କଲଣ ବଜାର ମୁଖ୍ୟ ରାସ୍ତା ତାଡ଼ି ଦେଲେ

ରସୁଲପୁର,୧୫ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ବଜାର ମୁଖ୍ୟରାସ୍ତା ପିଚୁକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଠିକାଦର ତାଡ଼ି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରିସ୍ଥ ଖାଲ ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ଯାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ପାନୀୟ ଜଳ ଯୋଗାଣ ଆଳରେ ଲୋକଙ୍କ ଧନଜୀବନ ବିପନ୍ନ ହୋଇପଡୁଛି। ଏହି କ୍ଷତିକୁ ଭରଣା କରାଯାଉନାହିଁ, ଯାହାକୁ ନେଇ ଜନସାଧାରଣ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ତେଣୁ ଶ୍ରୀଘ୍ର ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ, ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପ୍ରତ୍ୟେକ ଘରକୁ ପିଇବା ପାଣି ଯୋଗାଇ ଦିଆଯିବ। ଏହିକ୍ରମରେ କମ୍ପାନୀ ପକ୍ଷରୁ ରସୁଲପୁର ବ୍ଲକକୁ ଗୋଟିଏ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ଜୋନ୍‌ ଅଧୀନରେ ରସୁଲପୁର ବ୍ଲକର ୨୮ ପଞ୍ଚାୟତ ଓ ଯାଜପୁର ବ୍ଲକ୍‌କୁ ସାମିଲ କରାଯାଇଛି। ଏହି ବ୍ଲକ ଅଧୀନରେ ୩୪ଟିକୁ ମିଶାଇ ମୋଟ୍‌ ୪୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପ୍ରତି ପ୍ରକଳ୍ପ ଅଧୀନରେ ଗୋଟିଏ ଲେଖାଏ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଉଛି। ଏହି ଟାଙ୍କିରୁ ଏକାଧିକ ଗ୍ରାମର ଜନବସତିକୁ ପିଇବା ପାଣି ମିଳିବ। ତେବେ ପାନୀୟ ଜଳ ଯୋଗାଣକୁ ଆଧାରକରି କମ୍ପାନୀ ପକ୍ଷରୁ ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଟାଙ୍କି ସ୍ଥାପନ ବେଳେ ଜମିଜମା ସମ୍ପର୍କିତ ତଥ୍ୟ ହାସଲ ହେଉ ଅବା ପାଇପ୍‌ ବିଛାଇବା ବେଳେ ବିଭିନ୍ନ ବିଭାଗ ଅଧୀନସ୍ଥ ରାସ୍ତା, ନଦୀବନ୍ଧ, ଗ୍ରାମ୍ୟ ରାସ୍ତା ଆଦିକୁ ବିନା ଅନୁମତିରେ ମନଇଚ୍ଛା ତାଡ଼ି ଦିଆଯାଉଉଛି। ଏନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ପୂର୍ବ ଅନୁମତି ଗ୍ରହଣ କରାଯାଉ ନାହିଁ। ପାଇପ୍‌ ଲାଇନ ବିଛାଇବା ଓ ଟାଙ୍କି ନିର୍ମାଣ ଆଦି କାର୍ଯ୍ୟର ମାନକୁ ଜଗିବା ଦାୟିତ୍ୱ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଭାବ ଯୋଗୁ କମ୍ପାନୀ ପକ୍ଷରୁ ମନଇଚ୍ଛା କାର୍ଯ୍ୟ କରାଯାଉଛି। ରାସ୍ତା ତାଡ଼ିବାକୁ ମାସାଧିକକାଳ ବିତି ଯାଉଥିବା ସତ୍ତ୍ୱେ ମରାମତି କରାଯାଉ ନାହିଁ। ଗାଁ ରାସ୍ତାରେ ହୋଇଥିବା ଖାଲଖମାରେ ପାଣିଜମି ରାସ୍ତା ଅପରିସ୍କାର ହେଉଛି। ଗାଡ଼ିମୋଟର ଯାତାୟାତ ଯୋଗୁ ରାସ୍ତା ଅଧିକ ଖରାପ ହେଉଛି। ଏନେଇ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପାଇପ୍‌ ବିଛାଇବା ବେଳେ ରାସ୍ତାରେ ଉପୁଜୁଥିବା କ୍ଷତିକୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଭରଣା କରାଯିବ ବୋଲି କୁହାଯାଉଛି। ଏନେଇ କମ୍ପାନୀର କ୍ଷେତ୍ର ଅଧିକାରୀ ସନ୍ତୋଷ ଯାଦବଙ୍କୁ ପଚାରିବାରୁ ସେ କହିଛନ୍ତି, ପାଇପ୍‌ ବିଛାଇବା ସମୟରେ ରାସ୍ତା ତାଡ଼ିବାକୁ ପଡୁଛି। ପାଇପ୍‌ ବିଛାଇବା ପରେ ହାଇଡ୍ରୋଲିକ ଟେଷ୍ଟ୍‌ କରାଯିବ। ଏହାପରେ ଖାଲ ମରାମତି କରାଯିବ। ବିନା ପରୀକ୍ଷାରେ ରାସ୍ତା ମରାମତି କରାଗଲେ ପାଇପ୍‌ ବିଛାଇବାରେ ତ୍ରୁଟି ବିଚ୍ୟୁତି ଥିଲେ ତାହାକୁ ପୁଣି ଥରେ ଖୋଳିବାକୁ ପଡ଼ିବ। ତେଣୁ କିଛିଦିନ ପାଇଁ ରାସ୍ତା ଖୋଳାଯାଇ ଛାଡ଼ି ଦିଆଯାଉଛି। ହେଲେ ଖୋଳା ଯାଉଥିବା ସ୍ଥାନଗୁଡିକୁ ନିଶ୍ଚିତ ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ରସୁଲପୁର ବ୍ଲକ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ବାଗତିକା ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କମ୍ପାନୀ ପକ୍ଷରୁ ଖୋଳା ଯାଉଥିବା ରାସ୍ତା ମରାମତି କାର୍ଯ୍ୟ କରାଯିବ। ତେବେ କେଉଁ ସ୍ଥାନରେ ତ୍ରୁଟିବିଚ୍ୟୁତି ହେଉଛି ସେ ନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri