Posted inଜାତୀୟ

କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ

ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ ଆଉ ୭ଟି ମୃଗଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୧ ତାରିଖ ଭୋର ସମୟରେ ଏହି ଘଟଣା ଘଟିଥିବାବେଳେ ସ୍ଥାନୀୟ ବନବିଭାଗ ଏହାର ତଦନ୍ତ ଚଳାଇଛି। ବନ ଅଧିକାରୀଙ୍କ କହିବା ଅନୁଯାୟୀ, କଲରାପତରିଆଟି କୌଣସି ପ୍ରକାରେ ବାଡ଼ ଅତିକ୍ରମ କରି କେଭାଡିଆ ଫରେଷ୍ଟ ଡିଭିଜନ୍‌ ଅନ୍ତର୍ଗତ ପାର୍କରେ ପଶିଥିଲା। ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଘେରିରହିଥିବା ଶୁଲପନେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟ କଲରାପତରିଆ ପାଇଁ ବେଶ୍‌ ଜଣାଶୁଣା। ପାର୍କ ଭିତରେ କଲରାପତରିଆ ଆକ୍ରମଣ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିଥିବା ବେଳେ ଅବଶିଷ୍ଟ ୭ ମୃଗ ଦୁଃଖ ତଥା ଭୟଭୀତ ହୋଇ ପ୍ରାଣ ହରାଇଥିବା ବିଶ୍ୱାସ କରାଯାଉଛି। ୮ଟି ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ସମାଧି ଦିଆଯାଇଛି। ସଫାରି ପାର୍କରେ କଲରାପତରିଆ ପଶିବା ପ୍ରଥମ ଘଟଣା ବୋଲି ଉପ ବନ ସଂରକ୍ଷକ (ଡିସିଏଫ୍‌) ଅଗ୍ନିଶ୍ୱର ବ୍ୟାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନଡିଏକୁ ଶକ୍ତ ଝଟ୍‌କା ଦେଲେ ନୀତିଶ କୁମାର! ଫେରାଇନେଲେ ସମର୍ଥନ

ନୂଆଦିଲ୍ଲୀ,୨୨।୧:ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଦେଲେ ନୀତିଶ କୁମାର। ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ) ନିଜ ସମର୍ଥନ ପ୍ରତ୍ୟାହାର...

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

କୃଷକଙ୍କୁ ଖୁସିଖବର ଦେବେ ମୋଦି ସରକାର! ବୃଦ୍ଧି ହେବ…

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ...

ସ୍କୁଲରେ ପ୍ରଧାନଶିକ୍ଷକ-ଶିକ୍ଷୟିତୀ କରୁଥିଲେ ଏମିତି କାମ, ସିସିଟିଭିରେ ଧରାପଡିବା ପରେ…

ନୂଆଦିଲ୍ଲୀ,୨୨।୧: ରାଜସ୍ଥାନର ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ସ୍କୁଲର କାର୍ଯ୍ୟାଳୟ ଭିତରେ ଅଶାଳୀନ କାର୍ଯ୍ୟ କରୁଥିବାର ଏକ ଭିଡିଓ ଭାଇରାଲ...

ମୃତ୍ୟୁ ପର୍ଯ୍ୟନ୍ତ ମୋଦିଙ୍କ ହାତ ଛାଡିବି ନାହିଁ: କାହିଁକି ଏମିତି କହିଲେ ମାନଝୀ

ପାଟନା,୨୨।୧: ମୋଦି କ୍ୟାବିନେଟ ଛାଡିବା ଗୁଜବ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନଝୀ ମୁହଁ ଖୋଲିଛନ୍ତି। ସେ ମିଥ୍ୟା...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ରାଶନ କାର୍ଡରୁ ନାଁ କଟାଯାଇଥିଲେ ଆଉଥରେ ହୋଇପାରିବ କି ଆବେଦନ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୨।୧: ଭାରତରେ ଆଜି ମଧ୍ୟ ଏପରି ଅନେକ ଲୋକ ଅଛନ୍ତି। ଯେଉଁମାନେ ଦିନକୁ ଦୁଇଥର ଖାଇବାର ବ୍ୟବସ୍ଥା ମଧ୍ୟ କରିପାରନ୍ତି ନାହିଁ। ଏପରି ଲୋକଙ୍କୁ ଭାରତ...

ଦଣ୍ଡାଦେଶ ବିରୋଧରେ ଅପିଲ୍‌ କରିପାରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨୨।୧: ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦାର ଅତିରିକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri