବୈଶାଖୀ’ ନାମରେ ପରିଚିତ। ପବନ ଛାଡ଼ିଯିବା ପରେ ଲୋକମାନେ ଆମ୍ବତୋଟାକୁ ଯାଇ ଝଡ଼ିପଡ଼ିଥିବା ଆମ୍ବ ତୋଳିବାର ଦୃଶ୍ୟର ସ୍ମତି ଏବେ ବି ଆମ ଗାଁ ଗହଳିରେ ଉଜ୍ଜୀବିତ।
କାଳବୈଶାଖୀର କାୟା : କାଳବୈଶାଖୀ ଏକ ସ୍ଥାନୀୟ ବାୟୁପ୍ରବାହ ଏବଂ ଏକ ଝଡ଼, ଯାହା ସାଧାରଣତଃ ଝରାଦିନେ କିଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଯଥା ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ତ୍ରିପୁରା, ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ପ୍ରବାହିତ ହୋଇଥାଏ। ଏହା ଆମ ଓଡ଼ିଶାରେ ସାଧାରଣତଃ ବୈଶାଖ ମାସରେ ପ୍ରବାହିତ ହେଉଥିବାରୁ ଏହାକୁ ‘କାଳବୈଶାଖୀ’ ବୋଲି କୁହାଯାଏ। ଏହିସବୁ ଅଞ୍ଚଳ ଏପ୍ରିଲ ମାସରୁ ଆରମ୍ଭ କରି ଜୁନ୍‌ ମାସର ପ୍ରାରମ୍ଭ ପର୍ଯ୍ୟନ୍ତ କାଳବୈଶାଖୀର କରାଳ ପରିଧି ମଧ୍ୟରେ ଥାଏ। ଏହା ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ଥିବା ଛୋଟନାଗପୁର ମାଳଭୂମି ଅଞ୍ଚଳରୁ ଉତ୍ପତ୍ତି ହୋଇଥାଏ, ଯାହା ସମୟକ୍ରମେ ଶକ୍ତିଶାଳୀ ହୋଇ ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମ ଦିଗରେ ଅଗ୍ରସର ହୋଇଥାଏ। ଝଡ଼ରେ ପବନର ବେଗ ସାଧାରଣତଃ ୫୦ ରୁ ୬୦ କି.ମି. ହୋଇଥିଲାବେଳେ ବେଳେବେଳେ ଏହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କି.ମି. ପର୍ଯ୍ୟନ୍ତ ଦୂରନ୍ତ ବେଗରେ ପ୍ରବାହିତ ହୋଇଥାଏ। ପ୍ରବଳ ବୃଷ୍ଟିପାତ ସହିତ କୁଆପଥର ବି ପଡ଼ିଥାଏ। ଏହା ମଧ୍ୟ ବାଂଲାଦେଶରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ।
କ୍ଷୟକ୍ଷତି ଓ ଉପକାର : କାଳବୈଶଖୀର ପ୍ରଭାବରେ ଧନଜୀବନର ଅନେକ କ୍ଷୟକ୍ଷତି ଘଟିଥାଏ। ପବନରେ ଗାଁ ଗହଳିର ପୁରୁଣା ଚାଳଘର ସବୁର ଛପର ଉଡ଼ିଯାଏ ତଥା ବାଡ଼ିବଗିଚାର ବୁଢ଼ା ଗଛ ସବୁ ଭାଙ୍ଗି ପଡ଼ନ୍ତି। ଏହି ସମୟର ଏକ ପ୍ରାକୃତିକ ବିତ୍ପାତ ହେଉଛି ବଜ୍ରପାତ। କାଳବୈଶାଖୀର ଅନ୍ତୁଡ଼ିଶାଳ କଳାହାଣ୍ଡିଆ ବାଦଲର ସ୍ବଳ୍ପ ଉଚ୍ଚତା ହେତୁ ଏଥିରୁ ବଜ୍ରପାତ ସୃଷ୍ଟି ହୋଇ ଭୂପୃଷ୍ଠରେ ପଡ଼ି ଧନଜୀବନ ହାନି ଘଟାଇବା ଏକ ସାଧାରଣ ଘଟଣା। ସୁତରାଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ କିମ୍ବା ଗଛ, ଘର ଭାଙ୍ଗି ପଡ଼ିବା ହେତୁ ଜୀବନହାନି ଘଟିବାର ଆଶଙ୍କା ରହିଥାଏ। ମାତ୍ର ଝଡ଼ର ଏପରି ପ୍ରଳୟଙ୍କରୀ ରୂପ ସତ୍ତ୍ୱେ ଏହା ପାଗ ଥଣ୍ଡା ରଖି ପରିବେଶର ତାପମାତ୍ରା ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହାଦ୍ୱାରା ଖରାଦିନର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ। କାଳବୈଶାଖୀର ବୃଷ୍ଟିପାତ ଧାନ, ଝୋଟ ଭଳି ଖରିଫ ଫସଲ ନିମନ୍ତେ ବେଶ୍‌ ଲାଭକାରୀ ପ୍ରମାଣିତ ହୋଇଥାଏ। ଅବଶ୍ୟ କୁଆପଥର ମାଡ଼ରେ କିଛି ଫସଲ ହାନି ମଧ୍ୟ ଘଟିଥାଏ। ଏହା ମଧ୍ୟ ଶୁଖିଲା ମାଟିକୁ ଆର୍ଦ୍ର ରଖେ ଯାହା କୃଷିକାର୍ଯ୍ୟରେ ସହାୟକ ହୋଇଥାଏ। ଆହୁରି ମଧ୍ୟ, ବାୟୁରେ ଉଡୁଥିବା ଧୂଳିକଣାସବୁ ବର୍ଷାରେ ତଳେ ପଡ଼ିଯିବାରୁ ଆକାଶ ନିର୍ମଳ ଓ ସ୍ବଚ୍ଛ ଦିଶିଥାଏ। ଝଡ଼ର ପବନରେ ବାୟୁରେ ଉଡୁଥିବା ଫସଲର ଅନିଷ୍ଟକାରୀ କୀଟପତଙ୍ଗ ସବୁ ମଧ୍ୟ ମରିଯାଇଥାନ୍ତି।
କିପରି ସୃଷ୍ଟି ହୁଏ : ଗ୍ରୀଷ୍ମଦିନର ପ୍ରଚଣ୍ଡ ତାପମାତ୍ରାରେ ଉତ୍ତର ଓ ମଧ୍ୟ ଭାରତର ବାୟୁ ଗରମ ହୋଇ କ୍ରମାଗତ ଉପରକୁ ଉଠୁଥାଏ। ବିଶେଷକରି, ପାହାଡ଼ିଆ ମାଳଭୂମି ଅଞ୍ଚଳ ଅତ୍ୟଧିକ ଉତ୍ତପ୍ତ ହୋଇଥିବାରୁ ସେଠାରେ ଏହି ପ୍ରଭାବ ତୀବ୍ରତର ହୋଇଥାଏ। ଫଳରେ ସେଠାକାର କିଛି କିଛି ସ୍ଥାନରେ ବାୟୁସ୍ତରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୁଏ। ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଚତୁର୍ଦ୍ଦିଗରୁ ପବନ ଲଘୁଚାପର କେନ୍ଦ୍ର ଆଡ଼କୁ ପ୍ରବାହିତ ହୁଏ, ଯାହା ଘୂରିଘୂରି ଏକ ଖଣ୍ଡିଆଭୂତର ଭଉଁରିର ରୂପ ନିଏ। ନିମ୍ନସ୍ତରର ଉଷ୍ମ ଆର୍ଦ୍ର ଜଳୀୟବାଷ୍ପ ଭରା ବାୟୁ ଏହି ଭଉଁରିରେ ଘୂରି ଘୂରି ଉପରକୁ ଉଠିବା ଦ୍ୱାରା ନିମ୍ନ ବାୟୁସ୍ତରରେ ଏକ ଊର୍ଦ୍ଧ୍ୱମୁଖୀ ସ୍ରୋତ କାର୍ଯ୍ୟକାରୀ ହୁଏ। ଏହା ସମୟକ୍ରମେ ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଶୀତଳ ଶୁଷ୍କ ବାୟୁସ୍ତର ସହିତ ମିଳିତ ହେବା ଦ୍ୱାରା ଉପରର ବାୟୁ ଦ୍ରୁତଗତିରେ ତଳ ଦିଗରେ ଅପସାରିତ ହୁଏ। ଏହି ଦୁଇ ବିପରୀତ ଊର୍ଦ୍ଧ୍ୱ ଓ ନିମ୍ନମୁଖୀ ବାୟୁସ୍ରୋତ ମିଶିଯାଇ ବାୟୁସ୍ତରରେ ଏକ ବିଶୃଙ୍ଖଳା ସୃଷ୍ଟି କରେ, ଯାହାଫଳରେ ବାୟୁସ୍ତର ମଧ୍ୟରେ ଏକ ପରିଚଳନ ସ୍ରୋତ କାର୍ଯ୍ୟକାରୀ ହୁଏ। ଏହି ପରିଚଳନ ସ୍ରୋତ ଜରିଆରେ ନିମ୍ନ ବାୟୁମଣ୍ଡଳର ଜଳୀୟବାଷ୍ପ ଭରା ବାୟୁ ଊର୍ଦ୍ଧ୍ୱକୁ ଦ୍ରୁତ ସ୍ଥାନାନ୍ତରିତ ହୁଏ; ଏହା ପୁଣି ଶୀତଳ ହୁଏ ଏବଂ ଜମାଟ ବାନ୍ଧି କଳାହାଣ୍ଡିଆ ମେଘର ବାଦଲ ସୃଷ୍ଟି କରେ। ଏହା ସମୟକ୍ରମେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ବର୍ଷିବାକୁ ଲାଗେ। ଏହିପରି ଭାବରେ ଏକ କାଳବୈଶାଖୀ ସୃଷ୍ଟି ହୁଏ। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟ ପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?